ନାଗକୁ ମାରିଥିଲେ ବ୍ୟକ୍ତି, ଯାହାର ଏବେ ପ୍ରତିଶୋଧ ନେଉଛି ନାଗୁଣୀ, ଥରେ କି 2 ଥର ନୁହେଁ 7 ଥର ମାରି ସାରିଲାଣି ଚୋଟ…

ବନ୍ଧୁଗଣ, ସୂଚନା ଅନୁଯାୟୀ ଏହି ବ୍ୟକ୍ତି ଜଣଙ୍କ ନାଗ କୁ ମାରିଥିଲେ, ଏହାର ପ୍ରତିଶୋଧ ନେବାକୁ ଯାଇ ଏହି ବ୍ୟକ୍ତିଙ୍କୁ ପ୍ରାୟ 7 ଥର କାମୁଡିଛି ନାଗୁଣୀ । ତେବେ କୌଣସି ଫିଲ୍ମ ଷ୍ଟୋରୀ ଠାରୁ କମ ନୁହେଁ ଏହି ଘଟଣା । ଆସନ୍ତୁ ତେବେ ଜାଣିନେବା ସଂପୂର୍ଣ୍ଣ ଘଟଣା ସମ୍ବନ୍ଧରେ । ସାଧାରଣତଃ ଓଡିଆ ହେଉ ଅଥବା ହିନ୍ଦୀ କୌଣସି ଚଳଚିତ୍ରରେ ନାଗନାଗୁଣୀ ପ୍ରତିଶୋଧ ନେଉଥିବା ଚିତ୍ର ଆପଣ ନିଶ୍ଚିତ ଭାବରେ ଦେଖିଥିବେ ।

ଏହିଭଳି ଅନେକ ଚଳଚିତ୍ର ଓଲିଉଡ ଏବଂ ବଲିଉଡରେ ତିଆରି ହୋଇସାରିଛି । ଏହାକୁ ଦର୍ଶକ ଖୁବ ପସନ୍ଦ କରିଛନ୍ତି । ଫିଲ୍ମ ଦୁନିଆରେ ଖୁବ ମନୋରଞ୍ଜନର ଖୋରାକ ଯୋଗାଉଥିବା ନାଗ ନାଗୁଣୀର ପ୍ରତିଶୋଧର କାହାଣୀ ଅପେକ୍ଷା ବାସ୍ତବରେ ଏହା ଆହୁରୀ ଭୟଙ୍କର । ଉତ୍ତର ପ୍ରଦେଶର ରାମପୁରରେ ଏହିଭଳି ଏକ ଘଟଣା ସାମ୍ନାକୁ ଆସିଛି, ଏଠାରେ ନାଗକୁ ହତୟଆ କରିବା ପରେ ବର୍ତ୍ତମାନ ନାଗୁଣୀ ହୋଇପଡିଛି ପ୍ରତିଶୋଧ ପରାୟଣ ।

ନାଗ ସାପକୁ ହ-ତ୍ୟା କରିଥିବା ବ୍ୟକ୍ତିକୁ ନାଗୁଣୀ ପ୍ରାୟ 7 ଥର କାମୁଡି ସାରିଲାଣି ଏହି ଘଟଣା ସାମ୍ନାକୁ ଆସିବା ପରେ ସମସ୍ତେ ଚକିତ ହୋଇ ପଡିଛନ୍ତି । ରାମପୁର ଜିଲ୍ଲା ମିର୍ଜାପୁର ଗ୍ରାମର ବବଲୁ ଏକ ଫର୍ମ ରେ କାମ କରନ୍ତି ଗତ ସାତ ମାସ ପୂର୍ବେ ସେ ନାଗ ନାଗୁଣୀ କୁ ସାମ୍ନା କରିଥିଲେ ବବଲୁ ନିଜକୁ ବଞ୍ଚାଇବାକୁ ଯାଇ ଏକ ବାଡିରେ ନାଗଟିକୁ ପିଟି ମାରିଦେଇଥିଲେ ।

ନାଗୁଣୀ ଟି ବଞ୍ଚି ଯାଇଥିଲା କିନ୍ତୁ ନାଗୁଣୀ ନିଜ ସାଥି ନାଗ ମୃ-ତ୍ୟୁର ପ୍ରତିଶୋଧ ନେବାରେ ଲାଗିପଡିଛି, ଫିଲ୍ମ କାହାଣୀ ଭଳି ସୁଯୋଗ ମିଳିବା ମାତ୍ରେ ବବଲୁ ଙ୍କୁ ନାଗୁଣୀ କାମୁଡି ଦେଇଥିଲା । କିନ୍ତୁ ଠିକ ସମୟରେ ଚିକିତ୍ସ୍ୟା ଯୋଗୁଁ ବବଲୁ ବଞ୍ଚି ଯାଇଥିଲେ । ପୁଣି କିଛିଦିନ ପରେ ନାଗୁଣୀ ବବଲୁ କୁ କାମୁଡିଥିଲା ମାତ୍ର ଏଥର ମଧ୍ୟ ବବଲୁ ବଞ୍ଚି ଯାଇଥିଲେ । ଏହିଭଳି ଭାବରେ ବବଲୁ କୁ ନାଗୁଣୀ 7 ଥର କାମୁଡିଥିଲେ ମଧ୍ୟ ମୃତ୍ୟୁ ପୂର୍ବରୁ ବଞ୍ଚି ଯାଇଛନ୍ତି ବବଲୁ ।

ନାଗୁଣୀ ପ୍ରତିଶୋଧ ନେବାର କାହାଣୀ ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ବର୍ତ୍ତମାନ ବବଲୁ ଭୟଭୀତ ଭାବରେ ବଞ୍ଚିବାକୁ ବାଧ୍ୟ ହୋଇଛି କିନ୍ତୁ ସବୁଥର କାମୁଡି ନାଗୁଣୀ ନିଜକୁ ବଞ୍ଚାଇବାରେ ସଫଳ ହୋଇଛି । ନାଗୁଣୀ ଏବଂ ବବଲୁ ମଧ୍ୟରେ ଏହି ଲଢେଇ ଆଉ କେତେଦିନ ଚାଲିବ ତାହା ଜଣାନାହିଁ । କିନ୍ତୁ ସଂପୂର୍ଣ୍ଣ ଅଞ୍ଚଳରେ ଏହା ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *