କୁନି ବୟସରେ ବହି ଲେଖି ପବ୍ଲିଶ କଲେ ଅଭିନେତା Harihara Mohapatra ଙ୍କ ଝିଅ ତବିଶ ତନୟା ମହାପାତ୍ର, ଏ ନେଇ ସେ କଣ କହିଲେ ଦେଖନ୍ତୁ…

ବନ୍ଧୁଗଣ, ସାଧାରଣତଃ କୁନି ଛୁଆଟିଏ ଛୋଟ ବେଳରୁ ଯେତେବେଳେ କିଛି କରିବା ନିମନ୍ତେ ଆଶା କରିଥାଏ ତଥା ଜୀବନରେ କିଛି ଲକ୍ଷ ରଖିଥାଏ, ସେ ଛୁଆ ବେଲାରୁ ହିଁ ତାହାର ପ୍ରତିଭା ଦେଖାଇଥାଏ । ବଡ ହୋଇ ତା’ ବାପା ମା’ ଙ୍କର ନାମ ଉଜ୍ଵଳ କରିଥାଏ । ଆମ୍ଭେ ଆଜି ସେହିଭଳି ଏକ କଳାଙ୍କର ଙ୍କ ସମ୍ବନ୍ଧରେ କହିବାକୁ ଯାଉଅଛୁ ଯିଏ ବହୁତ ଛୋଟ କିନ୍ତୁ ତାଙ୍କ ହାତରେ ଲେଖା ହୋଇଥିବା ଗୋଟିଏ କବିତା ବହି ଆଜି ତାଙ୍କୁ ପରିଚିତ କରାଇଛି ।

ସେ ଜଣେ ମହାନ କଳାକାରଙ୍କର ଝିଅ ମାତ୍ର ଛୋଟବେଳୁ ସେ ନିଜ ନାମ କୁ ଦୁନିଆ ସାମ୍ନା କୁ ଆଣିବାକୁ ଚେଷ୍ଟା କରିଛନ୍ତି । ତେବେ ସେହି କୁନି ଝିଅ ହେଉଛନ୍ତି ଅଭିନେତା ହରିହର ମହାପାତ୍ର ଙ୍କ ଝିଅ ତବିଶି ତନୟା ମହାପାତ୍ର । ତବିଶି ଙ୍କ ଜନ୍ମ ଦିନରେ ସେ ଲେଖିଥିବା ପୁସ୍ତକ ରିଲିଜ ହୋଇଥିଲା । ଏହାକୁ ନେଇ ସେ ବହୁତ ଖୁସି ଅଛନ୍ତି ଏବଂ ଏଥିପାଇଁ ତାଙ୍କୁ ସମସ୍ତେ ସାହାର୍ଯ୍ୟ ସହଯୋଗ ମଧ୍ୟ କରିଛନ୍ତି ।

ସେ ଅନେକ ବହି ପଢନ୍ତି ଏବଂ ସେହି ବହି ଗୁଡିକ ପଢି ପଢି ତାଙ୍କୁ ଉତ୍କଣ୍ଠା ଏବଂ ଆଗ୍ରହ ହେଲା ଯେ ସେ ନିଜେ ଗୋଟିଏ ବହି ଲେଖିବେ ବୋଲି । ଗୋଟିଏ ଷ୍ଟୋରି ଲେଖିବା ପାଇଁ ତାଙ୍କୁ ଗୋଟିଏ ସପ୍ତାହ ଅଥବା ତାହାଠାରୁ ଅଧିକ ସମୟ ଲାଗିଥିଲା ବୋଲି ସେ କହିଥିଲେ । ଯେତେବେଳେ ତାଙ୍କର ଶନିବାର ଏବଂ ରବିବାର ଛୁଟି ଦିନ ରହିଥାଏ ସେହି ଦିନ ମାନଙ୍କରେ ସେ ଷ୍ଟୋରି ଲେଖିବା ଆରମ୍ଭ କରନ୍ତି ।

ତବିଶ ଯେଉଁ ବହି ଲେଖିଛନ୍ତି ତାହାର ନାମ ହେଉଛି ବାର୍ଡ୍ସ ଆର ମେଣ୍ଟ ଟୁ ପ୍ଲାଏ । ଏହି ପୁସ୍ତକ ର ନାମା ତାଙ୍କ ବାପା ମା’ ଏବଂ ସେ ମିଶି ଷ୍ଟୋରି ଅନୁଯାୟୀ ରଖିଛନ୍ତି ବୋଲି କହିଛନ୍ତି । ଏଥିରେ ତାଙ୍କର ଫେବରେଟ ଷ୍ଟୋରି ହେଉଛି ଚକୋଲେଟ ଫ୍ୟାକ୍ଟରୀ । ତେବେ ଚକୋଲେଟ ତାଙ୍କର ବହୁତ ପ୍ରିୟ ହୋଇଥିବାରୁ ସେ ଏହା ଉପରେ ଷ୍ଟୋରି ଲେଖିବେ ବୋଲି ନିଷ୍ପତ୍ତି ନେଲେ । ତବିଶି ଙ୍କ ନାମ ଅନୁଯାୟୀ ଏହାର ଅର୍ଥ ପଚାରିବାରୁ ସେ କହିଥିଲେ ଯେ ତାଙ୍କ ନାମର ଅର୍ଥ  “ଭଗବାନଙ୍କର ଝିଅ” ।

ଆଗକୁ ସେ ପାଠ ପଢି ଜଣେ ସ୍ପେସ ସାଇଣ୍ଟିଷ୍ଟ ହେବେ ବୋଲି ଇଛା ରଖିଛନ୍ତି । ତାଙ୍କ ବାପା ଜଣେ ଅଭିନେତା ହୋଇଥିବାରୁ ସ୍କୁଲ ରେ ସାଙ୍ଗସାଥି ସମସ୍ତେ ତାଙ୍କ ସହିତ ଦେଖା କରିବା ନିମନ୍ତେ ଚାହିଁଥାନ୍ତି । ତେବେ ଅଭିନେତା ହରି ଙ୍କ ଝିଅ ଏକ ସୁନ୍ଦର ପୁସ୍ତକ ପବ୍ଲିଶ କରିଥିବାରୁ ବେସ ଖୁସ ଅଛନ୍ତି ବୋଲି କହିଛନ୍ତି । ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *