ଜାଣନ୍ତୁ ଏହି ଓଡିଆ ହିରୋଇନ ମାନଙ୍କ ଶିକ୍ଷାଗତ ଯୋଗ୍ୟତା କେତେ ?

ନମସ୍କାର ବନ୍ଧୁଗଣ ଆପଣ ମାନେ ଓଲିଉଡ ଜଗତ ସହ ପରିଚିତ ନିଶ୍ଚିତ ଥିବେ । ଓଲିଉଡ ର ସିନେମା ମଧ୍ୟ ବହୁତ ଚର୍ଚ୍ଚା ରେ ରହିଥାଏ । ଲୋକମାନେ ଓଡ଼ିଆ ଚଳଚ୍ଚିତ୍ର ଦେଖିବାକୁ ଖୁବ ପସନ୍ଦ ମଧ୍ୟ କରନ୍ତି ଏବଂ ଏହି ଓଡ଼ିଆ ସିନେମା ଜଗତର ଅଭିନେତ୍ରୀ ଏବଂ ଅଭିନେତା ମାନଂକୁ ମଧ୍ୟ ଖୁବ ପସନ୍ଦ କରନ୍ତି । ନିଜ ନିଜର ମନ ପସନ୍ଦ ର ଅଭିନେତା କିମ୍ବା ଅଭିନେତ୍ରୀ ମାନଙ୍କ ସିନେମା କୁ ଆପଣ ମାନେ ଦେଖିବାକୁ କେବେବି ଭୁଲନ୍ତି ନାହିଁ । ତେବେ ଆଜି ଆମେ ସେହି ଓଲିଉଡ ଜଗତର କିଛି ଅଭିନେତ୍ରୀ ମାନଙ୍କ ଜୀଵନ ଶୈଳୀ ଏବଂ ସେମାନଙ୍କ ର ଶିକ୍ଷାଗତ ଯୋଗ୍ୟତା ବିଷୟରେ ଆଲୋଚନା କରିବା ।

୧- ପ୍ରଥମ ଅଭିନେତ୍ରୀ ହେଉଛନ୍ତି ଭୂମିକା । ସେ ଅତି ଅଳ୍ପ ସମୟରେ ଓଲିଉଡ ଜଗତରେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ପ୍ରସ୍ତୁତ କରି ପାରିଛନ୍ତି । ସେ ଅନେକ ସଫଳ ସିନେମାରେ ଅଭିନୟ କରି ନିଜ ଅଭିନୟ ର ଯାଦୁ ରେ ଦର୍ଶକ ମାନଙ୍କ ହୃଦୟ ରେ ଘର କରି ପାରିଛନ୍ତି ।

ତାଙ୍କ ଶିକ୍ଷାଗତ ଯୋଗ୍ୟତା ହେଉଛି ସେ ବର୍ତ୍ତମାନ ଯୁକ୍ତ ଦୁଇ ବିଜ୍ଞାନ ରେ ପଢୁଛନ୍ତି । ସେ ଡ଼ି.ଏ.ଭି ସ୍କୁଲ ରେ ନିଜର ପାଠପଢା ଶେଷ କରିଛନ୍ତି ଏବଂ ସେ ବାଲ୍ୟ କାଳରୁ ହିଁ ସିନେମା ଜଗତରେ ନିଜର ସୁନାମ କରିଛନ୍ତି ।

୨- ଦ୍ୱିତୀୟ ଅଭିନେତ୍ରୀ ହେଉଛନ୍ତି ଅନୁ ଚୌଧୁରୀ । ଓଲିଉଡ ସିନେମା ଜଗତରେ ଅନୁ ଚୌଧୁରୀ ଜଣେ ସଫଳ ଏବଂ ଲୋକପ୍ରିୟ ଅଭିନେତ୍ରୀ ସେ ଓଲିଉଡ କୁ ଅନେକ ସଫଳ ସିନେମା ପ୍ରଦାନ କରିଛନ୍ତି । ଶିକ୍ଷାଗତ ଯୋଗ୍ୟତା ଦେଖିଲେ ସେ ଗୃହ ବିଜ୍ଞାନ ରେ ସ୍ନାତକ ହୋଇଛନ୍ତି ଏବଂ ସେ ରମାଦେବୀ ବିଶ୍ୱବିଦ୍ୟାଳୟ ରେ ପଢ଼ିଛନ୍ତି ।

୩- ତୃତୀୟ ଅଭିନେତ୍ରୀ ହେଉଛନ୍ତି ଝିଲିକ ଭଟ୍ଟାଚାର୍ୟ୍ଯ । ସେ ଜଣେ ବଙ୍ଗାଳୀ ଅଭିନେତ୍ରୀ ଏବଂ ଓଡ଼ିଆ ସିନେମା ଦୁନିଆ ରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ମଧ୍ୟ ସୃଷ୍ଟି କରିବାରେ ସେ ସଫଳ ହୋଇ ପାରିଛନ୍ତି । ସେ ଅନେକ ସୁପର ହିଟ ସିନେମାରେ ଅଭିନୟ କରି ଦର୍ଶକ ମାନଙ୍କ ର ପ୍ରିୟ ହୋଇ ପାରିଛନ୍ତି । ତାଙ୍କର ଶିକ୍ଷା ଗତ ଯୋଗ୍ୟତା ହେଉଛି ସେ ଇଂରାଜୀ ଭାଷାରେ ସ୍ନାତକ ଡିଗ୍ରୀ ହାସଲ କରିଛନ୍ତି ।

୪- ଚତୁର୍ଥ ଅଭିନେତ୍ରୀ ହେଉଛନ୍ତି ରଚନା ବାନାର୍ଜୀ । ସେ ମଧ୍ୟ ଜଣେ ବଙ୍ଗାଳୀ ଅଭିନେତ୍ରୀ କିନ୍ତୁ ଓଲିଉଡ ସିନେମା ରେ ସମସ୍ତ ଙ୍କର ପ୍ରଥମ ପସନ୍ଦ ହେଉଛନ୍ତି ରଚନା ବାନାର୍ଜୀ । ସେ ଅନେକ ସୁପର ହିଟ ସିନେମାରେ ଅଭିନୟ କରି ସଫଳତା ହାସଲ କରିଛନ୍ତି । ସେ ମଧ୍ୟ ସ୍ନାତକ ଡିଗ୍ରୀ ହାସଲ କରିଛନ୍ତି ।

୫- ପଞ୍ଚମ ଅଭିନେତ୍ରୀ ହେଉଛନ୍ତି ବର୍ଷା ପ୍ରିୟଦର୍ଶିନୀ । ଓଲିଉଡ ର କୁଇନ ଭାବେ ସେ ପରିଚିତ । ସେ ନିଜର ଅଭିନୟ ଏବଂ ସୁନ୍ଦରତା ରେ ଅନେକ ଲୋକଙ୍କ ହୃଦୟ କୁ ଜିଣି ପାରିଛନ୍ତି । ଅନୁଭବ ମହାନ୍ତି ଙ୍କ ସହ ତାଙ୍କ ଯୋଡି ଖୁବ ପସନ୍ଦ କରନ୍ତି ଦର୍ଶକ ମାନେ ଏବଂ ସେ ଅନେକ ସୁପର ହିଟ ସିନେମାରେ ମଧ୍ୟ ଅଭିନୟ କରି ଲୋକପ୍ରିୟତା ହାସଲ କରିଛନ୍ତି । ସେ ଶୈଳବାଳା ମହିଳା ମହା ବିଦ୍ୟାଳୟରେ ସେ ସ୍ନାତକ ଡିଗ୍ରୀ ହାସଲ କରିଛନ୍ତି ।

୬- ଷଷ୍ଠ ଅଭିନେତ୍ରୀ ହେଉଛନ୍ତି ଏଲିନା ସାମନ୍ତ ରାୟ । ଏଲିନା ଏକ ରିୟାଲିଟି ସୋ ର ବିଜେତା ହୋଇ ସିନେମା ଦୁନିଆରେ ପାଦ ଦେଇଥିଲେ ଏବଂ ତାପରେ ସେ ସଫଳତା ର ପାହାଚ ଚଢି ଚାଲିଲେ । ଏବେ ସେ ଜଣେ ଲୋକପ୍ରିୟ ଏବଂ ପ୍ରସିଦ୍ଧି ଅଭିନେତ୍ରୀ ସେ ନିଜର ଶିକ୍ଷା ରେଭେନ୍ସା ମହାବିଦ୍ୟାଳୟରେ ଶେଷ କରିଥିଲେ ।

୭- ସପ୍ତମ ଅଭିନେତ୍ରୀ ହେଉଛନ୍ତି ଅର୍ଚ୍ଚିତା ସାହୁ । ସେ ଓଲିଉଡ ଜଗତର ସବୁଠାରୁ ସଫଳ ଏବଂ ଲୋକପ୍ରିୟ ଅଭିନେତ୍ରୀ । ସେ ନିଜର ଅଭିନୟ ବଳ ରେ ଦର୍ଶକ ମାନଙ୍କ ହୃଦୟ ରେ ଘର କରି ପାରିଛନ୍ତି ଏବଂ ଏବେ ତାଙ୍କୁ କୌଣସି ପରିଚୟ ର ମଧ୍ୟ ଆବଶ୍ୟକ ନାହିଁ । ସେ ବି.ଟେକ ରେ ସ୍ନାତକ ଡିଗ୍ରୀ ହାସଲ କରିଛନ୍ତି ।

ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଓଲିଉଡ ବିଷୟରେ ଅଧିକ କିଛି ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *