ଶାଢୀ ବଦଳରେ ପିପିଇ କିଟ୍, ମେକଅପ ବଦଳରେ ମାସ୍କ, କରୋନା ଆକ୍ରାନ୍ତଙ୍କ କନିଆଁ ସାଜିଲେ ଯୁବତୀ, କୋଭିଡ ହସ୍ପିଟାଲ ରେ ପଡିଲା ହାତଗଣ୍ଠି

ବନ୍ଧୁଗଣ ବର୍ତ୍ତମାନର ସମୟରେ କରୋନା ମହାମାରୀର କୋପ ହେତୁ ସାରା ଦେଶରେ ଭୟ ଖେଳିଛି । ଦିନକୁ ଦିନ ସ୍ଥିତି ଗମ୍ଭୀର ହେବାକୁ ଯାଉଛି ହଜାର ହଜାର ଲୋକ ଏହି ଭାଇରସରେ ସଂକ୍ରମିତ ହୋଇ ନିଜର ପ୍ରାଣ ହରାଉଛନ୍ତି । ବନ୍ଧୁଗଣ କରୋନା ମହାମାରୀର ସ୍ଥିତିକୁ ଦେଖି ଭାରତ ସରକାର ଚିନ୍ତାରେ ପଡିଯାଇଛନ୍ତି । ବନ୍ଧୁଗଣ ଗତବର୍ଷ ଅପେକ୍ଷା ଏହି ବର୍ଷ କରୋନା ମହାମାରୀର କୋପ ସାଂଘାତିକ ହୋଇଯାଇଛି । ବନ୍ଧୁଗଣ ବର୍ତ୍ତମାନର ସମୟରେ ସାରା ଦେଶରେ ସୋକର ଛାୟା ଖେଳିଯାଇଛି । ସରକାର ମଧ୍ୟ କରୋନା ସ୍ଥିତିକୁ ଦେଖି ବହୁତ ଚିନ୍ତାରେ ଅଛନ୍ତି ।

କରୋନା ମହାମାରୀର ଏହି ଖରାପ ସ୍ଥିତି ସମୟରେ ଏକ ବିବାହ ଭିଡିଓ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି । ବନ୍ଧୁଗଣ କରୋନା ସ୍ଥିତିକୁ ଆଖି ଆଗରେ ରଖି ବର୍ତ୍ତମାନର ସମୟରେ କୌଣସି ବିବାହ ଓ ବ୍ରତଘର ଆଦି ହେଉ ନାହିଁ ।

ହେଲେ ଆଜିଆମେ ଆପଣ ମାନଙ୍କୁ ଏକ ଏପରି ବିବାହ ବିଷୟରେ କହିବାକୁ ଯାଉଛୁ ଯାହା ବିଷୟରେ ଜାଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହେବେ । ବନ୍ଧୁଗଣ କରୋନା ମହାମାରୀର ସମୟରେ ଏକ ଯୌବନ ଓ ଯୁବତୀ କୋଭିଡ ହସ୍ପିଟାଲରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ସୋସିଆଲ ମିଡିଆରେ ଏହି ମାମଲାଟି ବହୁତ ଭାଇରାଲ ହେଉଛି । ଆଜିଆମେ ଆପଣ ମାନଙ୍କୁ ଏହି ମାମଲା ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ମାମଲା ବିଷୟରେ ।

ବନ୍ଧୁଗଣ ନା ଥିଲା ହୋମ ନିଆଁ, ନା ଥିଲା ବିବାହ ହେଲେ ବିନା ବେଦିରେ ହେଲା ବିବାହ ଓ ପଡିଲା ହାତ ଗଣ୍ଠି । ବର ଓ କନ୍ୟା କୋଭିଡ ହସ୍ପିଟାଲରେ ବିବାହ କରି ପରସ୍ପରର ସାତ ଜନ୍ମର ସାଥି ହୋଇଛନ୍ତି । ବନ୍ଧୁଗଣ କରୋନା କାଳରେ ହୋଇଥିବା ଏହି ବାହାଘର ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରହିଛି । କରୋନାରେ ଆକ୍ରାନ୍ତ ହୋଇ କେରଳ ଆଲ୍ହାବୁଜା କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ବର ଓ କନ୍ୟା ମୁହଁ ମାସ୍କ ଲଗାଇ କୋଭିଡ ହସ୍ପିଟାଲକୁ ଯାଇଥିଲେ ।

ଏହାପରେ ଆକ୍ରାନ୍ତ ବର ଶରତ ଓ କନ୍ୟା ଅଭିରାମି ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ବର ତଥା ଶରତଙ୍କ ମା ମଧ୍ୟ କରୋନାରେ ଆକ୍ରାନ୍ତ ଥିବାରୁ ସେହି ହସ୍ପିଟାଲରେ ଉପସ୍ଥିତ ଥିଲେ । ମାଙ୍କ ଆଶୀର୍ବାଦରେ ଉଭୟ ବର କନ୍ୟା ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ମା ଓ ପୁଅ ଗୋଟିଏ ହସ୍ପିଟାଲରେ ଥିବାରୁ ବିବାହ ସେହି ସ୍ଥାନରେ କରିବାକୁ ସ୍ତିର ହୋଇଥିଲା । ମାଙ୍କ ଉପସ୍ଥିତିରେ ମହାମାରୀ ସମୟରେ ଅଭିରାମିଙ୍କୁ ନିଜର କରିଥିଲେ ଶରତ ।

ବନ୍ଧୁଗଣ ବର ଜଣକ ବିଦେଶରେ ଚାକିରି କରନ୍ତି । ବିଦେଶରୁ ଫେରିବା ପରେ ସେ କରୋନା ଟେଷ୍ଟ କରିଥିଲେ ଓ ତାଙ୍କ ରିପୋର୍ଟ ପଜେଟିଭ ଆସିଥିଲା ଯାହାଫଳରେ ସେ କେରାଲା ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ସେହି ସମୟରେ ଶରତଙ୍କ ବିବାହ ପାଇଁ ସବୁ ବନ୍ଦୋବସ୍ତ ହୋଇଯାଇଥିଲା ହେଲେ କରୋନା ଆକ୍ରାନ୍ତ ହେତୁ ତାଙ୍କୁ ହସ୍ପିଟାଲରେ ଭର୍ତି ହେବାକୁ ପଡିଥିଲା ।

କିନ୍ତୁ ବନ୍ଧୁଗଣ ସମୟକାଳ କମ ଥିବାରୁ ବର ଓ କନ୍ୟା କୋଭିଡ ହସ୍ପିଟାଲରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ବର୍ତ୍ତମାନ ସୋସିଆଲ ମିଡିଆରେ ଏହି ମାମଲାଟି ବହୁତ ଚର୍ଚାରେ ରହିଛି ଓ ଲୋକମାନେ ଏହି ମାମଲାକୁ ନେଇ ଭିନ୍ନ ଭିନ୍ନ ପ୍ରତିକ୍ରିୟା ମନ ଦେଉଛନ୍ତି ।

Leave a Reply

Your email address will not be published. Required fields are marked *