‘ସୁମିତ କେଉଁଠି ଅଛନ୍ତି ? ସ୍ୱାମୀର କର୍ତ୍ତବ୍ୟ କାହିଁକି ପାଳନ କରୁନାହାନ୍ତି ?’ Sumit ଙ୍କ ବାପାଙ୍କୁ ତାଗିଦ କରି ପୋଲିସ ପଚାରିଲା କିଛି ଏମିତି ପ୍ରଶ୍ନ…ଦେଖନ୍ତୁ Video

ଗତକାଲି ତପସ୍ଵିନୀ ଗେସ୍ଟହାଉସ ଛାଡି ସିଧା ସୁମିତଙ୍କ ଘର ସାମ୍ନାକୁ ଆସିଛନ୍ତି । ଏମିତିରେ ପୁଣି ଥରେ ସୁମିତଙ୍କ ଘର ସାମ୍ନାରେ ଭିଡ ଲାଗି ଯାଇଛି ଓ ସୁମିତ କେଉଁଠି ଗଲେ ଏହା ବିଷୟରେ ଚର୍ଚା କରାଯାଉଛି । ଯେମିତି କି ଆପଣ ସମସ୍ତେ ଜାଣିଛନ୍ତି କି ତପସ୍ଵିନୀ ଗତକାଲି ଗେସ୍ଟହାଉସ ଛାଡି ଦେଇଛନ୍ତି ଓ ଏହା ପରେ ସେ କୋର୍ଟକୁ ଗଲେ ଏବଂ କୋର୍ଟରେ ଶୁଣାଣୀ ପରେ ସେ ସିଧା ବ୍ରହ୍ମପୁର ଫେରି ଯାଇଛନ୍ତି । ବ୍ରହ୍ମପୁର ଫେରି ଗତକାଲି ରାତିରେ ହିଁ ସେ ସୁମିତଙ୍କ ଘରକୁ ଯାଇଥିଲେ ।

ପ୍ରଥମେ ସେ ସୁମିତଙ୍କ ଘରର ଗେଟରେ ଛିଡା ହୋଇ ଡାକିଲେ କିନ୍ତୁ କେହି କିଛି ଜବାବ ଦେଲେ ନାହିଁ । ଶେଷରେ ସେ ବାଧ୍ୟ ହୋଇ ଅନ୍ୟ କିଛି ଉପାୟ ନ ପାଇ ସୁମିତଙ୍କ ଘର ସାମ୍ନାରେ ଟେଣ୍ଟ ଲଗାଇ ପୁଣି ଥରେ ଧାରଣାରେ ବସିଗଲେ । ପୁଣି ଥରେ ସେଠି ମିଡିଆ କର୍ମୀଙ୍କ ସହ ସାଧାରଣ ଲୋକମାନଙ୍କ ବି ଭିଡ ଲାଗି ଗଲା । ପୋଲିସକୁ ଏହା ବିଷୟରେ ସୂଚନା ମିଳିବା ପରେ ପୋଲିସ ସକାଳୁ ସକାଳୁ ସୁମିତଙ୍କ ଘର ସାମ୍ନାକୁ ଯାଇ ଥିଲେ ।

ବାରମ୍ବାର ଡାକିବା ପରେ ସୁମିତଙ୍କ ବାପା ଘରର ଗେଟ ସାମ୍ନାକୁ ଆସିଥିଲେ । କହିଦେଉଛୁ କି ସୁମିତଙ୍କ ବାପା ଗେଟରେ ତାଲା ମାରି ରଖିଛନ୍ତି । ଯାହା ଦ୍ଵାରା କେହି ବି ତାଙ୍କ ଘରକୁ ପଶି ପାରିବେ ନାହିଁ । ଅନ୍ୟ ପଟେ ପୋଲିସ ସୁମିତଙ୍କ ବାପାଙ୍କୁ ସୁମିତ କେଉଁଠି ଅଛନ୍ତି ଓ କଣ କରୁଛନ୍ତି ଏହାକୁ ନେଇ ବିଭିନ୍ନ ପ୍ରକାରର ପ୍ରଶ୍ନ କରିଲେ ।

ପୋଲିସ ତାଙ୍କୁ ପ୍ରଶ୍ନ କରିଲେ କି ଯେମିତି କୋର୍ଟ ଆଦେଶ ଦେଲା କି ତପସ୍ଵିନୀଙ୍କୁ ଭଡା ଘରେ ରଖିବା ପାଇଁ ତେବେ ଆପଣ କାହିଁକି ରଖିଲେ ନାହିଁ । ପୋଲସି ପ୍ରଶ୍ନ କରିଲେ କି ସୁମିତ କେଉଁଠି ? ଏହାର ଜବାବରେ ସୁମିତଙ୍କ ବାପା କେବଳ ଏତିକି କହିଲେ କି ହଁ ହଁ ମୁଁ କହିବି । ସେ କେଉଁଠି ଅଛନ୍ତି କିନ୍ତୁ କହିଲେ ନାହିଁ ।

ପୋଲିସ କହିଲେ କି ସୁମିତ ତପସ୍ଵିନୀଙ୍କୁ ଭଡା ଘରକୁ ନେଇ ଗଲା ପରେ ଆପଣ ଆପଣଙ୍କ ରାସ୍ତାରେ ଓ ଆମେ ବି ଚାଲିଯିବୁ । କୋର୍ଟର ଆଦେଶକୁ ସେ ମାନିବାକୁ ବାଧ୍ୟ ଓ ସ୍ଵାମୀର ଦାୟିତ୍ଵକୁ ସେ ପାଳନ କରିବା ପାଇଁ ବାଧ୍ୟ । ଏହାର ଜବାବରେ ସୁମିତଙ୍କ ପିତା କହିଲେ କି ଅବଶ୍ୟ କରିବ ସେ । କିନ୍ତୁ ସେ କହିଲେ ନାହିଁ କି ସୁମିତ କେଉଁଠି ଅଛନ୍ତି ଓ କଣ କରୁଛନ୍ତି ।

Leave a Reply

Your email address will not be published. Required fields are marked *