ଓଡିଶାର ଏହି ନେତାଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହେଲେ ଓଡିଆ ହିରୋଇନ ଝିଲ୍ଲିକ

ଓଡିଆ ସିନେମା ଜଗତର ନାୟିକା ଝିଲ୍ଲିକ ଭଟ୍ଟାଚାର୍ଯ୍ୟଙ୍କୁ ବର୍ତ୍ତମାନ ସମୟରେ ସମସ୍ତେ ଜାଣିଛନ୍ତି । କହିବାକୁ ଗଲେ ଗତ କିଛି ଦିନ ତଳେ ଝିଲ୍ଲିକ ଭଟ୍ଟାଚାର୍ଯ୍ୟ ବିବାହ ବନ୍ଧନରେ ବାନ୍ଧି ହୋଇ ଯାଇଛନ୍ତି । ଆପଣଙ୍କୁ କହିଦେଉଛୁ କି ବଙ୍ଗାଳୀ ଝିଅ ଓ ଓଡିଆ ସିନେମା ଜଗତର ଅଭିନେତ୍ରୀ ଝିଲ୍ଲିକ ଭଟ୍ଟାଚାର୍ଯ୍ୟ ଏକ ଓଡିଆ ପୁଅକୁ ବିବାହ କରିଛନ୍ତି ଓ ସେ ଓଡିଆ ଯୁବକ ଜଣକ ହେଉଛନ୍ତି ସୁକିନ୍ଦାର ବିଧାୟକ ପ୍ରତି ରଞ୍ଜନ ଘଡେଇ ।

କହିବାକୁ ଗଲେ ଗତ କିଛି ଦିନ ହେବ ଝିଲ୍ଲିକ ଭଟ୍ଟାଚାର୍ଯ୍ୟ ଓ ସୁକିନ୍ଦାର ବିଧାୟକ ପ୍ରତି ରଞ୍ଜନ ଘଡେଇଙ୍କ ସମ୍ପର୍କକୁ ନେଇ ସୋସିଆଲ ମିଡିଆରେ ବହୁତ ଚର୍ଚା ଆରମ୍ଭ ହୋଇଯାଇଥିଲା । କିନ୍ତୁ ନିଜର ସମ୍ପର୍କକୁ ଦୁଇ ଜଣ କେବେ ବି ମିଡିଆ ସାମ୍ନାରେ ସ୍ଵୀକାର କରି ନ ଥିଲେ । କିନ୍ତୁ ବର୍ତ୍ତମାନ ସୁକିନ୍ଦାର ବିଧାୟକ ପ୍ରତି ରଞ୍ଜନ ଘଡେଇ ଓ ଝିଲ୍ଲିକ ଭଟ୍ଟାଚାର୍ଯ୍ୟଙ୍କ ବିବାହ ପରେ ସମସ୍ତେ ତାଙ୍କର ସମ୍ପର୍କ ବିଷୟରେ ଜାଣିଗଲେ ।

ଯେମିତି କି ଆପଣ ସମସ୍ତେ ଜାଣିଛନ୍ତି କି ଝିଲ୍ଲିକ ଭଟ୍ଟାଚାର୍ଯ୍ୟ ଏକ ଓଡିଆ ଝିଅ ଅଟନ୍ତି ଓ ସେ ୨୦୧୩ରେ ଫିଲ୍ମ ‘ଟାର୍ଗେଟ’ ଜରିଆରେ ଓଲିଉଡ ଫିଲ୍ମ ଜଗତରେ ନିଜର କ୍ୟାରିୟର ଆରମ୍ଭ କରିଥିଲେ । ଏହି ଫିଲ୍ମରେ ମୁଖ୍ୟ ଅଭିନେତା ଥିଲେ ଅମ୍ଳାନ ଦାସ । ଏହା ପରେ ଝିଲ୍ଲିକ ଭଟ୍ଟାଚାର୍ଯ୍ୟ ପ୍ରାୟତଃ ସମସ୍ତ ବଡ ବଡ ଅଭିନେତାଙ୍କ ସହ ଫିଲ୍ମ କରିଛନ୍ତି ଓ ଓଲିଉଡକୁ ବହୁତ ହିଟ ଫିଲ୍ମ ଭେଟି ଦେଇଛନ୍ତି ।

ଦର୍ଶକମାନେ ବି ଝିଲ୍ଲିକଙ୍କୁ ବହୁତ ପସନ୍ଦ କରନ୍ତି । କିନ୍ତୁ ବର୍ତ୍ତମାନ ସମୟରେ ଝିଲ୍ଲିକ ବିବାହ କରିସାରିଛନ୍ତି ଓ ବିବାହ ପରେ ସେ ଫିଲ୍ମରେ କାମ କରିବେ କି ନାହିଁ ଏହା ବିଷୟରେ କୌଣସି ପ୍ରକାରର ସୂଚନା ନାହିଁ । ଆପଣଙ୍କୁ କହିଦେଉଛୁ କି ଝିଲ୍ଲିକ କଲିକତାରେ ବିବାହ କରିଛନ୍ତି । ଯାହା ଦ୍ଵାରା ଓଲିଉଡର କୌଣସି ବି କଳାକାର ତାଙ୍କର ବାହାଘରରେ ଉପସ୍ଥିତ ନ ଥିଲେ ।

Leave a Reply

Your email address will not be published. Required fields are marked *