ପାଞ୍ଚ ଟଙ୍କିଆ ମିଲ ପାଇଁ ଲାଗିଛି ସୁଟ ବୁଟ ପିନ୍ଧା ବାବୁଙ୍କ ଭିଡ଼, ଭୋକିଲା ପେଟରେ ଫେରୁଛନ୍ତି ଶ୍ରମିକ, ଭିକାରୀ ଓ ଭିନ୍ନକ୍ଷମ, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ରାଜ୍ୟରେ ୧୭ଟି ଜିଲ୍ଲାରେ ଥିବା ୩୮ଟି ସହରାଂଚଳରେ ଏହି ଆହାର କେନ୍ଦ୍ର ଖୋଲାଯାଇଛି । ରାଜ୍ୟର ଗରିବ ଲୋକଙ୍କୁ ସ୍ୱଳ୍ପ ମୂଲ୍ୟରେ ଖାଦ୍ୟ ଯୋଗାଇବା ପାଇଁ ରାଜ୍ୟ ସରକାର ୨୦୧୫ ମସିହା ଅପ୍ରେଲ ପହିଲାରୁ ଆହାର ଯୋଜନା ଆରମ୍ଭ କରିଛନ୍ତି । ଏହି ଯୋଜନାରେ ପ୍ରତିଦିନ ୧ ଲକ୍ଷ ଲୋକ ଉପକୃତ ହେଉଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।   ବର୍ତ୍ତମାନ ରାଜ୍ୟ ସରକାରଙ୍କ ପରିଚାଳିତ ୧୫୭ଟି ଆହାର କେନ୍ଦ୍ରରେ ଦୈନିକ ୧ ଲକ୍ଷ ଲୋକଙ୍କୁ ମାତ୍ର ୫ ଟଙ୍କାରେ ଭୋଜନ ଯୋଗାଇ ଦିଆଯାଉଛି ।


ଆଜିର ଏହି ୩୮ଟି ଆହାର କେନ୍ଦ୍ରର ଲୋକାର୍ପଣ ପରେ ରାଜ୍ୟର ସମସ୍ତ ୩୦ଟି ଜିଳ୍ଲାର ୧୧୪ଟି ସହରାଞ୍ଚଳରେ ଆହାର କେନ୍ଦ୍ର ସ୍ଥାପିତ ହୋଇଛି । ତେବେ ଏହାର କେବଳ ଗୋଟିଏ ଉଦେଶ୍ୟ ଯେ ଯେଉଁମାନେ ଠିକ ଭାବରେ ଖାଇ ପାରୁ ନାହାଁନ୍ତି ଯେଉଁ ମାନଙ୍କ ପାଖରେ ପଇସା ନାହିଁ । ଯିଏ ଭିନ୍ନକ୍ଷମ ଏବଂ ଯାହାର କେହି ସାହାରା ନାହାନ୍ତି ସେମାନେ ଏହି ଆହାର କେନ୍ଦ୍ର ରେ କେବଳ ୫ ଟଙ୍କା ଦେଇ ଭୋଜନ କରି ପାରିବେ ।

ତେବେ ଦିନ ୧୧ଟା ରୁ ଆରମ୍ଭ ଦିନ ୩ଟା ରେ ଶେଷ । ରାତ୍ର ଭୋଜନ ପାଇଁ ସନ୍ଧ୍ୟା ୬ ରୁ ଆରମ୍ଭ ୯ରେ ଶେଷ । ଆମ ସରକାର ଆହାର କେନ୍ଦ୍ରଟିକୁ ଏକ ସରକାରୀ କାର୍ଯ୍ୟଳୟ ଭଳି ତିଆରି କରିଦେଇଛନ୍ତି । ଅନ୍ୟ ସରକାରୀ କାର୍ଯ୍ୟାଳୟ ପରି ଏଠି ବି ରବିବାର ଛୁଟି । ତେବେ ଯାଜପୁର ଜିଲ୍ଲା ର ବ୍ୟାସନଗର ପୌର ପାଳିକା ନିକଟରେ ଥିବା ଆହାର କେନ୍ଦ୍ର ରେ ଗରିବ ଲୋକଙ୍କୁ ମିଳୁନି ଖାଦ୍ୟ ।

ତେବେ ସେଠାରେ ବଡ଼ ବଡ଼ିଆ ଲୋକମାନେ ସୁଟ ବୁଟ ପିନ୍ଧି ଖାଇବା ପାଇଁ ଲାଇନ ଲଗାଉଛନ୍ତି । ତେବେ ଯେଉଁ ଆହାର କେନ୍ଦ୍ର ଗରିବ ଏବଂ ଶ୍ରମିକ ମାନଙ୍କ ପାଇଁ ହୋଇଥିଲା ଯାହା ଦ୍ୱାରା ସେମାନେ ଗଣ୍ଡେ ଭଲରେ ଖାଇ ପାରିବେ ତା ଉପରେ ମଧ୍ୟ ଏହି ଧନୀ ଲୋକଙ୍କ ନଜର ରହିଛି । ତେବେ ସେଠାରେ ଜଣେ ଭିନ୍ନକ୍ଷମ ବ୍ୟକ୍ତି କହୁଛନ୍ତି କି ଆହାର କେନ୍ଦ୍ର ରେ ଆମକୁ ଠିକ ଭାବରେ ଖାଇବାକୁ ମିଳୁନି ଉପରରେ ରବିବାର ବନ୍ଦ ରହୁଛି ।


ତେବେ ୩ ଟା ପର୍ଯ୍ୟନ୍ତ ମିଳୁଥିବା ଖାଦ୍ୟ ୧୨ ଟା ଶୁଦ୍ଧା ଶେଷ ହୋଇ ଯାଉଛି । ଆମେ ପହଞ୍ଚି ଖାଇବାକୁ ମାଗିଲାରୁ ଆମକୁ ମନା କରି ଦିଆ ଯାଉଛି । ତେବେ କିନ୍ତୁ ବଡ଼ ବଡ଼ ଲୋକମାନେ ଆସି ସେଠାରେ ପାର୍ଶଲ କରି ନେଇକି ଯାଉଛନ୍ତି । ତେବେ ଏଥିପ୍ରତି ସରକାର ନଜର ଦେବା ଆବଶ୍ୟକ ଅଟେ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *