ସକାଳୁ କଣ କଲେ ଧନ ସମ୍ପତି ବଢିଥାଏ ? ଏହା ସହିତ ପଢନ୍ତୁ ଆଜିର 20 + Anuchinta

ସକାଳୁ ଉଠିବା ଦ୍ବାରା ଶରୀର ସତେଜ ରହିଥାଏ , ଯେ କୌଣସି କାମରେ ମନ ଲାଗିଥାଏ ଏବଂ ବ୍ଲଡ଼ ସୁଗାର , କୋଲେଷ୍ଟଲ ନିୟନ୍ତ୍ରଣ ରେ ରହିଥାଏ ।ସକାଳୁ ଉଠି ସକାଳ ଜଳଖିଆ ଶୀଘ୍ର କରିବା ଦ୍ବାରା ନିଜକୁ ଫୁର୍ତ୍ତି , ଶରୀର ସୁସ୍ଥ ଏବଂ ନିରୋଗ ରହିଥାଏ । ସକାଳୁ ଉଠିବା ଦ୍ବାରା ପୁରା ଦିନ ମନ ପ୍ରଫୁଲିତ ରହିଥାଏ ଏବଂ ଚିନ୍ତାଧାରା ସକରାତ୍ମକ ହୋଇଥାଏ । ସକାଳୁ ଉଠିବା ଦ୍ବାରା ଯେ କୌଣସି କାର୍ଯ୍ୟ କରିବା ପାଇଁ ଅଧିକ ସମୟ ମିଳିଥାଏ ଏବଂ ନିଜ ପାଇଁ ମଧ୍ୟ ଅଧିକ ସମୟ ମିଳିଥାଏ ।

ସକାଳୁ ଉଠିବା ଦ୍ବାରା ମସ୍ତିଷ୍କ ସୁସ୍ଥ ରହିଥାଏ ଏବଂ ଏକାଗ୍ରତା ବୃଦ୍ଧି ହୋଇଥାଏ । ଯାହା ଫଳରେ ପ୍ରତ୍ୟେକ କାର୍ଯ୍ୟ ଉତ୍ତମ ରୁପେ କରି ହୁଏ । ସକାଳ ସମୟ ଶରୀର ପାଇଁ ଉତ୍ତମ ହୋଇଥାଏ । ସକାଳୁ କିଛି ସମୟ ଯୋଗ ଏବଂ ବ୍ୟାୟାମ କରିବା ଦ୍ବାରା ଶରୀର ସୁସ୍ଥ ଏବଂ ମନ ଖୁସି ରହିଥାଏ ।

ସକାଳୁ ଉଠି ସୂର୍ଯ୍ୟ ଙ୍କ କଅଁଳିଆ କିରଣ ରେ କିଛି ସମୟ ବସିବା ଦ୍ବାରା ହାଡ଼ ଏବଂ ଗଣ୍ଠି ଜନିତ ସମସ୍ୟା ଦୂର ହୋଇଥାଏ । ସକାଳୁ ଵାୟୁ ମଣ୍ଡଳରେ ଅମ୍ଳଜାନ ର ପରିମାଣ ଅଧିକ ଥାଏ ତେଣୁ ସକାଳୁ କିଛି ସମୟ ଉଠି ବାହାରେ ବିତାଇଲେ ମସ୍ତିଷ୍କ ସୁସ୍ଥ ରହିଥାଏ । ସକାଳୁ ଉଠିବା ଦ୍ୱାରା ପେଟ ଜନିତ ସମସ୍ୟା ଦୂର ହୋଇଥାଏ ଏବଂ ହଜମ ଶକ୍ତି ବୃଦ୍ଧି ହୋଇଥାଏ ।

ସକାଳୁ ଉଠି ବାହାରେ ତାଜା ପବନ ରେ ନିଶ୍ଵାସ ନେବା ଦ୍ବାରା ଏବଂ କିଛି ସମୟ ବ୍ୟାୟାମ କରିବା ଦ୍ୱାରା ଶରୀର ର ସୌନ୍ଦର୍ଯ୍ୟ ବୃଦ୍ଧି ହୋଇଥାଏ । ଆୟୁର୍ବେଦ ଅନୁସାରେ ଚନ୍ଦ୍ର ଙ୍କ ଅମୃତ କିରଣ ଦ୍ବାରା ସକାଳ ର ପବନ ଅମୃତ ତୁଲ୍ୟ ହୋଇଥାଏ ଏବଂ ଏହାକୁ ବୀରବାୟୁ କୁହାଯାଏ ଯାହାଫଳରେ ଶରୀର ରେ ଶକ୍ତି ର ସଞ୍ଚାର ହୋଇଥାଏ । ସକାଳ ର ଵାୟୁ ଶରୀର ରେ ବାଜିବା ଦ୍ବାରା ଶରୀର ରେ ବଳ , ତେଜ , ଫୁର୍ତ୍ତି ଏବଂ କ୍ରାନ୍ତି ଦୂର ହୋଇଥାଏ ତା ସହିତ ମନ ଶାନ୍ତ ରହେ ।

ସକାଳ ର ପବନ ରେ ନିଶ୍ଵାସ ମାରିବା ଦ୍ବାରା ଫୁସଫୁସ ସୁସ୍ଥ ଏବଂ ମଜବୁତ ହୁଏ ଯାହାଦ୍ୱାରା ରକ୍ତ ପରିଷ୍କାର ହୋଇଥାଏ । ଯେଉଁ ଲୋକ ପ୍ରତ୍ୟେକ ଦିନ ବ୍ରହ୍ମ ମହୁର୍ତ୍ତ ରେ ଉଠେ ସେ ଜୀବନ ରେ ଖୁସି ରହିବା ସହ ସମୃଦ୍ଧି ଶାଳୀ ହୋଇଥାଏ । ସକାଳୁ ଶୀଘ୍ର ଉଠିବା ପାଇଁ ହେଲେ ରାତିରେ କମ ଖାଦ୍ୟ ଖାଇବା ଉଚିତ ଏବଂ ତା ସହିତ ଦୁଇ ଗ୍ଲାସ ପାଣି ପିଇବା ଉଚିତ ।

ସକାଳୁ ଉଠିବା ପାଇଁ ହେଲେ ରାତିରେ ଅଧିକ ମିଠା ଖାଇବା ଏବଂ ଅଧିକ ଭୋଜନ କରିବା ଅନୁଚିତ କାରଣ ଏହାଦ୍ବାରା ଅଳସୁଆ ଲାଗିଥାଏ । ରାତି ଚାରିଟା ରେ ଉଠିବା ପାଇଁ ହେଲେ ରାତିରେ ଶୀଘ୍ର ଶୋଇବା ଉଚିତ ଏବଂ ମୋବାଇଲ ବ୍ୟବହାର କରିବା ଅନୁଚିତ ।

ସକାଳୁ ଉଠିବା ପରେ କେବେ ବି ଆଇନା ଦେଖିବା ଉଚିତ ନୁହେଁ ଏହାଦ୍ବାରା ଘରେ ନକାରତ୍ମକ ଶକ୍ତି ପ୍ରବେଶ କରିଥାଏ । ସକାଳୁ ଉଠି ଜଳଖିଆ କରିବା ପର୍ଯ୍ୟନ୍ତ କୌଣସି ପଶୁ ର ନାମ ନେବା ଉଚିତ ନୁହେଁ ଏହା ଅଶୁଭ ହୋଇଥାଏ । ସକାଳୁ ଉଠି ଜଳଖିଆ ନ ଖାଇଲା ପର୍ଯ୍ୟନ୍ତ ପେପର କିମ୍ବା ଟିଭି ଦେଖିବା ଉଚିତ ନୁହେଁ ଏହାଦ୍ବାରା ନକାରତ୍ମକ ଶକ୍ତି ବଢ଼ିଥାଏ । ସକାଳୁ ଉଠି ତୁଳସୀ ଗଛ ରେ ପାଣି ଦେଲେ ଧନ ସମୃଦ୍ଧି ବୃଦ୍ଧି ହୋଇଥାଏ ଏବଂ ବହୁତ ସକାରତ୍ମକ ପ୍ରଭାବ ଘର ଉପରେ ପଡ଼ିଥାଏ ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *