କରୋନାର କଳା କାହାଣୀ- “ମୋ ନିଶ୍ଵାସ ନିଅ, ତମେ ବଞ୍ଚିଯାଅ”, ସ୍ତ୍ରୀଙ୍କ ଆପ୍ରାଣ ଉଦ୍ୟମ ପରେ ବି ସ୍ତ୍ରୀ କୋଳରେ ଶବ ପାଲଟିଲେ ସ୍ଵାମୀ

ବନ୍ଧୁଗଣ ବର୍ତ୍ତମାନର ସମୟରେ କରୋନା ମ-ହା-ମା-ରୀର କୋପ ହେତୁ ସାରା ଦେଶରେ ଭୟ ଖେଳିଛି । ଦିନକୁ ଦିନ ସ୍ଥିତି ଗମ୍ଭୀର ହେବାକୁ ଯାଉଛି ହଜାର ହଜାର ଲୋକ ଏହି ଭାଇରସରେ ସଂକ୍ରମିତ ହୋଇ ନିଜର ପ୍ରାଣ ହରାଉଛନ୍ତି । ବନ୍ଧୁଗଣ କରୋନା ମ-ହା-ମା-ରୀର ସ୍ଥିତିକୁ ଦେଖି ଭାରତ ସରକାର ଚିନ୍ତାରେ ପଡିଯାଇଛନ୍ତି । ବନ୍ଧୁଗଣ ଗତବର୍ଷ ଅପେକ୍ଷା ଏହି ବର୍ଷ କରୋନା ମ-ହା-ମା-ରୀର କୋପ ସାଂଘାତିକ ହୋଇଯାଇଛି । ସାଧାରଣତଃ ଲୋକମାନେ ଆକ୍ସିଜେନ ବିନା ନିଜର ପ୍ରାଣ ହରାଉଛନ୍ତି । ଅସ୍କିଜେନର ଅଭାବ ପାଇଁ ବର୍ତ୍ତମାନ ଭାରତର ସମସ୍ତ ରାଜ୍ୟରେ ହାହାକାର ଖେଳିଯାଇଛି ।

ସରକାର ମଧ୍ୟ ଆକ୍ସିଜେନ ଅଭାବକୁ ପୂରଣ କରିବା ପାଇଁ ବହୁତ ଚିନ୍ତିତ ଅଛନ୍ତି । ବନ୍ଧୁଗଣ ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଏପରି ମାମଲା ସାମ୍ନାକୁ ଆସିଛି ଯାହାକୁ ଦେଖିଲେ ଆପଣଙ୍କ ଆଖି ଲୁହରେ ଭରିଯିବ । ଏହି ଆକ୍ସିଜେନ ଅଭାବ ପାଇଁ ଗୋଟେ ସ୍ତ୍ରୀ ତାର ସ୍ଵାମୀଙ୍କୁ ବଞ୍ଚାଇବା ପାଇଁ କଣ ସବୁ କରୁଛି ଆପଣ ଜାଣିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ ।

ସୋସିଆଲ ମିଡିଆରେ ଏହି ଘଟଣାଟି ବହୁତ ଭାଇରାଲ ହେଉଛି ଯାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଘଟଣା ବିଷୟରେ । ବନ୍ଧୁଗଣ ଏହି ମାମଲାଟି ହେଉଛି ଉତ୍ତରପ୍ରଦେଶର ଆଗ୍ରାର । ଆଗ୍ରାର ବିକାଶ କଲୋନୀ ସେକ୍ଟର ୭ରେ ରହୁଥିବା ରେଣୁ ସିଙ୍ଘାଲ ନିଜ ସ୍ଵାମୀଙ୍କୁ କରୋନା ମ-ହା-ମା-ରୀ ଠାରୁ ବଞ୍ଚାଇବା ପାଇଁ ହସ୍ପିଟାଲ ନେଇ ଆସିଥିଲେ ।

କରୋନା ମ-ହା-ମା-ରୀରେ ଆକ୍ରାନ୍ତ ଥିବା ସ୍ଵାମୀ ରବି ସଙ୍ଘାଲଙ୍କ ହଠାତ ଦେହ ଅସୁସ୍ଥ ହୋଇଯାଇଥିଲା ଓ ନିଶ୍ଵାସ ନେବାରେ ତାଙ୍କୁ ଅନେକ କଷ୍ଟ ହେଉଥିଲା । ସ୍ଵାମୀଙ୍କର କଷ୍ଟକୁ ସହ୍ୟ କରିନପାରି ରେଣୁ ନିଜ ସ୍ଵାମୀଙ୍କୁ ହସ୍ପିଟାଲ ନେଇ ଆସିଥିଲେ । ଏହାପରେ ରେଣୁ ନିଜ ସ୍ଵାମୀଙ୍କୁ ନେଇ ଏକ ଅଟୋରେ ବସାଇ ହସ୍ପିଟାଲ ନେଇ ଆସିଥିଲେ । ହେଲେ ହସ୍ପିଟାଲ ନେବା ପୂର୍ବରୁ ନିଶ୍ଵାସ ନେଇନପାରି ଛଟପଟ ହୋଇଥିଲେ ସ୍ଵାମୀ ରବି । ବନ୍ଧୁଗଣ ସ୍ଵାମୀଙ୍କର କଷ୍ଟକୁ ଦେଖି ରେଣୁ ଆଉ ରହିପାରି ନଥିଲେ ଓ ନିଜ ମୁହଁକୁ ସ୍ଵାମୀଙ୍କ ମୁହଁରେ ଲଗାଇ ନିଶ୍ଵାସ ଦେବାକୁ ଚେଷ୍ଟା କରିଥିଲେ ରେଣୁ ।

ନିଜ ସ୍ଵାମୀଙ୍କ ପ୍ରାଣକୁ ବଞ୍ଚାଇବା ପାଇଁ ବହୁତ ଚେଷ୍ଟା କରିଥିଲେ ରେଣୁ । ସ୍ଵାମୀ ରବିଙ୍କର ଆୟୁଷ ସରିବାକୁ ଯାଉଥିଲା ହେଲେ ସରୁନଥିଲା ସ୍ତ୍ରୀଙ୍କର ଆପ୍ରାଣ ଚେଷ୍ଟା । ନିଜ ସିନ୍ଦୁରକୁ ବଞ୍ଚାଇବା ପାଇଁ ବହୁତ ଚେଷ୍ଟା କରି ବି ବିଫଳ ହୋଇଥିଲେ ସ୍ତ୍ରୀ । ଶେଷରେ ରେଣୁଙ୍କ କୋଳରେ ପ୍ରାଣ ହରାଇଥିଲେ ସ୍ଵାମୀ ରବି । ବନ୍ଧୁଗଣ ଏହା ହେଉଛି ଏକ ଦୁଖଦ ଘଟଣା ଯାହା ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି ।

ଆକ୍ସିଜେନ ଅଭାବରୁ ହଜାର ହଜାର ଲୋକ ନିଜର ପ୍ରାଣକୁ ହରାଇ ବସୁଛନ୍ତି । ସୋସିଆଲ ମିଡିଆରେ ଏହି ମାମଲା ବିଷୟରେ ଜାଣି ଲୋକମାନେ ନିଜର ଭିନ୍ନ ଭିନ୍ନ ମତ ଦେଉଛନ୍ତି ଓ ସମସ୍ତେ ଦୁଃଖ ପ୍ରକାଶ କରୁଛନ୍ତି । ତେଣୁ ବନ୍ଧୁଗଣ ଆପଣ ମାନେ ଏହି ମ-ହା-ମା-ରୀ ଭାଇରସ ଠାରୁ ବଞ୍ଚିବା ପାଇଁ ସତର୍କ ରୁହନ୍ତୁ ଓ ସରକାରଙ୍କ ଗାଇଡଲାଇନର ପାଳନ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *