ପୋଲିସ କୁ ଦେଖି ଚୋରଙ୍କ ପରି ପାଚେରି ଡେଇଁ ଲୁଚି ଲୁଚି ପଳେଇଲେ Sumit, ଦେଖନ୍ତୁ ଏହାକୁ ନେଇ କଣ କହିଲେ ପତ୍ନୀ Tapaswini, ଦେଖନ୍ତୁ Video

ତପସ୍ଵିନୀ ଗତକାଲି ଗେସ୍ଟହାଉସରୁ ବାହାରି ଗତକାଲି ରାତି ଠାରୁ ହିଁ ସୁମିତଙ୍କ ଘର ସାମ୍ନାରେ ଟେଣ୍ଟ ବାନ୍ଧି ପୁଣି ଥରେ ଧାରଣାରେ ବସିଛନ୍ତି । ପୁଣି ଥରେ ଏହି ମାମଲାକୁ ନେଇ ଚାରି ଆଡେ ଚର୍ଚା ହେଉଛି । ଏହାରି ମଧ୍ୟରେ ତପସ୍ଵିନୀ କିଛି ଅଭିଯୋଗ ମଧ୍ୟ କରିଛନ୍ତି । ଯେଉଁଥିରେ ତାଙ୍କର କହିବା ଅଟେ କି ଗତକାଲି ରାତିରେ ସୁମିତ ତାଙ୍କ ଘରୁ ପଳେଇଲେ ଓ ସେ ଏହା ବି କହିଲେ କି ପୋଲିସ ତାଙ୍କର ସେହିଭଳି କିଛି ସହୟତା କରୁ ନାହିଁ ।

ଆଜି ସକାଳେ ତପସ୍ଵିନୀ ମିଡିଆ କର୍ମୀଙ୍କୁ ନିଜର ଅଭିଯୋଗ ଜଣାଇଛନ୍ତି । ତପସ୍ଵିନୀ କହିଲେ କି ଗତକାଲି ଯେତେବେଳେ ମୁଁ ଓ ପ୍ରମିଳା ମାଉସୀ ଏଠି ଆସି ବସିଲୁ ତେବେ ପ୍ରଥମେ ପୋଲିସ ଆସି ନ ଥିଲେ । କିନ୍ତୁ କିଛି ସମୟରେ କେହି ଜଣେ ମଦ ପିଇ ଆସି ଏଠି ପାଟିତୁଣ୍ଡ କରିଲେ ତେବେ ମୁଁ ୧୦୦ ନମ୍ବରକୁ ଡାଏଲ କରି ପୋଲିସକୁ ଡାକିଲି । ସେମାନେ ଏଠାକୁ ଆସି ଜଣେ ମହିଳା କନେଷ୍ଟବଳ ପୋଲିସକୁ ମୋ ପାଖରେ ଛାଡି ଦେଇ ଗଲେ ।

ଏହା ପୂର୍ବରୁ ଆମେ କିଛି ସମୟ ପାଇଁ ଟେଣ୍ଟରୁ ବାହାରି ବାହାରକୁ ଯାଇଥିଲୁ । ସେହି ସମୟରେ ତାଙ୍କର ବାଡିରେ ଗୋଟିଏ ଗେଟ ଅଛି ଓ ସେହି ଗେଟର ପାଚେରୀରୁ କେହି ଜଣେ ଡେଇଁଲା । ମୁଁ ଏହା ଦେଖି ସଙ୍ଗେ ସଙ୍ଗେ ପ୍ରମିଳା ମାଉସୀଙ୍କୁ କହିଲି କି ମା ଦେଖନ୍ତୁ କେହି ଜଣେ ଡେଇଁ ଯାଉଛନ୍ତି । ପ୍ରଥମେ ଆମେ ଦ୍ଵନ୍ଦରେ ଥିଲୁ କି ସୁମିତ ନୁହେଁ ଆଉ କେହି ।

କିନ୍ତୁ ବର୍ତ୍ତମାନ ପ୍ରମାଣର ସହ ଆମେ ଜାଣିସାରିଛୁ କି ସେ ସୁମିତ ଥିଲେ । ଯିଏକି ଗତକାଲି ରାତିରେ ଖାଲି ପାଦରେ ପାଚେରି ଡେଇଁ ଘର ଭିତରକୁ ଯାଇଛନ୍ତି । ବର୍ତ୍ତମାନ ମୋ ହାତରେ କିଛି ନାହିଁ । ବର୍ତ୍ତମାନ ଯାହା କରିବେ କୋର୍ଟ ଓ ପୋଲସି । ତପସ୍ଵିନୀ କହିଲେ କି ପୋଲିସ ବି ତାଙ୍କର ସେହିଭଳି କିଛି ସାହାର୍ଯ୍ୟ କରୁ ନାହାନ୍ତି ।

ସେ ଆଗକୁ କହିଲେ କି ୧୩ ତାରିଖରୁ ସେ ପୋଲିସ ଷ୍ଟେସନରେ ଏଫଆଇଆର ଲେଖି ଦେଇଛି, କିନ୍ତୁ ଆଜି ପର୍ଯ୍ୟନ୍ତ ସେ କୌଣସି ବି ଖବର ଦେଇ ନାହାନ୍ତି । ସେ ଯାଞ୍ଚ କରୁଛନ୍ତି ନା ନାହିଁ ଏହା କେବଳ ସାର ହିଁ ଜାଣିଛନ୍ତି । ବିଏନ ପୁର ଥାନାରେ ବି ମୁଁ ଏହି ସ୍ଥାନରେ ବସୁଛି ବୋଲି ଓ ଅନ୍ୟ କିଛି ଅଭିଯୋଗ କରିଥିଲି, କିନ୍ତୁ ତାର ବି ଯାଞ୍ଚ ଚାଲିଛି ନା ନାହିଁ ତାହା ବିଷୟରେ ବି ମୁଁ ଜାଣି ନାହିଁ ।

Leave a Reply

Your email address will not be published. Required fields are marked *