Exclusive: ଶୁଭିଲା ଭୟଙ୍କର ଶବ୍ଦ ! ଥରିବାକୁ ଲାଗିଲା ଓଡିଶାର ଏହି 3 ଜିଲ୍ଲା, ଲୋକେ ଆତଙ୍କିତ…

ବନ୍ଧୁଗଣ, ସୂଚନା ଅନୁଯାୟୀ ଭଦ୍ରକ, ଯାଜପୁର ଏବଂ ଆନନ୍ଦପୁର ଅଞ୍ଚଳରେ ଭୟଙ୍କର ଶବ୍ଦ ସାଙ୍ଗକୁ ଘର କବାଟ ଏବଂ ଝରକା ମଧ୍ୟ ଥରି ଉଠିଥିଲା । ତେବେ ଦିନ ୧୧ ରେ ଏହି ଭୟଙ୍କର ଶବ୍ଦ ଶୁଣିବାକୁ ମିଳିଥିଲା । ତେବେ କଣ ହୋଇଥିଲା ଏବଂ କେଉଁ କାରଣରୁ ଏଭଳି ଶବ୍ଦ ଶୁଣିବାକୁ ମିଳିଥିଲା ସେ ସମ୍ବନ୍ଧରେ ଆସନ୍ତୁ ଜାଣିନେବା ସଂପୂର୍ଣ୍ଣ ବିବରଣୀ । ଆନନ୍ଦପୁରରେ ପ୍ରତ୍ୟକ ଲୋକ ଏହି ଶବ୍ଦ କୁ ଶୁଣିବା ପରେ ଭୟରେ ଥରି ଉଠିଥିଲେ ।

ଯେଉଁମାନେ ଦୋକାନ ରେ ଥିଲେ ସେମାନେ ଦୋକାନ ବାହାରକୁ ବାହାରି ଆସିଥିଲେ ଯେ କ’ଣ ହେଲା ବୋଲି ତଥା କାହିଁକି ଏହି ଶବ୍ଦ ହେଲା ? ଯାଜପୁର, ଭଦ୍ରକ ଏବଂ ଆନନ୍ଦପୁର ଏହି ୩ ଟି ଅଞ୍ଚଳର ଯେଉଁ ମଝି ସ୍ଥାନ ଅଛି, ସେହି ଅଞ୍ଚଳରେ ହିନ ଏହି ଶବ୍ଦ ଶୁଣିବାକୁ ମିଳିଥିଲା । ସ୍ଥାନୀୟ ଲୋକମାନେ ଭାବିଥିଲେ କିଛି ବୋମା ବିସ୍ଫୋରଣ ହେଲା ବୋଲି ।

ତେବେ ବିଭିନ୍ନ ଜାଗାରେ ଏହିଭଳି ଶବ୍ଦ ଶୁଣିବାକୁ ମିଳିଥିଲା । ତେବେ ଏତେ ବଡ ଅଞ୍ଚଳରେ ଯେତେବେଳେ ଏହି ଶବ୍ଦ ଶୁଣିବାକୁ ମିଳିଛି ଏହା ନିଶ୍ଚିତ ଭାବରେ ଭୂମି ତଳୁ ଆସିଥିବ ବୋଲି ପରିଲକ୍ଷିତ ହେଉଛି । ଅର୍ଥାତ ବେଳେ ବେଳେ ଯେତେବେଳେ ଭୂମିକମ୍ପ ହୁଏ ଅଥବା କମ ମାତ୍ରାରେ ଭୂମିକମ୍ପ ହୁଏ ତାହା ପୂର୍ବରୁ ଏହିଭଳି ଶବ୍ଦ ଶୁଣିବାକୁ ମିଳିଥାଏ । ଭୂମି ତଳେ ବେଳେ ବେଳେ ଲାଭାର ଚାଳନ ହେଲେ ଏହିଭଳି ଶବ୍ଦ ବାହାରି ଥାଏ ।

ଏହା ନିଶ୍ଚିତ ଭାବରେ ଭୂମି ତଳର କିଛି ଘଟଣା ହୋଇଥାଇପାରେ । ବୋମ ଫୁଟିଲା ଭଳି ଏକ ଶବ୍ଦ ଶୁଭିଥିଲା ଭଦ୍ରକର ବଅନ୍ତ ଅଞ୍ଚଳରେ ଏବଂ ଖୁବ ଜୋରରେ ଏହି ଶବ୍ଦ ଶୁଭିଥିଲା ଏବଂ ସଂପୂର୍ଣ୍ଣ ସ୍ତବ୍ଧ ହୋଇଯାଇଥିଲା କିଛି ସମୟ ପର୍ଯ୍ୟନ୍ତ । ଯଦି ଭୂମିକମ୍ପ ଦ୍ଵାରା ଏହି ଶବ୍ଦ ଆସିଛି ତେବେ ରେକ୍ଟର ସ୍କେଲ ରେ ଏହାର ତୀବ୍ରତା କେତେ ଏହା ନିଶ୍ଚିତ ଭାବରେ ପରବର୍ତ୍ତୀ ସମୟରେ ରେକର୍ଡ୍ସ ରୁ ଜଣାପଡିବ ।

୨ ଦଶମିକ ୧ ଅଥବା ୨ ଦଶମିକ ୩ ହେଲେ ମଧ୍ୟ ଭୂମିକମ୍ପ ହେଲେ ମଧ୍ୟ ଶବ୍ଦ ଶୁଣିଥାଉ, ମାତ୍ର ଏହାର କାରଣ ସ୍ପଷ୍ଟ କରିବା ପାଇଁ ସମୟ ନିଶ୍ଚିତ ଭାବରେ ଲାଗିବ । ଏହା ଭୂମିକମ୍ପ ନଥିବା ଭଳି ପ୍ରତୀକ ହେଉଛି ତେବେ ଏହା ତଦନ୍ତ ହେବା ପରେ ଜଣାପଡିବ । ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *