ବାପା ଥିଲେ କୁଲି, ତଥାପି ମାନିଲେ ନାହିଁ ହାର, ସ୍କୁଟର ରେ ବୁଲି ବୁଲି ଇଟିଲି-ଦୋସା ବିକ୍ରି କରି ଠିଆ କରିଦେଲେ 100 କୋଟି ଟଙ୍କାର କମ୍ପାନୀ

ବନ୍ଧୁଗଣ ଆପଣ ମାନେ ସମସ୍ତେ ଅନେକ ବଡ ବଡ ବିଜନେସ ମ୍ୟାନ ମାନଙ୍କୁ ନିଶ୍ଚୟ ଜାଣିଥିବେ । ହେଲେ ଏକ ଅସଲ ବିଜନେସ ମ୍ୟାନ ସେହି ହୋଇଥାଏ ଯିଏ ନିଜ ବୁଦ୍ଧି ଓ କମ କଷ୍ଟରେ ଅଧିକ ଫଳ ପାଇଥାଏ ।

ଯେତେବେଳେ ଆପଣ ମାନଙ୍କ ପାଖରେ ଲକ୍ଷ ଲକ୍ଷ ଟଙ୍କାର ପୁଞ୍ଜି ଥିବ ସେତେବେଳେ ଆପଣ ମାନଙ୍କ ପାଇଆନ ବେପାର କରିବା କୌଣସି ବଡ କଥା ନୁହେଁ ହେଲେ ଅସଲି ବିଜନେସ ମ୍ୟାନ ତାଙ୍କୁ କୁହନ୍ତି ଯିଏ ନିଜ ଆର୍ଥିକ ସମସ୍ୟାର ସମ୍ମୁଖୀନ ହୋଇ ସଫଳତା ହାସଲ କରିଥାଏ ।

ଆପଣ ମାନେ ଉଦାହରଣ ପାଇଁ ପିସି ମୁସ୍ତାଫାଙ୍କୁ ନେଇ ପାରିବେ । ପିସି ମୁସ୍ତାଫାଙ୍କ ବାପା ଜଣେ କୁଲି ଥିଲେ ଓ ପିସି ନିଜେ ଇଟିଲି ଏବଂ ଦୋସା ବିକ୍ରି କରି ବର୍ତ୍ତମାନ ୧୦୦ କୋଟି ତାଙ୍କ କମ୍ପାନୀର ମାଲିକ ଅଟନ୍ତି । ଆଜିଆମେ ଆପଣ ମାନଙ୍କୁ ପିସି ମୁସ୍ତାଫାଙ୍କ ସଂଘର୍ଷ ମୟ ଜୀବନୀ ବିଷୟରେ କହିବାକୁ ଯାଉଛୁ ଯାହା ବିଷୟରେ ବହୁତ କମ ଲୋକ ଜାଣିଛନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ବାୟନାଡର ଏକ ଗାଁ ଚେନ୍ନାଲୋଡେରେ ଜନ୍ମିତ ମିସ୍ତାଫାଙ୍କ ପିତା ଜଣେ କୁଲି ଥିଲେ । ସେତେବେଳେ ତାଙ୍କ ଘରର ଆର୍ଥିକ ସ୍ଥିତି ବହୁତ ଦୁର୍ବଳ ଥିଲା ଯାହାଫଳରେ ମୁସ୍ତାଫାଙ୍କ ପାଠ ପଢା ପାଇଁ ଅନେକ ସମସ୍ୟା ସୃଷ୍ଟି ହୋଇଥିଲା । ସେ ନିଜ ସ୍କୁଲରୁ ଘରକୁ ଆସିବା ପରେ ନିଜ ବାପାଙ୍କୁ ସାହାର୍ଯ୍ୟ କରୁଥିଲେ । କାମ କରିବା ଦ୍ଵାରା ସେ ନିଜ ପାଠ ପଢା ଉପରେ ଅଧିକ ଗୁରୁତ୍ଵ ଦେଇପାରୁ ନଥିଲେ । ହେଲେ ସେ ବହୁତ କଷ୍ଟରେ ଦଶମ ପରୀକ୍ଷା ଦେଇ ପ୍ରଥମ ଅଂଶ ଗ୍ରହଣ କରିଥିଲେ । ସେତେବେଳେ ସେ ଜାଣିପାରିଥିଲେ ଯେ, ଜୀବନରେ ପାଠ ପଢାର ବହୁତ ଗୁରୁତ୍ଵ ରହିଛି ।

ନିଜ କଷ୍ଟ ଓ ସଂଘର୍ଷ ଦ୍ଵାରା ସେ ନାସନାଲ ଇନଷ୍ଟିଟ୍ଯୁଟ ଅଫ ଟେକ୍ନୋଲୋଜିରେ କମ୍ପୁଟର ସାଇନ୍ସରେ ଆଡମିସନ ନେଲେ । ସେ ନିଜ କଷ୍ଟର ଫଳ ପାଇଥିଲେ ଓ ଆମେରିକାର ଏକ ଷ୍ଟାର୍ଟଅପ୍ କମ୍ପାନୀରେ ତାଙ୍କୁ ଚାକିରି ମିଳିଥିଲା । ଚାକିରି ମିଳିବା ପରେ ମଧ୍ୟ ତାଙ୍କ ମନକୁ ଶାନ୍ତି ମିଳି ନଥିଲା କାରଣ ସେ ତାଙ୍କ ଜୀବନରେ କିଛି ବଡ କରିବାକୁ ଚାହୁଁ ଥିଲେ ।

ଏହା ପରେ ସେ ଅନେକ ସେକ୍ଟରସରେ କାମ କରିଥିଲେ । ମନ ମୁତାବକ କାମ ନମିଳିବାରୁ ସେ ୨୦୦୩ ମସିହାରେ ଭାରତ ଫେରି ଆସିଥିଲେ । ଭାରତକୁ ଫେରିବାର ନିଷ୍ପତ୍ତି ଉପରେ ଅନେକ ଲୋକ ତାଙ୍କ ଉପରେ ଆଙ୍ଗୁଠି ଉଠାଇ ଥିଲେ । ହେଲେ ସେ ନିଜ ମନବଳକୁ ବଜାଇ ରଖିଥିଲେ । ଏହାପରେ ସେ ରେଡି ଟୁ ଇଟ ଫୁଡ ଆଇଟମ୍ସ ବିକ୍ରି କରିବାର ନିଷ୍ପତ୍ତି ନେଇଥିଲେ ।

ପ୍ରଥମେ ସେ ନିଜ ସ୍କୁଟର ଦ୍ଵାରା ଇଟିଲି ଦୋସାରେ ବ୍ୟବହାର ହେଉଥିବା ସାମଗ୍ରୀ ଗୁଡିକୁ ବିକିବାକୁ ଲାଗିଲେ । ଏହାପରେ ସେ ୫୦୦୦୦ ଟଙ୍କା ନିବେଶ କରି ‘ଆଇଡିଆ କ୍ରେସ’ କମ୍ପାନୀକୁ ୨୦୧୦ ମସିହାରେ ଆରମ୍ଭ କରିଥିଲେ । ବର୍ତ୍ତମାନ ଏହି କମ୍ପାନୀ ରେଡି ଟୁ ଇଟ ଫୁଡ ଆଇଟମ୍ସ ବିକ୍ରି କରୁଛି ଓ ଏହି କମ୍ପାନୀଟି ବର୍ତ୍ତମାନ ବହୁତ ବଡ ହୋଇସାରିଛି । ମୁସ୍ତାଫା ଭାରତରେ ଏକ କମ୍ପାନୀକୁ ବହୁତ ବଡ କରିସାରିଛନ୍ତି ଓ ବର୍ତ୍ତମାନ ସେ ଦୁବାଇରେ ନିଜ କମ୍ପାନୀ ଖୋଲିବା ପାଇଁ ଯୋଜନା କରୁଛନ୍ତି ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *