ପୁଣି ଚର୍ଚ୍ଚାରେ Anubhav Mohanty, ସୋସିଆଲ ମିଡିଆରେ ଫଟୋ ଓ ଭିଡିଓ ଭାଇରାଲ…

ଦର୍ଶକ ବନ୍ଧୁ ଆପଣ ମାନେ ସମସ୍ତେ ଆମ ଓଡିଆ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ଦିଗଜ ଅଭିନେତା ଅନୁଭବ ମହାନ୍ତିଙ୍କୁ ବେସ ଭଲ ଭାବରେ ଜାଣିଥିବେ । ଅନୁଭବ ଓଡିଆ ଇଣ୍ଡଷ୍ଟ୍ରିରେ ଅନେକ ସୁପର ହିଟ ଫିଲ୍ମ କରି ପ୍ରସିଦ୍ଧି ହାସଲ କରିଛନ୍ତି ଏବଂ ତାଙ୍କ ଲୋକପ୍ରିୟତା ମଧ୍ୟ ବେସ ଅଧିକ ରହିଛି । ତେବେ ବନ୍ଧୁଗଣ ଅନୁଭବ ଜଣେ ଅଭିନେତା ହେବା ସହ ବିଜେଡି ଦଳର ସାଂସଦ ଅଟନ୍ତି ।

ତେବେ ବନ୍ଧୁଗଣ ଏବେ ପୁଣି ଚର୍ଚ୍ଚାରେ ଅଛନ୍ତି କେନ୍ଦ୍ରପଡା ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି । ଏଥର କୌଣସି ପାରିବାରିକ ମାମଲାକୁ ନେଇ ବିବାଦ ନୁହେଁ ବରଂ ସେ ନିଜର ଆଗାମୀ ଫିଲ୍ମ ପାଇଁ ଚର୍ଚ୍ଚାକୁ ଆସିଛନ୍ତି । ହଁ ଦର୍ଶକ ବନ୍ଧୁ ଯେତେବେଳେ ଓଡିଆ ସିନେମାର ଧାରା ବଦଳୁଛି ଯେତେବେଳେ ଓଡିଶାରେ ମୌଳିକ କାହାଣୀର ଆଦର ବଢୁଛି ଯେତେବେଳେ ଉଦାହରଣ ସ୍ୱରୂପ ଆମେ ଦମନ ଚଳଚିତ୍ରକୁ ନେଉଛୁ ଠିକ ସେତିକି ବେଳେ ପୁଣି ଥରେ କେନ୍ଦ୍ରପଡା ସାଂସଦ ଅନୁଭବ ମହାନ୍ତି କମବ୍ୟାକ କରୁଛନ୍ତି । ଆଉ ତାଙ୍କୁ ନେଇ ଏବେ ଅନେକ ଆଲୋଚନା ବି ଚାଲିଛି ।

ଭିନ୍ନ ଭିନ୍ନ କଥା ପ୍ରଶଂସକଙ୍କ ମୁହଁରୁ ଶୁଣିବାକୁ ମିଳୁଛି । ଏଥର ପୁଣି ଭାଇ ଫେରିଲେ ବୋଲି କହୁଛନ୍ତି । ଆଉ ନିଜର ଆଗାମୀ ଫିଲ୍ମର ବ୍ୟାନର ନିଜେ ନିଜେ ତିଆରି କରି ସୋସିଆଲ ମିଡିଆରେ ଅପଲୋଡ କଲେଣି । ହଁ ବନ୍ଧୁଗଣ ଦୀର୍ଘ 4 ବର୍ଷ ହେବ ପ୍ରଶଂସକ ଅନୁଭବଙ୍କୁ ଯେଉଁ ପ୍ରଶ୍ନ ପଚାରୁ ଥିଲେ ଏହି ପରବର୍ତ୍ତୀ ସିନେମାରେ ତାହାର ଉତ୍ତର ସମସ୍ତଙ୍କୁ ମିଳିଯିବ ।

ବନ୍ଧୁଗଣ ଅନୁଭବଙ୍କର ଡ୍ରିମ ପ୍ରୋଜେକ୍ଟ ରାବଣକୁ ବଡ ଆକାରରେ ରିଲିଜ କରାଯିବାର ଯୋଜନା ରହିଛି । କିନ୍ତୁ ଏହା ପୂର୍ବରୁ ଅନୁଭବଙ୍କର ଆଉ ଏକ ସିନେମା ନିର୍ମାଣ ହୋଇ ପରଦାକୁ ଆସିବାକୁ ଯାଉଛି । ଏହି ସିନେମାର ନାମ ରହିଛି ‘ଲଭ ଇନ ଲଣ୍ଡନ’ । ଏହି ଫିଲ୍ମର ସୁଟିଙ୍ଗ ଏବେ ଲଣ୍ଡନରେ ଚାଲିଛି ଆଉ ଅନୁଭବ ମଧ୍ୟ ଏବେ ଲଣ୍ଡନରେ ଅଛନ୍ତି ।

ଏବେ ସୁଟିଙ୍ଗ ସେଟର ଅନେକ ଫଟୋ ଆଉ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଆଉ ଏସବୁ ମଧ୍ୟରେ ତାଙ୍କର ଆଗାମୀ ଫିଲ୍ମ ପାଇଁ ଫ୍ୟାନ୍ସ ମାନେ ଅନୁଭବଙ୍କୁ ଅନେକ ଅନେକ ସୁବେଛା ଜଣାଇ ଛନ୍ତି । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *