Varun Dhawan ଙ୍କ ପତ୍ନୀ Natasha Dalal ଙ୍କ ଲାଇଫ ଷ୍ଟାଇଲ, ଫ୍ୟାମିଲି ଓ Biography

ବନ୍ଧୁଗଣ ନମସ୍କାର , ବନ୍ଧୁଗଣ ବଲିଉଡ଼ ର କେତେକ ନାୟକ ନାୟିକ ଙ୍କର ବିବାହ ପ୍ରାୟ ହୋଇଗଲାଣି । ଆଜି ଆମେ ଜାଣିବା ବଲିଉଡର ନାୟକ ବରୁନ ଧାବନ ଏବଂ ତାଙ୍କ ପତ୍ନୀ ନତାସା ଙ୍କ ବିଷୟରେ । ଜାନୁଆରୀ ୨୪ ତାରିଖ ରେ ନତାସା ଙ୍କ ସହ ବରୁନ ଙ୍କର ବିବାହ ମୁମ୍ବାଇ ରେ ହୋଇଥିଲା । ଯଦି ଆପଣ ମଧ୍ୟ ନତାସା ଏବଂ ବରୁନ ଙ୍କର ବିବାହ କୁ ଅପେକ୍ଷା କରିଥିଲେ ତେବେ ଜାଣନ୍ତୁ ନତାସା ଙ୍କ ବିଷୟରେ କିଛି କଥା ।

ନତାସା ଦଲାଲ ଙ୍କ ଜନ୍ମ ୧ ଜାନୁୟାରୀ ୧୯୯୦ ମସିହାରେ ମୁମ୍ବାଇ ରେ ହୋଇଥିଲା । ଏବଂ ୨୦୨୧ ଅନୁସାରେ ତାଙ୍କ ବୟସ ବର୍ତ୍ତମାନ ୩୧ । ଏବଂ ନତାସା ନିୟୁ ୱର୍କ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି ରେ ଫ୍ୟାସନ ଡିଜାଇନ ର ପାଠ ପଢିଥିଲେ । ନତାସା ଏବଂ ବରୁନ ଛୋଟ ବେଳ ର ସାଙ୍ଗ । ଯେଉଁ ସ୍କୁଲ ଏବଂ କଲେଜରେ ନତାସା ପଢୁଥିଲେ ସେହି ସ୍କୁଲ ଏବଂ କଲେଜରେ ବରୁନ ମଧ୍ୟ ପଢୁଥିଲେ । ନତାସା ଜଣେ ପ୍ରଫେସନାଲ ମଡେଲ ଏବଂ ଫ୍ୟାସନ ଡିଜାଇନର ଅଟନ୍ତି । ନତାସା ଙ୍କ ଜୀବନ ଶୈଳୀ ଏବଂ କ୍ୟାରିଅର ବିଷୟରେ ଜାଣିବା ।

ନତାସା ଜଣେ ମଡେଲ ଏବଂ ସେ ଫ୍ୟାସନ ଡିଜାଇନ ର ପାଠ ନିୟୁଅର୍କ ରୁ ପଢିକି ଆସିଛନ୍ତି । ଏବଂ ସେ ବର୍ତ୍ତମାନ ଭାରତରେ କାମ କରୁଛନ୍ତି । ତାଙ୍କର ପୁରା ପରିବାର ଦିଲ୍ଲୀରେ ରହୁଛନ୍ତି । ଜଣେ ନାମିଦାମୀ ଫ୍ୟାସନ ଡିଜାଇନ ହେବା ସତ୍ୱେ ସେ କେବେ ଏକା ରହିନାହାନ୍ତି । ସେ ସବୁବେଳେ ପ୍ରାୟ ବରୁନ ଙ୍କ ସହ ଦେଖିବାକୁ ମିଳିଛନ୍ତି । ନତାସା ନିୟୁଅର୍କ ରୁ ପଢିକି ଆସିବା ପରେ ୨୦୧୩ ରେ ସେ ନିଜର ଏକ ଫ୍ୟାସନ ଡିଜାଇନ ଖୋଲିଥିଲେ ।

ନତାସା ଙ୍କ ଏହି ଫ୍ୟାସନ ଡିଜାଇନ ରେ ଲେହେଁଗା , ବିବାହ ଶାଢ଼ୀ , ଗାଉନ ଆଦି ମିଳିପାରିବ । ବରୁନ ଏବଂ ନତାସା ଛୋଟ ବେଳ ର ସାଙ୍ଗ ହେଲେ ମଧ୍ୟ ସେ ଗୋଟେ ସଙ୍ଗୀତ ସମ୍ମିଳନୀରେ ଦେଖା ହୋଇଥିଲେ । ଏବଂ ବରୁନ ମଧ୍ୟ ତାଙ୍କର ଗୋଟେ ଇଣ୍ଟରଭିୟୁ ରେ କହିଛନ୍ତି ଯେ ସେ ନତାସା କୁ ଷଷ୍ଠ ଶ୍ରେଣୀ ରେ ପ୍ରଥମେ ଦେଖିଥିଲେ ।


ତାପରେ ସେମାନେ ଦ୍ଵାଦଶ ଶ୍ରେଣୀ ଯାଏ ସାଙ୍ଗ ହୋଇ ପଢୁଥିଲେ । ନତାସା ବାସ୍କେଟ ବଲ ମଧ୍ୟ ଖେଳୁଥିଲେ । ବରୁନ ଏହା ମଧ୍ୟ କହିଥିଲେ ନତାସା ତାଙ୍କ ପ୍ରସ୍ତାବ କୁ ସ୍ୱୀକାର କରିବା ପୂର୍ବରୁ ଦୁଇ ତିନିଥର ତାଙ୍କ ପ୍ରସ୍ତାବ କୁ ମନା କରିଥିଲେ । ହେଲେ ବରୁନ କେବେ ହାର ମାନି ନଥିଲେ । ବରୁନ ଙ୍କର ପ୍ରକୃତ ପ୍ରେମ ଦ୍ବାରା ସେ ଆଜି ନତାସା ଙ୍କୁ ପାଇପାରିଛନ୍ତି ।

ଯେତେବେଳେ ଛୋଟ ବେଳର ସାଥି ନିଜର ଜୀବନସାଥୀ ହୋଇଯାଏ ସେତେବେଳେ ବହୁତ ଖୁସି ଲାଗେ । ଏବଂ ଏବେ ନତାସା ଏବଂ ବରୁନ ଙ୍କର ବିବାହ ରେ ମଧ୍ୟ ସମସ୍ତେ ଖୁସି ଅଛନ୍ତି । ବରୁନ ଙ୍କର ବିବାହ କୁ ନେଇ ତାଙ୍କ ପିତା ଡେଭିଡ଼ ବହୁତ ଖୁସି ଅଛନ୍ତି । ନତାସା ଏବଂ ବରୁନ ଙ୍କ ବିବାହ କୁ ନେଇ ସମସ୍ତେ ଖୁସି ଅଛନ୍ତି ।

ନତାସା ଙ୍କ ପରିବାର ଙ୍କ ବିଷୟରେ ସୋସିଆଲ ମିଡ଼ିଆ ରେ କୌଣସି ଖବର ନାହିଁ । ନତାସା ଙ୍କ ଫ୍ୟାସନ ଡିଜାଇନ ରେ ସବୁ ହିରୋଇନ ମାନେ ନିଜର ପୋଷାକ ତିଆରି କରନ୍ତି । ନତାସା ପ୍ରାୟ ୨୦ -୩୦ ଲକ୍ଷ ଟଙ୍କା ନେଇଥାନ୍ତି । ନତାସା ଙ୍କର ବର୍ତ୍ତମାନ ୨୦ କୋଟି ଟଙ୍କା ର ସମ୍ପତ୍ତି ଅଛି ଏବଂ ବରୁନଙ୍କର ୮୦ କୋଟି ଟଙ୍କାର ସମ୍ପତ୍ତି ରହିଛି ।

ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *