Jyotish Shastra- ଦୁନିଆର ସବୁଠୁ ବେସ୍ଟ ହଜବ୍ୟାଣ୍ଡ ହୋଇଥାନ୍ତି ଏହି 3 ଟି ମାସରେ ଜନ୍ମ ହୋଇଥିବା ପୁଅମାନେ, ପାଗଳ ପରି ଭଲ ପାଆନ୍ତି ନିଜ ସ୍ତ୍ରୀ ଙ୍କୁ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଜି ଆମେ ଆପଣଂକୁ ଏଭଳି କିଛି ମାସ ରେ ଜନ୍ମ ହୋଇଥିବା ପୁଅ ମାନଙ୍କ ସମ୍ବନ୍ଧରେ କହିବୁ ଯେଉଁମାନେ ସବୁଠାରୁ ଭଲ ହୋଇଥାନ୍ତି ଏବଂ ନିଜ ସ୍ତ୍ରୀ ଙ୍କୁ ବହୁତ ଭଲ ପାଇଥାନ୍ତି ।
ବନ୍ଧୁଗଣ ଆପଣ ମାନେ ତ ଜାଣିଥିବେ ଯେ, ବର୍ଷକ ବାର ମାସ ଏବଂ ୩୬୫ ଦିନ । ପ୍ରତ୍ୟେକ ଦିନ, ଘଣ୍ଟା, ମିନିଟ ତଥା ସେକେଣ୍ଡ ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । ପ୍ରତ୍ୟେକ ଦିନର କୌଣସି ସମୟରେ ମଧ୍ୟ ଜଣେ ଛୁଆ ଜନ୍ମଗ୍ରହଣ କରିଥାଏ । ବନ୍ଧୁଗଣ ଯେତେବେଳେ ଗୋଟିଏ ଛୁଆ ଜନ୍ମଗ୍ରହଣ କରିଥାଏ ସେହି ସମୟରେ ଥିବା ଗ୍ରହର ଉପସ୍ଥିତି ଦ୍ୱାରା ସେହି ଛୁଆ ର ଗୁଣ, ସ୍ଵଭାଵ ଆଦି ନିର୍ଦ୍ଧାରିତ ହୋଇଥାଏ ।

ବନ୍ଧୁଗଣ ଆଜି ଆମେ ଆପଣଂକୁ ଏଭଳି କିଛି ମାସ ଏବଂ ତାରିଖ ରେ ଜନ୍ମ ହୋଇଥିବା ପୁଅ ମାନଙ୍କ ସମ୍ବନ୍ଧରେ କହିବୁ ଯେଉଁମାନେ ଅନ୍ୟ ମାନଙ୍କ ଠାରୁ ଭିନ୍ନ ହୋଇଥାନ୍ତି । ସାଧାରଣତଃ ଏହି ମାସ ଏବଂ ତାରିଖ ରେ ଜନ୍ମ ହୋଇଥିବା ପୁଅ ମାନଙ୍କ ପାଖରେ ଏଭଳି ଗୁଣ ରହିଥାଏ ଯାହା ଝିଅ ମାନେ ଚାହିଁଥାନ୍ତି । ତେବେ ବନ୍ଧୁଗଣ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

୧. ବନ୍ଧୁଗଣ ପ୍ରଥମ ମାସଟି ହେଉଛି, ‘ଫେବୃଆରୀ’ । ବନ୍ଧୁଗଣ ଏହି ମାସରେ ଜନ୍ମ ହୋଇଥିବା ପୁଅ ମାନେ ବହୁତ କେୟାରିଂଗ ନେଚର ର ହୋଇଥାନ୍ତି । ଏମାନେ ନିଜ ସ୍ତ୍ରୀ ଙ୍କ ବହୁତ ଯତ୍ନ ନେଇଥାନ୍ତି । ଏମାନଙ୍କ ଖାସ ଗୁଣ ହେଉଛି, ଏମାନେ ନିଜ ସ୍ତ୍ରୀ ଙ୍କ ମତ କୁ ମଧ୍ୟ ସମ୍ମାନ ଦେଇଥାନ୍ତି ଯାହା ଦ୍ୱାରା ଏମାନଙ୍କ ସମ୍ପର୍କରେ କେବେବି ତିକ୍ତତା ସୃଷ୍ଟି ହୁଏ ନାହିଁ ।

ଏମାନେ କେବେ ଅନ୍ୟ ନାରୀଙ୍କୁ ଖରାପ ଦୃଷ୍ଟି ରେ ଦେଖନ୍ତି ନାହିଁ । ଏହି ମାସରେ ଜନ୍ମ ହୋଇଥିବା ପୁଅ ମାନେ ନିଜ ସ୍ତ୍ରୀ ଙ୍କୁ ବହୁତ ଭଲ ପାଇଥାନ୍ତି କିନ୍ତୁ ଏହି ମାସର ୪, ୧୨, ୨୪, ୨୭ ତାରିଖରେ ଜନ୍ମଗ୍ରହଣ କରିଥିବା ପୁଅ ମାନେ କିଛି ଅଧିକ ମାତ୍ରାରେ ଖାସ ହୋଇଥାନ୍ତି ଏବଂ ନିଜ ସ୍ତ୍ରୀ ଙ୍କୁ ସବୁଠାରୁ ଅଧିକ ଭଲ ପାଇଥାନ୍ତି ।

୨. ବନ୍ଧୁଗଣ ଦ୍ଵିତୀୟ ମାସଟି ହେଉଛି, ‘ମେ’ । ଏହି ମାସରେ ଜନ୍ମ ହୋଇଥିବା ପୁଅ ମାନେ ନିଜ ସ୍ତ୍ରୀ ଙ୍କୁ ସମସ୍ତ କ୍ଷେତ୍ରରେ ସହଯୋଗ କରିଥାନ୍ତି ଏବଂ ଏମାନଙ୍କ ସ୍ତ୍ରୀ ଯେଉଁ କାର୍ଯ୍ୟ କରିଥାନ୍ତି ଏମାନେ ତାଙ୍କୁ ସମ୍ପୂର୍ଣ୍ଣ ଭାବରେ ସାଥ ଦେଇଥାନ୍ତି । ଏହି ମାସରେ ଜନ୍ମଗ୍ରହଣ କରିଥିବା ପୁଅ ମାନେ ନିଜ ସ୍ତ୍ରୀ ଙ୍କୁ ନେଇ ସର୍ବଦା ଗର୍ବ କରିଥାନ୍ତି ।

ଏମାନଙ୍କ ପାଇଁ ଦୁନିଆର ସବୁ ସମ୍ପର୍କ ଠାରୁ ନିଜ ସ୍ତ୍ରୀ ଙ୍କ ସହ ସମ୍ପର୍କ ସବୁଠାରୁ ଉର୍ଦ୍ଧ୍ବ ରେ ରହିଥାଏ । ଏହି ମାସରେ ଜନ୍ମ ହୋଇଥିବା ପୁଅ ମାନେ ବେଷ୍ଟ ହଜବ୍ୟାଣ୍ଡ ଭାବେ ପ୍ରମାଣିତ ହୋଇଥାନ୍ତି । କିନ୍ତୁ ଏହି ମାସର ୪,୧୪,୨୬ ଏବଂ ୩୦ ତାରିଖରେ ଜନ୍ମ ହୋଇଥିବା ପୁଅ ମାନେ ଅନ୍ୟ ମାନଙ୍କ ଅପେକ୍ଷା ଖାସ ହୋଇଥାନ୍ତି ।

୩. ବନ୍ଧୁଗଣ ତୃତୀୟ ମାସଟି ହେଉଛି, ‘ସେପ୍ଟେମ୍ବର’ । ବନ୍ଧୁଗଣ ଏହି ମାସରେ ଜନ୍ମ ହୋଇଥିବା ପୁଅ ମାନେ ନିଜେ ଏକ କଂପ୍ଲିଟ ପ୍ୟାକେଜ ହୋଇଥାନ୍ତି । ଏମାନେ ବହୁତ ରୋମାଂଟିକ ସ୍ୱଭାବ ର ହୋଇଥାନ୍ତି । ଏହି ମାସରେ ଜନ୍ମ ହୋଇଥିବା ପୁଅ ମାନେ ନିଜ ସ୍ତ୍ରୀ ଙ୍କୁ ସହଯୋଗ କରିବା ନିମନ୍ତେ କେବେବି ପଛଘୁଞ୍ଚା ଦିଅନ୍ତି ନାହିଁ ।

ଏହି ମାସରେ ଜନ୍ମ ହୋଇଥିବା ଯେଉଁ ପୁଅ ଙ୍କୁ ଜଣେ ଝିଅ ବିବାହ କରିଥାଏ ସେ ଜୀବନ ରେ କେବେବି ନିରାଶ ହୋଇନଥାଏ ଏବଂ ଦୁନିଆର ସବୁ ସୁଖ ତା’କୁ ପ୍ରାପ୍ତ ହୋଇଥାଏ । ଏହି ମାସରେ ଜନ୍ମଗ୍ରହଣ କରିଥିବା ସବୁ ପୁଅ ଭଲ ହୋଇଥାନ୍ତି । କିନ୍ତୁ ଏହି ମାସର ୮,୧୮,୨୮,୨୯ ତାରିଖରେ ଜନ୍ମ ହୋଇଥିବା ପୁଅ ମାନଙ୍କ ପାଖରେ କିଛି ଖାସ ଗୁଣ ରହିଥାଏ ।

ଆପଣ ମାନଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ନିଶ୍ଚିତ କମେନ୍ଟ ଦିଅନ୍ତୁ । ଏହି ପରି ଜ୍ଯୋତିଷ ସମ୍ବନ୍ଧୀୟ ବିବରଣୀ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *