ଅପରେସନ ହେଲା ପରେ ସ୍ତ୍ରୀ, ଘରେ ପୁରାଉନି ସ୍ଵାମୀ, ପୁରା ଘଟଣା ଜାଣିଲେ ଆପଣ ବି ହେବେ ଆଶ୍ଚର୍ଯ୍ୟ !

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ୧୧ ଟି ଛୁଆ ଜନ୍ମ କରିସାରିଲା ପରେ ବି ଅପରେସନ ହେବାକୁ ସ୍ଵାମୀର ବିରୋଦ୍ଧ, ମାରା ହେଲୁ ମାରା ହେଲୁ କହି ଘରେ ପଶିବାକୁ ଦେଉନି ସ୍ଵାମୀ । ତେବେ ଏପରି କିଛି ଘଟଣା ତେଲକୋଇ ବ୍ଲକ ଡିମିରିଆ ଗ୍ରାମରେ ଘଟିଛି ବୋଲି ଖବର ମିଳିଛି । ତେବେ ସେଠାରେ ରହୁଥିବା ରବି ଦେହୁରୀ ଙ୍କର ସ୍ତ୍ରୀ ଜାନକୀ ଦେହୁରୀ ଙ୍କର ୧୧ ବର୍ଷ ଭିତରେ ୧୧ ଟି ପିଲା ସନ୍ତାନ ହୋଇଯାଇଛି ।

ତେବେ ୧୧ ଟି ସନ୍ତାନ ମଧ୍ୟରୁ ଜଣେ ସନ୍ତାନର ଦେହାନ୍ତ ଘଟିଯାଇ ଆହୁରି ୧୦ ଟି ଛୁଆ ଜାନକୀଙ୍କର ରହିଛି । ତେବେ ବର୍ଷକୁ ବର୍ଷ ୧୧ ଥର ଛୁଆ ଜନ୍ମ କରି କରି ଜାନକୀଙ୍କର ମଧ୍ୟ ସ୍ଵାସ୍ଥ ଅବସ୍ଥା ଖରାପ ହୋଇଯାଉଥିଲା । ଯେଉଁ କାରଣରୁ ଜନଙ୍କି ବହୁତ ଦୁର୍ବଳ ହୋଇଯାଉଥିଲେ । ତେବେ ସେଥିପାଇଁ ଗତ ୧୪ ତାରିଖ ଦିନ ତେଲକୋଇ ବ୍ଲକରେ ଅନୁଷ୍ଠିତ ହେଉଥିବା ପରିବାର ନିଯୋଜନ ଅସ୍ତ୍ରୋପଚାର ଶିବିରରେ ଜାନକୀ ସେଠାରେ ନିଜର ପରିବାର ନିଯୋଜନ ଅସ୍ତ୍ରୋପଚାର କରିଦେଇଥିଲେ ।

ତେବେ ଏହି ଅପରେସନ କାହିଁକି କରିଲୁ ବୋଲି କହି ସ୍ଵାମୀ ରବିର ମୁଣ୍ଡକୁ ରାଗ ଉଠିଯାଇଥିଲା । ଯେଉଁ କାରଣରୁ ସ୍ଵାମୀ ରାଗ ଜରଜର ହୋଇ ଅଧିକ ଉତ୍ତେଜିତ ହୋଇଯାଇଥିଲେ । ସ୍ତ୍ରୀ ଅପରେସନ କରିକି ଆସିବାରୁ ସ୍ଵାମୀ ଆଉ ସ୍ତ୍ରୀକୁ ଘରେ ପଶିବା ପାଇଁ ଅନୁମତି ଦେଇନଥିଲେ । ଆଉ  ରବି କହିଥିଲେ । ତୁ ଅପରେସନ କରିକି ଆସି ସବୁ କିଛି ସାରିଦେଲୁ । ତୋର ଆଉ ଏହି ଘରେ କୌଣସି ମଧ୍ୟ ସ୍ଥାନ ନାହିଁ ।

ତୁ ଘର ବାହାରିଯା କହି କହି ସ୍ତ୍ରୀକୁ ଘରୁ ବିଦା କରିଦେଇଥିଲେ । ଘରେ ସ୍ତ୍ରୀ ପଶିଲେ ସ୍ଵାମୀ ମାରିଦେବେ ବୋଲି କହି ମଧ୍ୟ ଧମକ ଦେଇଥିଲେ । ତେବେ ସ୍ଵାମୀ ରବିଙ୍କର କହିବା ଅନୁଯାଇ ଏହି ଅପରେସନ କରିଦେଲେ କୁଆଡେ ଘରର ପୂର୍ବ ପୁରୁଷ ମାନେ ବିବାହିତ ମହିଳା ହାତରୁ ପାଣି ମଧ୍ୟ ସ୍ପର୍ଶ କରନ୍ତି । ତେଣୁ ସେହି ରାଗରେ ସ୍ତ୍ରୀ କୁ ଅପବିତ୍ର କହିକି ଘରୁ ବାହାର କରିଦେଲା ସ୍ଵାମୀ ।

ତେବେ ଏହି ଅବସ୍ଥାରେ ନିରୂପାୟ ହୋଇ ଘରର ସାମ୍ନାରେ ଥିବା ଆମ୍ବ ଗଛ ତଳେ ଆଶ୍ରୟ ନେଇଛନ୍ତି ସ୍ତ୍ରୀ ଜାନକୀ ଦେହୁରୀ । ତେବେ ଏପରି ଏକ ସଂବେଦନଶୀଳ ଘଟଣାକୁ ନେଇ ସ୍ଥାନୀୟ ଏରିଆରେ ଚର୍ଚାର ପରିସରକୁ ଆସିଛି । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *