୧୦ ବର୍ଷ ପରେ କ’ଣ କରୁଛନ୍ତି ତୁଳସୀ, ଈପ୍ସିତା ମହାନ୍ତି ଙ୍କ Family ଓ Biography

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ଲେଖାକୁ ସ୍ଵାଗତ । ବନ୍ଧୁଗଣ ଆପମାନେ ତ ସମସ୍ତେ ଓଡିଆ ସିରିଏଲ , ଆଲବମ ଓ ଫିଲ୍ମ ନିଶ୍ଚୟ ଦେଖୁଥିବେ । ଆପଣମାନେ ନିଶ୍ଚିତ ଈପ୍ସିତା ମହାନ୍ତି ଙ୍କୁ ଭଲ ଭାବେ ଜାଣିଥିବେ । ଈପ୍ସିତା ମହାନ୍ତି ଙ୍କୁ ଆପଣମାନେ ତ ତୁଳସୀ ଭାବରେ ଭଲ ଭାବେ ଜାଣିଥିବେ । ଏହି ସିରିଏଲ ଟି ଇ ଟିଭି ରେ ପ୍ରସାରିତ ହୋଇଥିଲା । ଏହି ସିରିଏଲ ଟି ସେତେବେଳେ ବହୁତ ଲୋକପ୍ରିୟତା ହାସଲ କରିଥିଲା । ଏହି ସିରିଏଲ ରୁ ଈପ୍ସିତା ମହାନ୍ତି ଘରେ ଘରେ ତୁଳସୀ ଭାବରେ ପରିଚିତ ହୋଇଗଲେ । ଲୋକମାନେ ତାଙ୍କୁ ତୁଳସୀ ଚରିତ୍ରରେ ଖୁବ ପସନ୍ଦ କରିଥିଲେ । ତାଙ୍କୁ ଦର୍ଶକ ମାନଙ୍କର ବହୁତ ଭଲ ପାଇବା ଏହି ସିରିଏଲ ମାଧ୍ୟମରେ ମିଳିଥିଲା ।

ଆଜି ଆମେ ଆପଣଙ୍କୁ ଏହି ଲେଖା ମାଧ୍ୟମରେ ଈପ୍ସିତା ଙ୍କର ଘର ପରିବାର ଓ ସେ ବର୍ତ୍ତମାନ କେଉଁଠି ରହୁଛନ୍ତି ଓ କଣ କରୁଛନ୍ତି, ସେ କଣ ପାଇଁ ସିରିଏଲ ଜଗତରୁ ଦୂରେଇ ଯାଇଛନ୍ତି ଓ ପୁଣି କେବେ ସିରିଏଲ ଜଗତକୁ ଫେରି ଆସିବେ ସବୁ କିଛି ଆପଣଙ୍କୁ କହିବୁ । ଏହା ସହିତ ତାଙ୍କ ପର୍ଶନାଲ ଲାଇଫ ବିଷୟରେ ମଧ୍ୟ କିଛି ସୂଚନା ଆଜି ଆମେ ଆପଣଙ୍କୁ ଦେବୁ । ତେବେ ଆସନ୍ତୁ ଜାଣିବା ।

ବନ୍ଧୁଗଣ ଈପ୍ସିତା ମହାନ୍ତି ଯାହାଙ୍କୁ ଆପଣ ତୁଳସୀ ଭାବରେ ଜାଣିଛନ୍ତି । ଏହି ତୁଳସୀ ସିରିଏଲ ଟି ଇ ଟିଭି ରେ ପ୍ରସାରିତ ହୋଇଥିଲା । ତାଙ୍କର ପ୍ରକୃତ ନାମ ହେଉଛି ଈପ୍ସିତା ମହାନ୍ତି ଓ ତାଙ୍କ ଘର ହେଉଛି ଭୁବନେଶ୍ବର ରେ ଅର୍ଥାତ ସେ ଜନ୍ମ ମଧ୍ୟ ହୋଇଥିଲେ ଭୁବନେଶ୍ବର ରେ ।

ଈପ୍ସିତାଙ୍କ ପରିବାର ବିଷୟରେ କହିଲେ ଈପ୍ସିତାଙ୍କ ସ୍ଵାମୀ ଯାହାଙ୍କର ନାମ ରୋହିତ ମହାନ୍ତି ଓ ଏହା ସହିତ ଗୋଟିଏ ଛୋଟ ପୁଅ ଓ ଗୋଟିଏ ଛୋଟ ଝିଅ ଅଛନ୍ତି । ଆପଣମାନେ ତ ଭାବୁଥିବେ ଈପ୍ସିତା ବର୍ତ୍ତମାନ କଣ ପାଇଁ ଓଡିଶାରେ ଦେଖା ଯାଉ ନାହାଁନ୍ତି ଏମିତି କି କୌଣସି ସିରିଏଲ ରେ କାମ କରୁ ନାହାଁନ୍ତି ।

ତେବେ ବନ୍ଧୁଗଣ ଆପଣଙ୍କୁ କହି ରଖୁଛୁ ଯେ ଈପ୍ସିତା ବର୍ତ୍ତମାନ ତାଙ୍କ ସ୍ବାମୀଙ୍କ ସହିତ ଦୁବାଇ ରେ ରହୁଛନ୍ତି । ଈପ୍ସିତା ପୂର୍ବରୁ ବହୁତ ଗୁଡିଏ ଆଲବମ, ଫିଲ୍ମ ଓ ସିରିଏଲ ରେ କାମ କରି ସାରିଛନ୍ତି । ତାଙ୍କର ଲୋକପ୍ରିୟତା ହାସଲ କରିଥିବା ଆଲବମ ଗୁଡିକ ହେଉଛି ତୁ ମୋର ହେଇ ଜା, ଏତେ ସୁନ୍ଦର, ଗୁଲୁଗୁଲିଆ ଝିଅଟେ ତୁଲୋ ।

ଏହା ସହିତ ସେ ମଧ୍ୟ ଗୁଡ ବାଏ ଫିଲ୍ମ ରେ କାମ କରି ସାରିଛନ୍ତି । ଯେଉଁଥିରେ କି ଆପଣମାନେ ଅରିନ୍ଦମ ରାୟ ଙ୍କୁ ହୀରୋ ଭାବରେ ଦେଖିବାକୁ ପାଇଥିଲେ । ତେବେ ଶେଷରେ ବନ୍ଧୁଗଣ ଆପଣ ମାନଙ୍କୁ ଆମେ ଏହା କହିବୁ କି ସୂଚନା ଅନୁସାରେ ଈପ୍ସିତା ପରବର୍ତ୍ତୀ ସମୟରେ ଆଉ କେବେ ବି ସିରିଏଲ ରେ କାମ କରି ନ ପାରନ୍ତି ।

ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଏହାକୁ ଲାଇକ ଓ ଶେୟାର କରନ୍ତୁ ଓ ଆଗକୁ ଆମ ସହିତ ରହିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *