ଅଭିନେତା Sudarshan Sahu କହିଲେ ‘ସେ ଭଲପାଇବା, ପ୍ରେମରୁ କିଛି ମିଳିବନି, ରୋଜଗାର କରି ବାପା ମା’ ଙ୍କୁ ଖୁସିରେ ରଖ, ଦେଖିବା ଆପେ ଆପେ ତୁମ ପଛରେ…’

ବନ୍ଧୁଗଣ, ସୂଚନା ଅନୁଯାୟୀ ଅଭିନେତା ସୁଦର୍ଶନ ସାହୁ ପ୍ରେମ କୁ ନେଇ କିଛି ବିଶେଷ କଥା ସେୟାର କରିଛନ୍ତି ଆସନ୍ତୁ ଜାଣିନେବା ସଂପୂର୍ଣ୍ଣ ବିବରଣୀ । ସୁଦର୍ଶନ କହିଛନ୍ତି ଯେ ଯୁବପିଢୀ ମାନେ ସବୁବେଳେ ନିଜକୁ ବ୍ୟସ୍ତ ରଖନ୍ତୁ ଭଲପାଇବା ତଥା ପ୍ରେମ ଏ ସବୁରୁ କିଛି ମିଳିବ ନାହିଁ । ଜୀବନର ୫୦ ପ୍ରତିଶତ ସମୟ ଆମେ ସାରି ଦେଲୁଣି ବର୍ତ୍ତମାନ ସମୟ ହେଉଛି ପଇସା କମାଇବାର ତଥା ବାପା ମା’ ଙ୍କୁ ଭଲରେ ରଖିବାର, ଶୋସାଇଟି ହେଲ୍ପ କରି ଆଗକୁ ବଢିବାର ସମୟ ।

ପ୍ରଭୁ ଜଗନ୍ନାଥ ଙ୍କ ନାମ କୁ ଆଗକୁ ବଢାଇବାର ଏହା ବ୍ୟତୀତ ଆଗକୁ କିଛି ନାହିଁ । ମୋଟ ଉପରେ ସୁଦର୍ଶନ କହିଛନ୍ତି ଯେ ଭଲ ପାଇବା କୁ ଆଦୌ ଗୁରୁତ୍ଵ ଦିଅନ୍ତୁ ନାହିଁ । କିନ୍ତୁ ଜୀବନରେ ଗୋଟିଏ ସମୟ ଏଭଳି ଆସିଥାଏ, ଯେଉଁଥିରେ କାହାର ସାଥ ନିଶ୍ଚିତ ଭାବରେ ଆବଶ୍ୟକ ହୋଇଥାଏ । ଏହାକୁ ନେଇ ସୁଦର୍ଶନ କହିଥିଲେ ଯେ ବାପା ମା’ ଙ୍କ ଠାରୁ ଅଧିକ ଅନ୍ୟ କେହି ଭଲ ପାଇ ପାରିବେ ନାହିଁ ।

ଭଲପାଇବା କଥା ଯେଉଁଠାରେ ରହିଲା ସେଠାରେ ଭଲପାଇବାର ଅର୍ଥ ଅଲଗା ଅଲଗା ହୋଇଥାଏ । ତାହା କେହି ଜାଣିନାହାଁନ୍ତି ଭଲପାଇବାର ଅର୍ଥ କ’ଣ ? ଭଲ ପାଇବା ସମସ୍ତଙ୍କୁ ଦିଆ ଯାଇପାରିବ, କିନ୍ତୁ ଏହାର ଅର୍ଥ ଏହା ନୁହେଁ ଯେ ସେହି ଗୋଟିଏ ଲୋକ ସହିତ କଥା ହେବି, ତା’ ପାଇଁ ଦିନ ହେବ, ତା’ ପାଇଁ ମୋ ରାତି ହେବ, ତା’ ପାଇଁ ମୁଁ ଖାଉଛି, ତା’ ପାଇଁ ମୁଁ ବଞ୍ଚୁଛି, ଏ ସବୁ ଭଲପାଇବା ଆଦୌ ନୁହେଁ ।

ଅଭିନେତା ସୁଦର୍ଶନ କହିଥିଲେ ଯେ ୫ ବର୍ଷ ତଳେ ତାଙ୍କୁ ଭଲ ପାଇବା ହୋଇଥିଲା । ଏବଂ ୫ ବର୍ଷ ପର୍ଯ୍ୟନ୍ତ ସେ ରିଲେସନସିପରେ ଥିଲେ । ଏହାପରେ ବ୍ରେକଅପ ହୋଇଯାଇଥିଲା । ଏହାର କାରଣ କ’ଣ ସେ ଜାଣି ନାହାଁନ୍ତି । ସୁଦର୍ଶନ ଙ୍କ ପ୍ରେମିକା କହିଥିଲେ ଯେ ମୁଁ ପାଠ ପଢିବି ଆଗକୁ ଏବଂ ତାଙ୍କ ଘରେ କେହି ରାଜି ମଧ୍ୟ ହେବେ ନାହିଁ ବୋଲି ସେ କହିଥିଲେ ।

ବ୍ରେକଅପରେ ସୁଦର୍ଶନଙ୍କର ଆକ୍ସିଡେଣ୍ଟ ହୋଇଗଲା ଏବଂ ଡ୍ରିପ୍ରେସନ ଏଭଳି ଥିଲା ଯେ ସେ ସେଥିରୁ ବାହାରି ପାରୁ ନଥିଲେ । କିନ୍ତୁ ତାଙ୍କର ଜଣେ ଭଲ ବନ୍ଧୁ ଯିଏ କି ଜଣେ ସାଇକାଷ୍ଟ୍ରିଟ ଥିଲେ, ସେ ତାଙ୍କୁ ବହୁତ ସାହାର୍ଯ୍ୟ କରିଛନ୍ତି । ବର୍ତ୍ତମାନ ସୁଦର୍ଶନ ବହୁତ ପ୍ରାଟିକାଲ ଭାବରେ ଜୀବନ ଜାପାନ କରୁଛନ୍ତି ଏବଂ ବହୁତ ଖୁସ ଅଛନ୍ତି । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *