ଜଲ୍ଦି କରନ୍ତୁ ଏହି କାମ ନହେଲେ ବନ୍ଦ ହୋଇଯିବ ଆପଣଙ୍କ PF ଆକାଉଣ୍ଟ ! ଜଲ୍ଦି ଦେଖନ୍ତୁ

ବନ୍ଧୁଗଣ, କର୍ମଚାରୀ ଭବିଷ୍ୟତ ନିଧି ସଂଗଠନ ଅଥବା EPFO ଜାରି କରିଛି ନୂତନ ନିୟମ । ଏହାକୁ ତୁରନ୍ତ ଲାଗୁ ନ କଲେ ବନ୍ଦ ହୋଇପାରେ ଆପଣଙ୍କ ଆକାଉଣ୍ଟ । ଫଳରେ ଏଥିରେ ଥିବା ଟଙ୍କା ମଧ୍ୟ ଆପଣ ଆଉ ପାଇ ପାରିବେ ନାହିଁ । କାରଣ ଏହି ନିୟମ ପାଇଁ ଯେଉଁ ସମୟ ସୀମା ଧାର୍ଯ୍ୟ ହୋଇଅଛି । ଏଣୁ ଆପଣ ଯଥା ଶୀଘ୍ର କରି ନିଅନ୍ତୁ ଏହିସବୁ କାମ । ଆସନ୍ତୁ ଜାଣିନେବା ଏହି EPFO ଜାରି କରିଥିବା ନୂତନ ନିୟମ, ଏହି ନିୟମ ଅନ୍ତର୍ଗତ ଆକାଉଣ୍ଟଧାରୀ ଙ୍କୁ କଣ କରିବାକୁ ପଡିବ ?

ଏଥିପାଇଁ ସରକାର ଧାର୍ଯ୍ୟ କରିଥିବା ସମୟସୀମା, ଏବଂ ଯଦି ଏହି ନିୟମ କୁ ପାଳନ ନ କରନ୍ତି ତେବେ ଆପଣଙ୍କୁ କେଉଁ କେଉଁ ସମସ୍ୟା ହେବ । EPFO ର ନୂଆ ନିୟମ ଅନୁଯାୟୀ ପ୍ରତି EPFOଧରି ନିଜ ଆକାଉଣ୍ଟ ସହ ଆଧାରକାର୍ଡ ଲିଙ୍କ କରିବା ନିହାତି ଜରୁରୀ ଅଟେ । ଏହା ସହିତ ଏହାକୁ PF କର୍ମଚାରୀ ଙ୍କ ଦ୍ଵାରା ଭେରୀଫଏ କରାଇବାକୁ ପଡିବ । ଯଦି ଆପଣ ଏଭଳି କରି ନାହାନ୍ତି ତେବେ ଆପଣ ନିଜ ଆକାଉଣ୍ଟରେ ଜମା ଥିବା ଟଙ୍କା କୁ ଉଠାଇ ପାଡ଼ିବେ ନାହିଁ ଅଥବା ଆପଣଙ୍କ ଆକାଉଣ୍ଟ ରେ ଟଙ୍କା ମଧ୍ୟ ଜମା ହୋଇ ପାରିବ ନାହିଁ ।

ଏହି ନିୟମ ବାବଦରେ EPFO ଏକ ନୋଟିଫିକେସନ ମଧ୍ୟ ଜାରି କରିଅଛି । ଯେଉଁଥିରେ ସୋ-ସି-ଆ-ଲ ଶିକୁରିଟି କୋର୍ଡ ୨୦୨୦ ର ଧାରା ୧୪୨ ଅଧୀନରେ ଏହି ନିୟମ କୁ ଲାଗୁ କରାଯାଇଅଛି । ଏଥିରେ ସଫା ସଫା ନିର୍ଦ୍ଧେଶ ଦିଆଯାଇଅଛି ଯେ, ଯଦି PF ଆକାଉଣ୍ଟ, ଆଧାରକାର୍ଡ ସହିତ ଲିଙ୍କ ହୋଇନାହିଁ ତେବେ ଆକାଉଣ୍ଟଧାରୀ ଙ୍କ ECR ଅର୍ଥାତ ଇଲେକ୍ଟ୍ରୋନିକ ଚାଲାଣ ଜମା ହୋଇ ପାରିବ ନାହିଁ ।

ତେବେ ଆକାଉଣ୍ଟଧାରୀ ଘରେ ବସି ଏହାକୁ ନିଜ ଆଧାରକାର୍ଡ ସହିତ ଲିଙ୍କ କରିପାରିବେ । ଏବଂ କର୍ମଚାରୀ ଙ୍କ ସହିତ ଭେରୀଫାଏ କରିପାରିବେ । ଏହି ଆଧାର ଲିଙ୍କ କରାଯାଏ କିପରି ଆସନ୍ତୁ ଜାଣିବା । ଏଥିପାଇଁ ଆପଣଙ୍କୁ ପ୍ରଥମେ EPFO ୱେବସାଇଟକୁ ଯିବାକୁ ହେବ, www.epfindia.gov.in ଏହାପରେ ଅନ ଲାଇନ ସର୍ଭିସ ଅପସନ ଆସିବ । ଏଥିରେ ekyc portal option ଆସିବ । ଏହା ଉପରେ କ୍ଲିକ କଲେ kyc portal window ଆସିବ, ଏହା ତଳକୁ ରହିଛି EPFO members ର ଏକ ଅପସନ ।

ଏହାପରେ ରହିଛି ଲିଙ୍କ UAN ଆଧାର option । ଏହା ଉପରେ କ୍ଲିକ କରିଲେ ଆସିବ ଏକ ଅନଲାଇନ ଫର୍ମ । ଏଥିରେ ଆପଣଙ୍କୁ ଆଧାରକାର୍ଡ ସହିତ UAN ନମ୍ବର ସହିତ ଅନ୍ୟାନ୍ୟ ତଥ୍ୟ ଲେଖି ସବମିଟ କରିବାକୁ ହେବ । ବନ୍ଧୁଗଣ ଏହିଭଳି ଭାବରେ ନୂତନ ନିୟମ ଲାଗୁ ହୋଇସାରିଛି । ଆପଣଙ୍କୁ ଏହି ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *