ସ୍ତ୍ରୀ ମାନେ ଭୁଲରେ ବି ପିନ୍ଧନ୍ତୁ ନାହିଁ ଏହି ୪ ଟି ଜିନିଷ ସ୍ୱାମୀ ହୋଇଯିବେ ଦାଣ୍ଡର ଭିକାରୀ

ବନ୍ଧୁଗଣ ବିବାହ ହେଉଛି ଏକ ପବିତ୍ର ସମ୍ପର୍କ । ଅନେକ କୁହନ୍ତି ସ୍ଵାମୀ ସ୍ତ୍ରୀଙ୍କ ସମ୍ପର୍କ ସ୍ଵର୍ଗରୁ ତିଆରି ହୋଇ ଆସିଥାଏ । ତେଣୁ ସ୍ତ୍ରୀ ର ସମସ୍ତ ପ୍ରକାରର କାର୍ଯ୍ୟର ଶୁଭ ଅଶୁଭ ପ୍ରଭାବ ସ୍ଵାମୀ ଉପରେ ପଡିଥାଏ । ସ୍ତ୍ରୀ ର ଭୁଲ କାର୍ଯ୍ୟ ବା ପାପ କାର୍ଯ୍ୟ ସ୍ଵାମିକୁ ତଳି ତଳାନ୍ତ କରି ଦେଇଥାଏ । ଏଥି ସହିତ ଜୀବନ ମଧ୍ୟ ନଷ୍ଟ କରି ଦେଇଥାଏ । ଏଣୁ ସ୍ତ୍ରୀ ମାନେ ଏହି ଭଳି ଭୁଲ କରିବା ଅନୁଚିତ ଯାହା ଫଳରେ କି ସ୍ବାମୀର ଅନିଷ୍ଟ ହୋଇଥାଏ । ବିବାହ ପରେ ସ୍ଵାମୀ ସ୍ତ୍ରୀ ଏକ ପବିତ୍ର ବନ୍ଧନରେ ବାନ୍ଧି ହୋଇ ଯାଆନ୍ତି । ପତ୍ନୀ ଏହି ପରି ଏକ ବନ୍ଧନରେ ବାନ୍ଧି ହୋଇ ସୁଖ ଓ ଦୁଃଖର ଭାଗୀଦାରୀ ହୋଇଥାଏ । ପତ୍ନୀ ପିନ୍ଧିଥିବା କିଛି ଜିନିଷ ତାଙ୍କ ସ୍ଵାମିକୁ କାଙ୍ଗାଳ କରି ଦେଇଥାଏ ।

ବନ୍ଧୁଗଣ ଜ୍ଯୋତିଷ ଶାସ୍ତ୍ରରେ ସ୍ତ୍ରୀ ମାନଙ୍କର ଶୃଙ୍ଗାର କୁ ନେଇ ବହୁତ ମାନ୍ୟତା ଦିଆଯାଇ ଅଛି । ସେଥି ମଧ୍ୟରୁ କେତେ ଗୁଡିଏ ଶୃଙ୍ଗାର କୁ ଭୁଲ ବା ଅଶୁଭ ମନା ଯାଇଥାଏ । କାରଣ ଆଜିର ଆଧୁନିକ ଯୁଗରେ ପୂର୍ବ ପରମ୍ପରାକୁ ଅନେକ ନାରୀ ଭୁଲି ଯାଇଛନ୍ତି । ଯାହା ଫଳରେ ଜୀବନ ବରବାଦି ଆଡକୁ ଟାଣି ହୋଇଯାଏ । ବନ୍ଧୁଗଣ ଚାଲନ୍ତୁ ଜାଣିବା ସେହି ସବୁ ଶୃଙ୍ଗାର କଣ ଅଟେ ଯାହାକୁ ବିବାହିତା ନାରୀ ପିନ୍ଧିବା ଦ୍ଵାରା ତାଙ୍କର ସ୍ଵାମୀ ଓ ପରିବାରର ଅନିଷ୍ଟ ହୋଇଥାଏ ।

୧. ସିନ୍ଦୁର

ସିନ୍ଦୁର ନାରୀମାନଙ୍କର ସଧବା ହେବାର ପରିଚୟ ହୋଇଥାଏ । କିନ୍ତୁ ଆଜିର ନାରୀମାନେ ଆଧୁନିକତାକୁ ଗୁରୁତ୍ଵ ଦେଇ ସେହି ସିନ୍ଦୁରକୁ ସାମାନ୍ଯ ଭାବେ ଲୁଚାଇ କି ପିନ୍ଧିଥାନ୍ତି । ଓ କେହି କେହି ଶାଢୀ ରଙ୍ଗକୁ ମ୍ଯାଚ କରି ଲାଲ ସିନ୍ଦୁର ପରିବର୍ତ୍ତେ ବିଭିନ୍ନ ରଙ୍ଗର ସିନ୍ଦୁର ପିନ୍ଧିଥାନ୍ତି । ଯାହା ସ୍ବାମୀର ଆୟୁଷକୁ କମ କରି ଦେଇଥାଏ । ଓ ସ୍ବାମୀଙ୍କୁ ବରବାଦି ଆଡକୁ ମଧ୍ୟ ଟାଣି ନେଇଥାଏ । ତେଣୁ ବନ୍ଧୁଗଣ ବିବାହିତା ନାରୀମାନେ ଭୁଲରେ ବି ଏହି ୪ ଟି ଜିନିଷ ପିନ୍ଧିବା କଥା ନୁହେଁ ।

୨. ସୁନାର ଗହଣା

ସୁନାର ଗହଣା ପ୍ରତ୍ଯେକ ମହିଳାଙ୍କ ପାଇଁ ଶ୍ରେଷ୍ଠ ଓ ମନ ପସନ୍ଦର ଗହଣା ହୋଇଥାଏ । କିନ୍ତୁ ଏମିତି ମଧ୍ୟ ସୁନାର ଗହଣା ଅଛି ଯାହାକୁ ବ୍ୟବହାର କରିବା ଦ୍ଵାରା ଅମଙ୍ଗଳ ହୋଇଥାଏ । ଗୋଟିଏ ହେଉଛି ସୁନାର ପାଉଁଜି ଓ ଅନ୍ଯଟି ହେଉଛି ସୁନାର ଝୁଣ୍ଟିଆ । ଏହାକୁ ବିବାହିତା ନାରୀମାନେ ପାଦରେ ପିନ୍ଧିବା ଦ୍ଵାରା ଅଶୁଭ ହୋଇଥାଏ । ସ୍ଵାମୀ ଓ ପରିବାରର କ୍ଷତି ହୋଇଥାଏ ।

୩. ମଙ୍ଗଳ ସୂତ୍ର

ମଙ୍ଗଳ ସୂତ୍ର ହେଉଛି ବିବାହିତା ନାରୀମାନଙ୍କ ପାଇଁ ପବିତ୍ର ବନ୍ଧନର ମୂଳ ସୂତ୍ର । ଆଧୁନିକ ସମୟ ସହିତ ତାଳ ଦେଇ ଅନେକ ବିବାହିତା ନାରୀମାନେ ମଙ୍ଗଳ ସୁତ୍ରକୁ ଗଳାରେ ଧାରଣ ନକରି ହାତରେ ଧାରଣ କରିଥାନ୍ତି । ଏମିତି କରିବା ଦ୍ଵାରା ସ୍ବାମୀଙ୍କର ଅମଙ୍ଗଳ ହୋଇଥାଏ । ଜୀବନ ଓ ଜୀବିକାରେ ମଧ୍ୟ ବାଧା ଆସିଥାଏ ।

୪ . ଧଳା ଶାଢୀ

ଆଧୁନିକ ଯୁଗରେ ନିଜର ଷ୍ଟାଇଲ ମେଣ୍ଟେନ କରିବା ପାଇଁ ଅନେକ ବିବାହିତା ନାରୀମାନେ ଧଳା ଶାଢୀ ପିନ୍ଧିଥାନ୍ତି ଯାହାକି ବିବାହିତା ଅନାରୀମାନଙ୍କ ପାଇଁ ଉଚିତ ହୋଇ ନଥାଏ । ଏମିତି କରିବା ସ୍ବାମୀର ମୃତ୍ୟୁକୁ ଡାକିବା ସହିତ ସମାନ ହୋଇଥାଏ । ଶାସ୍ତ୍ର ଅନୁସାରେ କେବଳ ବିଧବା ନାରୀମାନେ ହିଁ ଧଳା ବସ୍ତ୍ର ପିନ୍ଧିବା ଉଚିତ ଅଟେ ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *