ଶୁଖିଲା କାଶ ମାତ୍ର ଗୋଟିଏ ଥର ରେ ହିଁ ଭଲ ହୋଇଯିବ, କେବଳ କରନ୍ତୁ ଏହି ଉପାୟ – Health Tips

ନମସ୍କାର ବନ୍ଧୁଗଣ,ବନ୍ଧୁଗଣ ଆମ ଜୀବନ ରେ ଅନେକ ପ୍ରକାର ରୋଗ ସମସ୍ୟା ଦେଖା ଦେଇଥାଏ । ଏହା ଆମକୁ ବହୁତ ଯନ୍ତ୍ରଣା ମଧ୍ୟ ଦେଇଥାଏ । ଏହି ଯନ୍ତ୍ରଣା ରୁ ମୁକ୍ତି ପାଇବା ପାଇଁ ଆମେ ଅନେକ ପ୍ରକାର ଔଷଧ ସେବନ କରିଥାଉ କିନ୍ତୁ ସେଥିରୁ ବିଶେଷ କିଛି ଲାଭ ମିଳି ପାରି ନ ଥାଏ । ଆମକୁ ସେହିପରି ହିଁ ଯନ୍ତ୍ରଣା ଭୋଗିବାକୁ ପଡିଥାଏ । ତେଣୁ ଆମେ ଅନେକ ଡାକ୍ତର ଙ୍କ ସହିତ ମଧ୍ୟ ପରାମର୍ଶ କରିଥାଉ ଓ ବଜାର ରୁ ଅନେକ ପ୍ରକାର ଆଧୁନିକ ଔଷଧ କୁ କିଣି ବ୍ୟବହାର କରିଥାଉ କିନ୍ତୁ ସେଥିରୁ ମଧ୍ୟ ଆମକୁ ସମ୍ପୂର୍ଣ୍ଣ ଭାବରେ ଉପଶମ ମିଳି ପାରି ନ ଥାଏ ।

ଆମକୁ ଆମ ପ୍ରକୃତି ରୁ ଅନେକ ଔଷଧ ମିଳିଥାଏ କିନ୍ତୁ ଆମେ ତାହାର ସଠିକ ବ୍ୟବହାର ବିଷୟ ରେ ଜାଣି ନ ଥାଉ ତେଣୁ ବଜାର ରେ ମିଳୁଥିବା ଆଧୁନିକ ଔଷଧ ଉପରେ ଭରସା କରିଥାଉ । ବନ୍ଧୁଗଣ ଆମେ ଶୁଖିଲା କାଶ ପାଇଁ ବହୁତ ଯନ୍ତ୍ରଣା ପାଇଥାଉ । ଏହାକୁ ଭଲ କରିବା ପାଇଁ ଆମେ ଆନେକ ପ୍ରକାର ଔଷଧ ଖାଇଥାଉ । କିନ୍ତୁ ଏହା ସମ୍ପୂର୍ଣ୍ଣ ଭାବରେ ଭଲ ହୋଇ ନ ଥାଏ ।

ତେବେ ବନ୍ଧୁଗଣ ଆଜି ଆମେ ଆପଣଙ୍କ ନିକଟକୁ ଏପରି ଏକ ପ୍ରାକୃତିକ ଉପାୟ ନେଇ ଆସିଛୁ ଯାହା ଦ୍ୱାରା ଆପଣଙ୍କ ର ଏହି ରୋଗ ବହୁତ ଶୀଘ୍ର ଭଲ ହୋଇଯିବ । ତେବେ ଆସନ୍ତୁ ଜାଣିବା ସେହି ଆୟୁର୍ବେଦିକ ଉପାୟ ବିଷୟରେ । ବନ୍ଧୁଗଣ ଏହି ଆୟୁର୍ବେଦିକ ଉପାୟ ଟି କୁ ପ୍ରସ୍ତୁତ କରିବା ପାଇଁ ପ୍ରଥମ ଆବଶ୍ୟକୀୟ ଦ୍ରବ୍ୟ ଟି ହେଉଛି ଗୁଡ଼ । ଶୁଖିଲା ଗୁଡ଼ ନେବାକୁ ଚେଷ୍ଟା କରନ୍ତୁ । ଏହାକୁ ବନାଇବା ପାଇଁ ଦୁଇ ଚାମଚ ଗୁଡ଼ ର ଆବଶ୍ୟକ ହୋଇଥାଏ ।

ଗୁଡ଼ କୁ ସାଧାରଣ ଭାବେ ଟିକେ ଗୁଣ୍ଡ କରିଦିଅନ୍ତୁ । ଏହା ପରେ ଏହି ଉପାୟ ଟି କୁ ବନାଇବା ପାଇଁ ଆବଶ୍ୟକୀୟ ଦ୍ଵିତୀୟ ପଦାର୍ଥ ଟି ହେଉଛି ଘିଅ । ଗାଈ ଘିଅ କୁ ଵ୍ୟଵହାର କରିବା ଦ୍ଵାରା ବହୁତ ଭଲ ଫଳ ମିଳିଥାଏ । ତୃତୀୟ ଆବଶ୍ୟକୀୟ ସାମଗ୍ରୀ ଟି ହେଉଛି ଏକ ଚାମଚ ହଳଦୀ ଗୁଣ୍ଡ । ଏଥିପାଇଁ ଆବଶ୍ୟକୀୟ ଚତୁର୍ଥ ସାମଗ୍ରୀ ଟି ହେଉଛି ଲୁଣ ।

ଆପଣ ଏଥିରେ ଅଧା ଚାମଚ ରୁ କମ ଲୁଣ ବ୍ୟବହାର କରନ୍ତୁ । ଏହା ପରେ ଆବଶ୍ୟକୀୟ ପଞ୍ଚମ ବା ଶେଷ ସାମଗ୍ରୀ ଟି ହେଉଛି ଗୋଲମରିଚ ଗୁଣ୍ଡ । ଏହାକୁ ଆପଣ ଭଲ ଭାବରେ ଗୁଣ୍ଡ କରି ଅଧା ଚାମଚ ରୁ କମ ପରିମାଣ ର ନିଅନ୍ତୁ ।

ବର୍ତ୍ତମାନ ଆସନ୍ତୁ ଜାଣିବା ଏହାକୁ କିପରି ପ୍ରସ୍ତୁତ କରିବା । ବନ୍ଧୁଗଣ ଆମେ ପୂର୍ବରୁ ଯେଉଁ ସବୁ ସାମଗ୍ରୀ ନେଇଛୁ ତାହାକୁ ଭଲ ଭାବରେ ହାତ ରେ ଚକଟି ଦେବା । ଏହାକୁ ଭଲ ଭାବରେ ଚକଟି ଦିଅନ୍ତୁ ଓ ଯଦି ଏଥିରେ ଆହୁରି ଘିଅ ର ଆବଶ୍ୟକ ହେଉଚିବତେବେ ଆପଣ ଅଧିକ ଘିଅ ନେଇପାରିବେ । ଏହା ପରେ ଆମର ଆୟୁର୍ବେଦିକ ଔଷଧ ପ୍ରସ୍ତୁତ ହୋଇଯିବ । ବନ୍ଧୁଗଣ ଆମର ଯେତେବେଳେ ଶୁଖିଲା କାଶ ହୋଇଥାଏ ସେତେବେଳେ ଆମେ କଫସିରପ ସେବନ କରିଥାଉ ।

କିନ୍ତୁ ଆମେ ଏହାକୁ ମଧ୍ୟ ଘରେ ପ୍ରସ୍ତୁତ କରି ବହୁତ ଆରାମ ରେ ଖାଇ ପାରିବା । ଏହାର ସ୍ୱାଦ ମଧ୍ୟ ବହୁତ ଭଲ । ଏହାକୁ ସମସ୍ତ ବୟସ ର ବ୍ୟକ୍ତି ସେବନ କରିପାରିବେ । ପିଲା ମାନେ ଏହାକୁ ଦିନରେ ଥରେ ଖାଇପାରିବେ ଓ ଅଧିକ ବୟସ୍କ ବ୍ୟକ୍ତି ମାନେ ଏହାକୁ ଦିନ ରେ ଦୁଇ ରୁ ତିନି ଥର ସେବନ କରିପାରିବେ । ଏହା ଶୁଖିଲା କାଶ ପାଇଁ ରାମ ବାଣ ସଦୃଶ ହୋଇଥାଏ । ଏହାକୁ ସେବନ କରିବା ଦ୍ୱାରା ଆପଙ୍କ ର ହେଉଥିବା ଶୁଖିଲା କାଶ ଖୁବ ଶୀଘ୍ର ଭଲ ହୋଇଯାଇଥାଏ ।

ଆପଣଙ୍କୁ ଆମର ଏହି ଟିପ୍ସ ଟି ଭଲ ଲାଗିଥିଲେ ଏହାକୁ ଲାଇକ ଓ ଶେୟାର କରିବେ ଓ ଏମିତି କିଛି ନୂଆ ନୂଆ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *