ଯେତବେଳେ ଦେଖିବେ ଏମିତି ସବୁ ସଙ୍କେତ, ଆପଣଙ୍କ ଭାଗ୍ୟ ଚମକିବାକୁ ଯାଉଛି

ଆପଣ ମାନନ୍ତୁ କି ନ ମାନନ୍ତୁ କିନ୍ତୁ ଆମ ଜୀବନରେ କିଛି ଏମିତି ସଂକେତ ଥାଏ ଯାହା ଆମକୁ ଜଣାଇଥାଏ କି ଆମର ଭଲ ଦିନ ଆସୁଛି । ସବୁ ମଣିଷଙ୍କ ଜୀବନରେ ଭଲ ଓ ଖରାପ ସମୟ ଆସିଥାଏ । ଯେତବେଳେ ଭଲ ସମୟ ଆସିଥାଏ ସେତେବେଳେ ଭଗବାନ ପ୍ରକୃତି ମାଧ୍ୟମରେ ଆମକୁ କିଛି ସଂକେତ ଦେଇଥାନ୍ତି । ଆଜି ଆମେ ଆପଣଙ୍କୁ କିଛି ଏମିତି ସଂକେତ ବିଷୟରେ କହିବୁ ଯେଉଁଥିରୁ ଏହା ଜଣାପଡିଥାଏ କି ଆପଣଙ୍କର ଭଲ ସମୟ ଆସୁଛି ।

ଯଦି ରାତିରେ ଗାଈ ବୋବାଇବାର ଶବ୍ଦ ଶୁଣାଯାଇଥାଏ ତେବେ ଏହାକୁ ଶୁଭ ସଂକେତ ବୋଲି କୁହାଯାଇ ଥାଏ କି ଆପଣଙ୍କୁ ଧନ ଲାଭ ହେବାକୁ ଯାଉଛି ।

  • ଯଦି କୌଣସି ବିରାଡି ଆପଣଙ୍କ ଘରେ ପିଲାଙ୍କୁ ଜନ୍ମ ଦେଇଥାଏ ତାହାକୁ ମଧ୍ୟ ଶୁଭ ସଂକେତ ବୋଲି କୁହାଯାଇଥାଏ ।
  • ସକାଳୁ ଉଠିବା ପରେ ଯଦି ଆପଣ ଆଇନାରେ ନିଜ ଚେହେରାରେ ଚମକ ଦେଖିବେ ତାହେଲେ ଆପଣ ଭାବିବେ ଯେ ଆପଣଙ୍କ ଭାଗ୍ୟ ବଦଳିବା ଆରମ୍ଭ କଲା ଓ ଆପଣ ଯାହା କରିବେ ସେଥିରେ ଆପଣଙ୍କୁ ସଫଳତା ମିଳିବ ।
  • ଯେଉଁ ଘରର ଦ୍ଵାରରେ ଗାଈ ଆସି ବୋବାଇଥାଏ ସେହି ଘରେ ସୁଖ ସମୃଦ୍ଧି ବୃଦ୍ଧି ହେବାକୁ ଲାଗିଥାଏ ।
  • ଘରେ ପ୍ରାକୃତିକ ରୂପରେ ପାରା ବାସ କରିବାକୁ ଶୁଭ ସଂକେତ ବୋଲି କୁହାଯାଇଥାଏ ।

  • ଯେଉଁ ଘରେ କଳା ପିମ୍ପୁଡି ବୁଲିଥାନ୍ତି ତାହା ସୁଖ ଶାନ୍ତି ବୃଦ୍ଧିର ସଂକେତ ହୋଇଥାଏ ।
  • ଯଦି ଆପଣଙ୍କ ଘରର କାନ୍ଥରେ ପିମ୍ପୁଡି ବୁଲନ୍ତି ତାହେଲେ ଏହା ଘରର ଉନ୍ନତି ପାଇଁ ଶୁଭ ସଂକେତ ବୋଲି କୁହାଯାଇଥାଏ ।
  • ଯଦି କୌଣସି ମାଙ୍କଡ ଆମ୍ବ ଖାଇ ତାର ଟାକୁଆ ଆପଣଙ୍କ ଘରେ ପକାଇ ଦେଇଥାଏ ତାହେଲେ ଏହାକୁ ଶୁଭ ବୋଲି କୁହାଯାଇଥାଏ ।
  • ଆଖି ଡେଇଁବା ବି ବହୁତ ବଡ ଶୁଭ ସଂକେତ ହୋଇଥାଏ କି ଆମର ଭଲ ସମୟ ଆସୁଛି । ପୁଅମାନଙ୍କ ପାଇଁ ଡାହାଣ ଆଖି ଏବଂ ଝିଅ ମାନଙ୍କ ପାଇଁ ବାମ ଆଖି ଡେଇଁବା ଶୁଭ ହୋଇଥାଏ ।
  • ଯଦି ଆପଣ ଆପଣଙ୍କ ସ୍ଵପ୍ନରେ ସ୍ଵଚ୍ଛ ପାଣି ଦେଖନ୍ତି ତାହେଲେ ଆପଣଙ୍କୁ ଶୀଘ୍ର ଧନ ଲାଭ ହେବ ।

ଯଦି ଆପଣଙ୍କ ଘରର ଛାତ ଉପରକୁ ମୟୂର ଆସିଥାଏ ତାହେଲେ ଏହା ଘରେ ଖୁସି ଆସିବାର ସଂକେତ ଦେଇଥାଏ ।

କପଡା ବଦାଳିବା ସମୟରେ ଯଦି ଆପଣଙ୍କ ପକେଟରୁ ପଇସା ପଡିଯାଏ ତାହେଲେ ଏହାକୁ ଏକ ଶୁଭ ସଂକେତ ବୋଲି କୁହାଯାଇଥାଏ ।

ଯଦି ଆପଣ ଚାକିରି ପାଇଁ ଇନ୍ଟରଭିଉ ଦେବାକୁ ଯାଉଛନ୍ତି ଏବଂ କୌଣସି ଗାଈ କିମ୍ବା ନଡିଆ ଦେଖାଯାଇଥାଏ ତାହେଲେ ଏହା ଶୁଭ ସଂକେତ ହୋଇଥାଏ ।

ବାହାରକୁ ଯିବା ସମୟରେ ଆପଣଙ୍କୁ ଆପଣଙ୍କ ଡାହାଣ ପାଖରେ କୌଣସି କୁକୁର କିମ୍ବା ମାଙ୍କଡ ଦେଖାଦେଲେ ତାହେଲେ ଏହା ବହୁତ ଶୁଭ ହୋଇଥାଏ ,ଏହା ଧନ ଆଗମନର ସଂକେତ ଦେଇଥାଏ ।

Leave a Reply

Your email address will not be published. Required fields are marked *