ସ୍ତ୍ରୀମାନେ ନିଜ ସ୍ଵାମୀଙ୍କୁ କେବେବି କୁହନ୍ତି ନାହିଁ ଏହି ୪ ଟି କଥା

ବିବାହ ଜୀବନର ଏକ ମହତ୍ତ୍ୱପୂର୍ଣ୍ଣ ଅଂଶ ଅଟେ । ବୈବାହିକ ଜୀବନରେ ସ୍ଵାମୀ ଓ ସ୍ତ୍ରୀଙ୍କୁ ସବୁ ସୁଖ ଦୁଃଖ ଶେୟାର କରିବା ଉଚିତ । ଏମିତି କରିବା ଦ୍ଵାରା ଦୁହିଁଙ୍କ ମଧ୍ୟରେ ପ୍ରେମ ବଢିଥାଏ ଓ ସମ୍ପର୍କ ଆହୁରି ମଝବୁତ ହୋଇଥାଏ । କିନ୍ତୁ ମହିଳାଙ୍କୁ ବୁଝିବା ବହୁତ କଷ୍ଟକର ହୋଇଥାଏ । ଆମର ଧର୍ମ ଗ୍ରନ୍ଥ ରେ ମହିଳାମାନଙ୍କୁ ପୂଜନୀୟ କୁହାଯାଇଛି । ତେଣୁ ମହିମାନଙ୍କୁ ସମ୍ମାନ କରିବା ଆବଶ୍ୟକ ଅଟେ । ଯେମିତି କି ଆମେ ସମସ୍ତେ ଜାଣିଛୁ ମହିଳାମାନେ କୌଣସି କଥା ନିଜ ମନରେ ଲୁଚାଇ ରଖି ପାରନ୍ତି ନାହିଁ । ଦିନେ ନା ଦିନେ କହି ଦେଇଥାନ୍ତି କିନ୍ତୁ ଏମିତି କିଛି କଥା ଅଛି ଯାହାକୁ ମହିଳାମାନେ ନିଜ ସ୍ବାମୀଙ୍କ ଠାରୁ ଲୁଚାଇ ଥାଆନ୍ତି । ଏ ବିଷୟରେ ନିଜ ସ୍ବାମୀଙ୍କୁ ଜାଣିବାକୁ ବି ଦିଅନ୍ତି ନାହିଁ ।

୧. ପୁରୁଣା ପ୍ରେମ

Image courtesy: Google

ବିବାହ ପୂର୍ବରୁ ମହିଳାଙ୍କ ଜୀବନରେ କୌଣସି ନା କୌଣସି ପୁରୁଷ ନିଶ୍ଚୟ ଆସିଥାନ୍ତି । କିନ୍ତୁ ବିବାହ ପରେ ସେ ନିଜର ପୁରୁଣା ପ୍ରେମ ବିଷୟରେ ନିଜ ସ୍ବାମୀଙ୍କୁ କେବେ ବି କହି ନଥାନ୍ତି କାରଣ ସେମାନଙ୍କୁ ଡର ରହିଥାଏ କି ଏହି କଥା ଜାଣିଲା ପରେ ତାଙ୍କ ସ୍ଵାମୀଙ୍କର ତାଙ୍କ ପ୍ରତି ପ୍ରେମ ଓ ସମ୍ମାନ କମ ହୋଇପାରେ । ତାଙ୍କ ପାଇଁ ସମ୍ମାନ ଠାରୁ ଅଧିକ କିଛି ହୋଇ ନଥାଏ ।

୨. ମନର ଇଚ୍ଛା

Image courtesy: Google

ବିବାହ ପରେ ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ କୌଣସି ନା କୌଣସି କଥାକୁ ନେଇ ସହମତି ମିଳିନଥାଏ । ଏମିତି ସମୟରେ ଦୁଇ ଜଣଙ୍କ ମଧ୍ୟରୁ ଜଣଙ୍କୁ ପଛକୁ ହଟିବାକୁ ପଡିଥାଏ । କିନ୍ତୁ ମହିଳାମାନେ ମନରୁ ଏହି କଥା ପାଇଁ ପ୍ରସ୍ତୁତ ନଥିଲେ ମଧ୍ୟ ପଛକୁ ହଟିଯାଇ ସେହି କଥାକୁ ମାନି ନେଇଥାନ୍ତି । ନିଜ ମନର ଇଚ୍ଛା ସ୍ଵାମୀଙ୍କ ସାମ୍ନାରେ ପ୍ରକାଶ କରନ୍ତି ନାହିଁ ।

୩. ରୋଗ

ସାଧାରଣତଃ ମହିଳାମାନେ ନିଜ ଶରୀରର କୌଣସି ପୀଡା ବା ରୋଗ ନିଜ ସ୍ବାମୀଙ୍କ ଠାରୁ ଲୁଚାଇ ଥାଆନ୍ତି କାରଣ ସେମାନେ ଚାହାଁନ୍ତି ନାହିଁ କି ଛୋଟ ଛୋଟ କଥା ପାଇଁ ସେମାନଙ୍କ ସ୍ଵାମୀ ଚିନ୍ତିତ ହୁଅନ୍ତୁ ।

୪. ଟଙ୍କା

Image courtesy: Google

ସମସ୍ତେ ଜାଣିଛନ୍ତି ମହିଳାମାନେ ଟଙ୍କାକୁ ନେଇ ବହୁତ ବୁଦ୍ଧିମାନ ହୋଇଥାନ୍ତି । ସାଧାରଣତଃ ମହିଳାମାନେ ନିଜ ସ୍ବାମୀଙ୍କୁ ଲୁଚାଇ କିଛି ପାଇସା ନିଜ ପାଖରେ ରଖିଥାନ୍ତି ଯାହା ଦ୍ଵାରା ଘର ପାଇଁ ଛୋଟ ଛୋଟ ଜିନିଷ କିଣି ପାରିବେ । ସମୟ ଆସିଲେ ସେମାନେ ଏହି ପଇସା ସ୍ବାମୀଙ୍କୁ ଦେଇ ତାଙ୍କୁ ସାହାର୍ଯ୍ୟ ବି କରିଥାନ୍ତି । ଲେଖାଟି ଭଲ ଲାଗିଥିଲେ ପେଜକୁ ଲାଇକ କରି ନିଅନ୍ତୁ, ଯାହା ଫଳରେ ଆଗକୁ ଏମିତି ଅନେକ ନୂଆ ଲେଖା ଆମେ ଆପଣଙ୍କ ପାଇଁ ନେଇ ଆସିବୁ ।

Leave a Reply

Your email address will not be published. Required fields are marked *