ପବିତ୍ର ସୁଦଶା ବ୍ରତ (୨୨ ଏପ୍ରିଲ) ରେ କରନ୍ତୁ ଏହି 3 ଟି ଉପାୟ, ମିଳିବ ମା’ ଲକ୍ଷ୍ମୀ ଙ୍କ ଆଶୀର୍ବାଦ, ଧନ ରତ୍ନରେ ଭରିଯିବ ଭଣ୍ଡାର- Vastu Tips

ବନ୍ଧୁଗଣ ଏହି ଦୁନିଆର ସମସ୍ତ ମଣିଷ ମା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ବହୁତ କିଛି ଉପାୟ କରିଥାନ୍ତି । କାରଣ ମା ଲକ୍ଷ୍ମୀ ପ୍ରସନ୍ନ ହେବା ଦ୍ଵାରା ଘର ସୁଖ ସମୃଦ୍ଧିରେ ଭରି ଉଠିଥାଏ । ତେଣୁ ବନ୍ଧୁଗଣ ଯଦି କୌଣସି ମାସ ଗୁରୁବାର ଶୁକ୍ଳପକ୍ଷ ଦଶମ ତିଥିରେ ପଡିଥାଏ ତା ହେଲେ ସେହି ଗୁରୁବାର ବହୁତ ଶୁଭ ହୋଇଥାଏ । ବନ୍ଧୁଗଣ ଏହି ଗୁରୁବାର ଦିନ ସୁଦଶା ବ୍ରତ ପାଳନ କରାଯାଇଥାଏ । ଯଦି ଏହି ବାରରେ ବିବାହ ତିଥି ରହିଥାଏ ତା ହେଲେ ଏହି ଦିନକୁ ନୂଆ ସୁଦଶା ବ୍ରତ କୁହାଯାଇଥାଏ ।

ବନ୍ଧୁଗଣ ଏହି ଦିନରେ ନୂଆ ବିବାହିତ ମହିଳା ମାନେ ମା ଲକ୍ଷ୍ମୀଙ୍କର ପୂଜା କରନ୍ତି । ଏହି ଦିନରେ ମହିଳା ମାନେ ଏକ ନୂଆ ବ୍ରତକୁ ହଳଦୀ ପାଣିରେ ଧୋଇଥାନ୍ତି ଓ ମା ଲକ୍ଷ୍ମୀଙ୍କର ୧୦ ନାମ ଧରି ସେହି ବ୍ରତରେ ୧୦ଟି ଗଣ୍ଠି ପକାଇଥାନ୍ତି । ଏହାପରେ ମହିଳା ମାନେ ସେହି ବ୍ରତକୁ ନିଜ ଡାହାଣ ପଟ ହାତରେ ବାନ୍ଧି ରଖନ୍ତି ଓ ଏହି ବ୍ରତ ପରବର୍ତ୍ତୀ ସୁଦଶା ବ୍ରତ ପର୍ଯ୍ୟନ୍ତ ବାନ୍ଧି ହୋଇ ରହିଥାଏ ।

ବନ୍ଧୁଗଣ ଏହି ପବିତ୍ର ସୁଦଶା ବ୍ରତ ଦିନ ଏପରି କିଛି ଉପାୟ ରହିଛି ଯାହାକୁ କରି ଆପଣ ମାନେ ମା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିପାରିବେ । ବନ୍ଧୁଗଣ ଏହା କରିବା ଦ୍ଵାରା ଆପଣଙ୍କ ଜୀବନରେ ଥିବା ସମସ୍ତ ସମସ୍ୟା ଦୂର ହେବା ସହିତ ଆପଣଙ୍କ ଜୀବନରେ ସୁଖ ସମୃଦ୍ଧିର ଆଗମନ ହେବ । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଏହି ଉପାୟ ଗୁଡିକ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଉପାୟ ବିଷୟରେ ।

୧. ବନ୍ଧୁଗଣ ଏହି ସୁଦଶା ବ୍ରତରେ ଆପଣ ଘରକୁ ପରିଷ୍କାର ପରିଛନ ରଖନ୍ତୁ । ଏହି ଦିନରେ ଯେପରି କୌଣସି କଳହ ନହେବ ତାହା ପ୍ରତି ବିଶେଷ ଧ୍ୟାନ ନିଶ୍ଚୟ ରଖନ୍ତୁ । ଏହା ସହିତ ଆପଣ ଏହି ଦିନରେ ଘରକୁ ଭୁଲ ସେ ମଧ୍ୟ ଅନ୍ଧାର କରି ରଖନ୍ତୁ ନାହିଁ । ଏହି ଦିନରେ ଆପଣ ସୂର୍ଯ୍ୟ ଉଦୟ ପୂର୍ବରୁ ଶେଜତ୍ୟାଗ କରନ୍ତୁ । ଏହି ସମସ୍ତ ଉପାୟ କରିଲେ ମା ଲକ୍ଷ୍ମୀ ଆପଣଙ୍କ ଉପରେ ନିଶ୍ଚୟ ପ୍ରସନ୍ନ ହେବେ ।

୨. ବନ୍ଧୁଗଣ ସୁଦଶା ବ୍ରତ ଦିନ ମା ଲକ୍ଷ୍ମୀଙ୍କ ପାଖରେ ତିନି ବେଳାର ଭୋଗ ଲଗା ଯାଇଥାଏ । ହେଲେ ଏହି କଥାର ଧ୍ୟାନ ନିଶ୍ଚୟ ରଖିବେ ଯେ, ଏହି ଭୋଗକୁ ଆପଣଙ୍କ ପରିବାର ଲୋକଙ୍କ ଛଡା ଅନ୍ୟ କୌଣସି ଲୋକକୁ ଦେବେ ନାହିଁ । ଏହି ଉପାୟ କରିବା ଦ୍ଵାରା ପରିବାରର ସମସ୍ତ ସଦସ୍ୟଙ୍କ ମଙ୍ଗଳ ହୋଇଥାଏ ।

୩. ବନ୍ଧୁଗଣ ଆମର ଶେଷ ଉପାୟଟି ହେଉଛି ଆପଣ ମାନେ ସୁଦଶା ବ୍ରତର ଆରମ୍ଭ ବ୍ରହ୍ମ ମୂହୁର୍ତ୍ତରେ କରନ୍ତୁ । ଏହା ଅତ୍ୟନ୍ତ ଶୁଭ ହୋଇଥାଏ । କାରଣ ସେହି ସମୟରେ ମା ଲକ୍ଷ୍ମୀ ନିଜ ମନ୍ଦିରରୁ ବାହାରି ଭକ୍ତ ମାନଙ୍କ ପାଖକୁ ବୁଲିବା ପାଇଁ ଆସିଥାନ୍ତି । ତେଣୁ ବନ୍ଧୁଗଣ ଆପଣ ଏହି ଦିନରେ ବ୍ରହ୍ମ ମୂହୁର୍ତ୍ତରେ ଶେଜତ୍ୟାଗ କରି ସ୍ନାନ କରନ୍ତୁ ଓ ଏହି ପୂଜାର ଆରମ୍ଭ କରନ୍ତୁ ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *