ସୁଦଶା ବ୍ରତ ରେ ଘରର ମୁଖ୍ୟ ଦ୍ଵାରରେ ରଖି ଦିଅନ୍ତୁ ଏହି ୫ଟି ଜିନିଷ, ହେବ ଖାଲି ଧନର ବର୍ଷା- Vastu Shastra

ବର୍ତ୍ତମାନ ମାର୍ଗଶିର ମାସ ଚାଲିଛି । ଏହି ମାସର ପ୍ରତ୍ୟେକ ଗୁରୁବାର ମା ଲକ୍ଷ୍ମୀ ଙ୍କର ଅତି ପ୍ରିୟ ହୋଇଥାଏ । ଏଥିପାଇଁ ଲୋକମାନେ ପୂର୍ବରୁ କେତେ ପ୍ରସ୍ତୁତି କରିଥାନ୍ତି । ଯେପରି ସେମାନଙ୍କ ଘରେ ମା ଲକ୍ଷ୍ମୀଙ୍କର ଆଗମନ ହେବ । ଏମିତିରେ ଆସନ୍ତା କାଲି ମାଣବସା ସହିତ ସୁଦଶା ବ୍ରତ ମଧ୍ୟ ପଡୁଛି । ଏହା ବହୁତ ଶୁଭ ଓ ପବିତ୍ର ଦିନ ହୋଇଥାଏ । ଯଦି ଆପଣ ନିଜ ଜୀବନରେ ଧନୀ ହେବାକୁ ଚାହାଁନ୍ତି ତେବେ ଆପଣଙ୍କୁ ଏହି ଗୁରୁବାରରେ କିଛି ଖାସ ଉପାୟ କରିବାକୁ ପଡିବ । ସୁଦଶା ବ୍ରତରେ ଦିନ ଘର ଦ୍ଵାର ମୁହଁରେ କିଛି ଖାସ ଉପାୟ କରିବା ଦ୍ଵାରା ଘରେ ମା ଲକ୍ଷ୍ମୀଙ୍କର ଆଗମନ ହେବ ଓ ଘରେ ଧନ ଯଶ ଖ୍ୟାତି ବଢି ଚାଲିବ । ତେବେ ଆସନ୍ତୁ ଜାଣିବା ସେହି ଉପାୟ ଗୁଡିକ କଣ କଣ ?

୧. ବନ୍ଧୁଗଣ ସର୍ବ ପ୍ରଥମେ ଆପଣଙ୍କର ମୁଖ୍ୟ ଦ୍ଵାରକୁ ସଫା ସୁତରା ରଖନ୍ତୁ ଏବଂ ଯିବା ଆସିବା ବେଳେ ଯେଉଁ ଜିନିଷ ଗୋଡରେ ବାଜୁଥିବ ତାହାକୁ ସେଠାରୁ ହଟାଇ ଦିଅନ୍ତୁ । ବନ୍ଧୁଗଣ କିଛି ଘରେ ଘରର ସଦସ୍ୟମାନେ ଘରର ପ୍ରବେଶ ଦ୍ଵାର ଆଗରେ ଚପଲ ଗୁଡିକ ରାଖୀ ଥାନ୍ତି । ଖାସ କରି ଗୁରୁବାର ଦିନ ଏପରି କରନ୍ତୁ ନାହିଁ । ନହେଲେ ମା ଲକ୍ଷ୍ମୀ ଆସିବା ବଦଳରେ ସେଠାରୁ ଫେରି ଯାଆନ୍ତି ଓ ଆପଣଙ୍କର ଆର୍ଥିକ ଅବସ୍ଥା ଯେମିତି ଥିଲା ତାହା ହିଁ ରହିଥାଏ ।

ଆପଣ ସବୁବେଳେ ନିଜର ଘର ପ୍ରବେଶ ଦ୍ଵାରକୁ ସଫା ସୁତରା ରଖନ୍ତୁ ଓ ପ୍ରତି ଗୁରୁବାର ଦିନ ଘର ଦ୍ଵାରା ମୁହଁରେ ଚିତା ପକାନ୍ତୁ । ଆପଣ ପ୍ରତିଦିନ ସକାଳେ ଉଠିଲା ପରେ ନିଜ ଘର ଦ୍ଵାର ମୁହଁରେ ଗୋବର ପାଣି ଛିଞ୍ଚି ନିଶ୍ଚିତ ଓଳାନ୍ତୁ । ଏହା ଦ୍ଵାରା ମାତା ଲକ୍ଷ୍ମୀ ଆପନ୍ନକ ଘରେ ପ୍ରବେଶ କରିଥାନ୍ତି । କାରଣ ମା ଲକ୍ଷ୍ମୀ ସ୍ଵଚ୍ଛତା ପ୍ରିୟା ହୋଇଥାଏ ।

୨. ପ୍ରତି ଗୁରୁବାର ଦିନ ଘର ଦ୍ଵାର ମୁହଁରେ ଦେବ ଦାରୁ ପତ୍ର ବା ଆମ୍ବ ପତ୍ରରେ ମାଳ କରି ଘର ଦ୍ଵାର ମୁହଁରେ ନିଶ୍ଚିତ ଟାଙ୍ଗନ୍ତୁ । ଗେଣ୍ଡୁ ବା ଅନ୍ୟ କୌଣସି ଫୁଲରେ ମାଳ କରି ମଧ୍ୟ ଲଗାଇ ପାରିବେ । ଏହା କରିବା ଦ୍ଵାରା ମା ଲକ୍ଷ୍ମୀ ଆପଣଙ୍କ ଘର ଆଡକୁ ଆକର୍ଷିତ ହୋଇଥାନ୍ତି ।

୩. ବନ୍ଧୁଗଣ ନିଜ ପ୍ରବେଶ ଦ୍ଵାରକୁ କେବେ ବି ଅନ୍ଧାରରେ ରଖନ୍ତୁ ନାହିଁ । ଯଦି ସେଠାରେ ଅନ୍ଧାର ଅଛି ତେବେ ସେଠାରେ ଏକ ବଲ୍ବ ଜଳାଇ ଦିଅନ୍ତୁ । ଫଳରେ ସେହି ବାଟ ଗୁଡିକ ଆଲୋକିତ ହୋଇ ରହିବ । ଏବଂ ଆପଣଙ୍କୁ ପଜିଟିଭ ଏନର୍ଜି ମିଳିବ ।

୪. ବନ୍ଧଗଣ କେତେକ ଘର ଆଗରେ ଘରକୁ ଖରାପ ଶକ୍ତିରୁ ରକ୍ଷା କରିବା ପାଇଁ ହନୁମାନ, ଗଣେଶ ଓ ମା ଲକ୍ଷ୍ମୀ ଙ୍କର ଫଟୋ ଲଗାଇଥାନ୍ତି । ମହା ଲକ୍ଷ୍ମୀ ଙ୍କ ପାଦୁକ ମଧ୍ୟ ଲଗାଇଥାନ୍ତି । ଏହା କରିବା କୌଣସି ଭ୍ରାନ୍ତ ଧାରଣା ନୁହେଁ । ଏହା କରିବା ବହୁତ ଶୁଭ ହୋଇଥାଏ । ଏଥିପାଇଁ ଘରେ ଧାନର ଆଗମନ ହୋଇଥାଏ ।

 

୫. ବନ୍ଧୁଗଣ ଆପଣ ତ ଜାଣିଛନ୍ତି ମାଣବସା ଗୁରୁବାର ଚାଲିଛି ଓ ଗତକାଲି ସୁଦଶା ବ୍ରତ ଅଛି । ଏମିତିରେ ଘର ର ଦ୍ଵାର ମୁହଁରେ ମା ଲକ୍ଷ୍ମୀ ଙ୍କ ପ୍ରିୟ ଫୁଲ ପଦ୍ମ ଓ ପାଦୁକା ଚିହ୍ନର ଚିତା ପକାନ୍ତୁ ଓ ମୁଖ୍ୟ ଦ୍ଵାର ର ଡାହାଣ ପଟରେ ଏକ ଛୋଟ ଗଡୁ ରଖି ଦିଅନ୍ତୁ ଏବଂ ସେଥିରେ ପାଣି ପୁରାଇ ଏକ ମଣ୍ଡା ଫୁଲ ରଖି ଦିଅନ୍ତୁ । ଏହା ଅତ୍ୟନ୍ତ ଶୁଭ ହୋଇଥାଏ । ଏହା ଦ୍ଵାରା ଆପଣଙ୍କ ଘରେ ମା ଲକ୍ଷ୍ମୀ ଙ୍କର ଆଗମନ ହୋଇଥାଏ ଓ ଏହା ସହିତ ଆପଣଙ୍କ ଘରେ ଧନର ଆଗମନ ହୋଇଥାଏ ।

ତେବେ ବନ୍ଧୁଗଣ ଯଦି ଆପଣ ଏହି ସବୁ ଉପାୟ ଆପଣାଇବେ ତେବେ ଆପଣଙ୍କ ଘରେ ସବୁ ମଙ୍ଗଳ ହେବା ସହିତ ମା ଲକ୍ଷ୍ମୀ ଙ୍କର ଆଶୀର୍ବାଦ ଆପଣ ପାଇ ପାରିବେ ।

ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ଆଗକୁ ଶାସ୍ତ୍ର ସମ୍ବନ୍ଧୀୟ ତଥ୍ୟ ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *