ସୁବର୍ଣ୍ଣ ସୁଯୋଗ ! ଏହି ପୁରୁଣା 1 ଟଙ୍କିଆ ବଦଳରେ ଆପଣ ପାଇ ପାରିବେ 7 ଲକ୍ଷ ଟଙ୍କା, ଜାଣନ୍ତୁ ଏଥିପାଇଁ କଣ କରିବାକୁ ହେବ ?

ବନ୍ଧୁଗଣ, ଯେଉଁମାନେ ପୁରୁଣା ମୁଦ୍ରା କୁ ଅନେକ ଦିନ ଧରି ସଂଗ୍ରହ କରି ଆସୁଛନ୍ତି, ସେମାନଙ୍କ ପାଇଁ ବର୍ତ୍ତମାନ ଖୁସି ଖବର ଆସିଅଛି । ସେମାନେ ଏବେ ଘରେ ବସି ପୁରୁଣା ମୁଦ୍ରା କୁ ଲକ୍ଷାଧିକ ଟଙ୍କାରେ ବିକ୍ରି କରିବା ସହିତ ଖୁବ ଭଲ ରୋଜଗାର କରି ପାରିବେ । କାରଣ ୧ ଟଙ୍କା ବଦଳରେ ଆପଣଙ୍କୁ ମିଳିପାରିବ ୭ ଲକ୍ଷ ଟଙ୍କା । ପ୍ରାଏ ୨୬ ବର୍ଷ ପୂର୍ବେ ଭାରତ ସରକାରଙ୍କ ପକ୍ଷରୁ ୧ ଟଙ୍କିଆ ନୋଟ ର ପ୍ରଚାଳନ କୁ ବନ୍ଦ କରିଦିଆଯାଇ ଥିଲା ।

ପରେ ୨୦୧୫ ମସିହା ଜାନୁୟାରୀରେ ୧ ଟଙ୍କା ର ପୁନ୍ନ ସଂସ୍କରଣ ଅଣାଯିବା ସହିତ ଏହାକୁ ପୁଣି ଥରେ ଏକ ନୂତନ ରୂପରେ ଦିଆଯାଇଥିଲା । ଏହାକୁ ବଜାରରେ ଲେନଦେନ ରେ ବ୍ୟବହୃତ କରାଗଲା । ୧୯୩୫ ମସିହାରେ ଚାଲିଥିବା ବ୍ରିଟିଶ ରାଜ ସମୟରେ ଏହି ନୋଟ ଟିକୁ ବଜାରରେ ଉପଲବ୍ଧ କରାଯାଇଥିଲା । ଆଉ ଏବେ ଏହି ନୋଟ ବାବଦରେ ଆପଣଙ୍କୁ ୭ ଲକ୍ଷ ଟଙ୍କା ମିଳିପାରିବ । କିନ୍ତୁ ଏହି ନୋଟ ରେ JW କେଲି ଙ୍କ ଦସ୍ତଖତ ଥିବା ଦରକାର ।

ସେହିଭଳି ୧୯୫୭ ମସିହାରେ ୧ ଟଙ୍କା ନୋଟ ବଦଳରେ, ଆପଣଙ୍କୁ ୫୭ ହଜାର ଟଙ୍କା ମିଳିପାରିବ । କେବଳ ଏତିକି ନୁହେଁ ୧୯୬୬ ମସିହାର ନୋଟ ବଦଳରେ ୪୫ ହଜାର ଟଙ୍କା ଆପଣଙ୍କୁ ମିଳିପାରିବ । କେବଳ ଏହସବୁ ନୋଟ ରେ ଅର୍ଥ ମନ୍ତ୍ରଣାୟର ପୂର୍ବତ୍ତନ ମୁଖ୍ୟ ସଚ୍ଚିବ ଇରୁଭାଇ ଏମ ପଟ୍ଟେଲ ଙ୍କ ଦସ୍ତଖତ ରହିବା ଆବଶ୍ୟକ ।

୧୯୭୭ ମସିହାରୁ ୧୯୮୯ ମସିହା ପର୍ଯ୍ୟନ୍ତ ପ୍ରଧାନ ମନ୍ତ୍ରୀ ମୋରାରଞ୍ଜୀ ଦିସାଇ ଙ୍କ ଅଧୀନରେ ଇରୁଭାଇ ଏମ ପଟ୍ଟେଲ କାର୍ଯ୍ୟ କରିଥିଲେ, ଯିଏ ଇନ୍ଦ୍ରାଗାନ୍ଧୀ ଙ୍କୁ ପରାସ୍ତ କରି କ୍ଷମତା କୁ ଆସିଥିଲେ । ସେହି ସମୟରେ ଏହା ଭାରତର ପ୍ରଥମ ଅଣ କଂଗ୍ରେସ ସରକାର ରହିଥିଲା । ଯଦି କାହା ପାଖରେ ଏହି ନୋଟ ଗୁଡିକ ମଧ୍ୟରୁ କୌଣସି ମଧ୍ୟ ନୋଟ ରହିଅଛି, ତେବେ ସେମାନଙ୍କୁ କଏନ ବଜାର ୱେବସାଇଡ କୁ ଯାଇ ସେଥିରେ ନିଜ ନାମ, email id ତଥା ସବୁ ଠିକଣା ସହିତ ବିବରଣୀ ଦେଇ ଏକ ଆକାଉଣ୍ଟ କ୍ରିଏଟ କରିବାକୁ ପଡିବ ।

ଏହାପରେ ହିଁ ସେମାନେ ୱେବସାଇଡ ରେ ଅନଲାଇନ ମାଧ୍ୟମରେ ପୁରୁଣା ନୋଟ କୁ ବିକ୍ରି କରି ପାରିବେ । ଏହା ସହିତ ନୋଟ ର ଅଧିକ ମୂଲ୍ୟ ମଧ୍ୟ ନିର୍ଦ୍ଧାରଣ କରାଯାଇପାରିବ । ଫଳରେ ପୁରୁଣା ମୁଦ୍ରା କିଣିବାକୁ ଆଗ୍ରହୀ ଥିବା ବ୍ୟକ୍ତିମାନେ ଏହାକୁ କିଣିବା ନିମନ୍ତେ ସିଧାସଳଖ ଯୋଗାଯୋଗ କରିପାରିବେ ବୋଲି ସୂଚନା ରହିଅଛି । ତେବେ ଆପଣଙ୍କ ପାଖରେ ଯଦି ପୁରୁଣା ନୋଟ ଅଛି ତେବେ ଏହି ପକ୍ରିୟା ଅବଲମ୍ବନ କରି ଟଙ୍କା ସଂଗ୍ରହ କରନ୍ତୁ । ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *