ହିନ୍ଦୀରେ ଗର୍ଜିଲେ Sura ଭାଇ, ଏମିତି ଚୋଖା ହିନ୍ଦୀ, ମୁଣ୍ଡ ଟିଣ ହେଇଯିବ ଶୁଣି, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ଆଜିକୁ ୧୧ ଦିନ ହେବ ଏକାମ୍ର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୱାଡ ନଂ- ୬୫ ଡୁମୁଡୁମା ହାଉସିଂବୋର୍ଡ ଫେଜ-୧, ସୁବାଷବୋଷ ନଗର ବସ୍ତି ବାସିନ୍ଦାମାନେ ରାଜ୍ୟ ସରକାର ଦ୍ୱାରା ବେଆଇନ ବସ୍ତି ଉଚ୍ଛେଦକୁ ବିରୋଧ କରି ଦିବାରାତ୍ର ଧାରଣାରେ ବସିଛନ୍ତି । ଏହାକୁ ସମର୍ଥନ କରି ଆଜି ଭୁବନେଶ୍ୱର ଜିଲା କଂଗ୍ରେସ ସଭାପତି ବିଶ୍ୱଜିତ ଦାଶଙ୍କ ଅନୁରୋଧ କ୍ରମେ କଂଗ୍ରେସ ନେତୃବୃନ୍ଦ ଉକ୍ତ ଧାରଣାରେ ସାମିଲ ହୋଇଥିଲେ ।

ଧାରଣାରେ ଯୋଗଦେଇ ଏଆଇସିସି ସାଧାରଣ ସମ୍ପାଦକ ତଥା ଓଡ଼ିଶା ପ୍ରଭାରୀ ଡ. ଏ ଚେଲା କୁମାର ବସ୍ତିବାସିନ୍ଦାଙ୍କୁ ସମ୍ବୋଧିତ କରି କହିଥିଲେ ଯେ କେବଳ ଆଜି ନୁହେଁ ଯେ ପର୍ଯ୍ୟନ୍ତ ବସ୍ତିବାସିନ୍ଦାମାନଙ୍କୁ ନ୍ୟାୟ ନମିଳିଛି ସେ ପର୍ଯ୍ୟନ୍ତ କଂଗ୍ରେସ ଦଳ ଆନ୍ଦୋଳନରେ ସାମିଲ ହୋଇ ରହିଥିବ । ତେବେ ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ କହିଥିଲେ ଯେ କଂଗ୍ରେସ କାଲି ମଧ୍ୟ ଗରିବ, ଦଳିତ ଓ ଅସହାୟଙ୍କ ସହ ଥିଲା ଆଗକୁ ମଧ୍ୟ ଅନ୍ୟାୟ ବିରୋଧରେ ପ୍ରଭାବିତଙ୍କ ସାଙ୍ଗରେ ଠିଆ ହେବ ।

ସେହିପରି ବିଧାୟକ ସୁରେଶ କୁମାର ରାଉତରାୟ ଏବଂ ଉପସଭାପତି ଶିବାନନ୍ଦ ରାୟ ବସ୍ତିବାସିନ୍ଦାଙ୍କୁ ଆସ୍ୱସନା ଦେଇ ପୁଲିସ, ପ୍ରଶାସନ କିମ୍ବା ସରକାର ବେଆଇନ ଭାବେ ବସ୍ତି ଉଚ୍ଛେଦ କରିପାରିବେ ନାହିଁ ବୋଲି ପ୍ରକାଶ କରିଥିଲେ । ଜିଲା ସଭାପତି ବିଶ୍ୱଜିତ ଦାଶ କହିଥିଲେ ଯେ ଯଦି ବସ୍ତିବାସିନ୍ଦାଙ୍କୁ ନ୍ୟାୟ ନମିଳେ ତେବେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ କୋର୍ଟର ଆଶ୍ରୟ ନେବା ସହ ଆନ୍ଦୋଳନକୁ ଓହ୍ଲାଇବ ।

ଏହି ଧାରଣା ସଭାକୁ ବସ୍ତି ସଭାପତି ପୁଷ୍କର ସୁବୁଦ୍ଧି ପରିଚାଳନା କରିଥିଲେ । ତେବେ ସେହି ସଭା ରେ କଂଗ୍ରେସ ର ବରିଷ୍ଠ ନେତା ସୁର ରାଉତରାୟ ହିନ୍ଦୀ ରେ ଭାଷଣ ଦେଇଥିଲେ । ତେବେ ସେ ହିନ୍ଦୀ ରେ କଂଗ୍ରେସ କଣ ସବୁ କରୁଛି ଏବଂ ଲୋକ ମାନଂକୁ କଣ ସବୁ ସାହାର୍ୟ୍ଯ କରିଥିଲେ ତାହା ସେ ହିନ୍ଦୀ ରେ କହିଥିଲେ ।

ଏହା ସହ ସେ କହିଥିଲେ କି ଆମେ ଏତେ ଅସୁବିଧା କାହିଁକି ସହିବୁ ଭୁବନେଶ୍ୱର ର ସବୁଠାରୁ ବଡ଼ ସାହି ସାଲିଆ ସାହି କୁ ହଟାଇ ଦିଅନ୍ତୁ ହମ୍ ଆପନେ ଆପ ହଟ ଜାଏଂଗେ । ତେବେ ବର୍ତ୍ତମାନ ସୁର ଭାଇ ଙ୍କ ଏହି ହିନ୍ଦୀ ର ଭାଷଣ ବର୍ତ୍ତମାନ ସବୁଆଡେ ଚର୍ଚ୍ଚା ଧରିଛି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ଆମ ପେଜକୁ ଳିଏକ କରି ଦିଅନ୍ତୁ । ଧନ୍ୟବାଦ 

Leave a Reply

Your email address will not be published. Required fields are marked *