ବିବାହର ୨୨ ବର୍ଷ ପରେ ହେଲା ଜାଁଆଳା ପିଲା, କିନ୍ତୁ ପିଲାଙ୍କୁ ଅନ୍ୟମାନଙ୍କ ଦ୍ଵାଇତ୍ଵରେ ଦେଇ ନିଜ କର୍ତ୍ତବ୍ୟକୁ ବାଛିଲେ ଏହି ଡାକ୍ତର

କରୋନାର ଏହି ସଙ୍କଟ ସମୟରେ ଏମିତି କିଛି ଲୋକ ଅଛନ୍ତି ଯେଉଁମାନେ ପରିବାର ପୂର୍ବରୁ କର୍ତ୍ତବ୍ୟକୁ ପ୍ରାଥମିକତା ଦେଉଛନ୍ତି । ଏମିତି ହିଁ ପ୍ରେରଣାଦାୟକ ଷ୍ଟୋରି ମଧ୍ୟପ୍ରଦେଶର ଜଣେ ଡାକ୍ତରଙ୍କର ଅଟେ । ତାଙ୍କ ଘରେ ୨୨ ବର୍ଷ ପରେ ନୂଆ ଅତିଥିଙ୍କ ଆଗମନ ହେଲା କିନ୍ତୁ ସେ ସବୁ କିଛି ଛାଡି ଦେଇ ନିଜର କର୍ତ୍ତବ୍ୟ ପାଳନ କରିବାକୁ ଚାଲିଗଲେ । କାରଣ କରୋନା ଭାଇରସର ଆତଙ୍କରେ ପୁରା ମଧ୍ୟପ୍ରଦେଶ ଆତଙ୍କିତ ଥିଲା । ମଧ୍ୟପ୍ରଦେଶର ହୋଶଙ୍ଗାବାଦର ଡାକ୍ତର ଶୋଭାନା ଚୌକସେଙ୍କର ନିଜର ନବଜାତ ଶିଶୁଙ୍କ ସହିତ ସମୟ କାଟିବାକୁ ତ ବହୁତ ଇଚ୍ଛା ଥିଲା । କିନ୍ତୁ ଏହି ଡାକ୍ତର କରୋନା ସଙ୍କଟରେ ଡ୍ଯୁଟିକୁ ପ୍ରାଥମିକତା ଦେଲେ ଓ କାମକୁ ଫେରିଲେ ।

Image courtesy: Google

ଡାକ୍ତର ଶୋଭାନା ଚୌକସେ ହୋଶଙ୍ଗାବାଦର ବାବଇ ର ସରକାରୀ ହସ୍ପିଟାଲରେ ବ୍ଲକ ମେଡିକାଲ ଅଫିସର ପଦରେ କାର୍ଯ୍ୟରତ ଅଛନ୍ତି । ଡାକ୍ତର ଶୋଭାନା କୁହନ୍ତି କି ବିବାହର କୋଡିଏ ବର୍ଷ ପର୍ଯ୍ୟନ୍ତ ତାଙ୍କର କୌଣସି ପିଲା ହେଲା ନାହିଁ । ସରୋଗେସୀ ଦ୍ଵାରା ମା ହେବାର ନିଷ୍ପତ୍ତି ନେଲେ । ୨୬ ମାର୍ଚ୍ଚ ୨୦୨୦ ରେ ଜାଁଳା ପିଲା ହେଲେ । ଖୁସିର ଠିକଣା ନଥିଲା । ଏହି ସମୟ ମୋ ପାଇଁ ନିଜ ପିଲାଙ୍କ ସହିତ ଖୁସିର ସମୟ ବିତାଇବା ଓ କରୋନା ସଙ୍କଟରେ ଥିବା ଦେଶର ସେବା କରିବା ମଧ୍ୟରେ ଗୋଟିଏକୁ ବାଛିବାର ଥିଲା ।

Image courtesy: Google

ଡାକ୍ତର ଶୋଭାନା କୁହନ୍ତି କି ଲମ୍ବା ସମୟ ଅପେକ୍ଷା କରିବା ପରେ ମା ହେବାର ସୁଖ ମିଳିଲା କିନ୍ତୁ ଘରେ ରହିବା ବଦଳରେ କାମକୁ ଫେରିଲି , ନବଜାତ ଜାଂଳା ପିଲାଙ୍କର ଭାଇ ନିଶେଷ ଚୌକସେ ଓ ଭାଉଜ ଜ୍ଯୋତି ଚୌକସେଙ୍କୁ ଘରକୁ ଡାକିଲି । ସେ ହୋଶଙ୍ଗାବାଦରୁ ମୋ ଘରକୁ ଆସିଲେ । ସେମାନେ ପିଲାଙ୍କର ଦେଖା ଶୁଣା କରୁଛନ୍ତି । ସେ ନିୟମିତ ରୂପରେ ଘରକୁ ଯାଇ ପାରୁ ନାହାନ୍ତି । ୮ ଦିନ ହେଲାଣି ସେ ନିଜ ପିଲାଙ୍କୁ କୋଳକୁ ନେଇ ନାହାଁନ୍ତି । ଭିଡିଓ କଲ ଜରିଆରେ ପିଲାଙ୍କୁ ଦେଖନ୍ତି ।

Image courtesy: Google

ତାଙ୍କର ନ ଯିବାର କାରଣ ହେଲା ପରିବାରରେ କରୋନା ସଂକ୍ରମଣ ନ ହୋଇଯାଉ ଓ ହସ୍ପିଟାଲରେ ମଧ୍ୟ ଦ୍ଵାୟିତ୍ଵର ପ୍ରାଥମିକତା ଅଟେ । ଡାକ୍ତର ଶୋଭାନା କୁହନ୍ତି କି ଆମ ଭଳି ଡାକ୍ତରମାନଙ୍କ ପାଇଁ ଏହି ସମୟ କୌଣସି ଅଗ୍ନି ପରୀକ୍ଷାରୁ କମ ନୁହେଁ । ଏଥିପାଇଁ କିଛି ବି ହେଇଯାଉ କରୋନାକୁ ହରାଇ କି ହିଁ ମାନିବୁ । ତେବେ ଆଶା କରୁଛୁ ଆପଣଙ୍କୁ ଏଥିରୁ ନିଶ୍ଚୟ କିଛି ପ୍ରେରଣା ମିଳିଥିବ । ଏହାକୁ ଅନ୍ୟମାନଙ୍କ ସହିତ ଶେୟାର କରି ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *