ଭାଇରାଲ ହେଲା Babushan ଙ୍କ ସ୍ତ୍ରୀ Trupti ଙ୍କ ଭିଡିଓ…କହିଲେ କିଛି ଏମିତି ଶୁଣିଲେ ଆପଣ ମୁଣ୍ଡରେ ହାତ ଦେବେ…

ନମସ୍କାର ବନ୍ଧୁଗଣ ତେବେ ରାଜରାସ୍ତାରେ ଷ୍ଟାର ଦମ୍ପତ୍ତିଙ୍କ ହାଇଡ୍ରାମାକୁ ନେଇ ସବୁଆଡେ ଚର୍ଚ୍ଚା । ଅଭିନେତା ବାବୁସାନ ଓ ପ୍ରକୃତି ମିଶ୍ରଙ୍କୁ ରାସ୍ତାରେ ଟଣାଓଟରା ସହ ମାଡ଼ ମାରିଛନ୍ତି ପତ୍ନୀ ତୃପ୍ତି ମହାନ୍ତି । ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଚାଲିଥିବା ନେଇ ବାବୁସାନଙ୍କ ପତ୍ନୀ ବଡ଼ ଖୁଲାସା ମଧ୍ୟ କରିଛନ୍ତି । ଘଟଣାକୁ ନେଇ ପ୍ରକୃତିଙ୍କ ବାପାମାଆ ଥାନାରେ ଅଭିଯୋଗ କରିଥିବା ବେଳେ ତୃପ୍ତି ମଧ୍ୟ ନିଜ ଶାଶୂଙ୍କ ସହ ଯାଇ ପଲଟା ଅଭିଯୋଗ କରିଛନ୍ତି ।

ତେବେ ଏହାରି ମଧ୍ୟରେ ବାବୁସାନ୍ ଓ ପ୍ରକୃତିଙ୍କୁ ଲାଗିଛି ବଡ଼ ଝଟକା । ଉଭୟଙ୍କୁ ନୋଟିସ୍ ପଠାଇଛି କମିଶନରେଟ୍ ପୋଲିସ । ଫୋନରେ ଉଭୟଙ୍କୁ ନୋଟିସ୍ ଜାରି କରାଯାଇଛି । ଥାନାରେ ହାଜର ହେବାକୁ ବାବୁସାନ୍ ଓ ପ୍ରକୃତିଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ପକ୍ଷ ରଖିବାକୁ ଉଭୟଙ୍କୁ ଅବଗତ କରିଛି ପୋଲିସ । ଅନ୍ୟପଟେ ସିନେ ତାରକାଙ୍କ ହାଇଡ୍ରାମା ଘଟଣାରେ ବୟାନ ରେକର୍ଡ କରାଯାଉଛି । ଏତଲା ଆଧାରରେ ଉଭୟ ପକ୍ଷର ୭ ଜଣଙ୍କ ବୟାନ ରେକର୍ଡ କରିଛି ପୋଲିସ ।

ଅପରାଜିତା ମହାନ୍ତି, ତୃପ୍ତି ଶତପଥୀ, ଲଳିତ ଶତପଥୀଙ୍କ ବୟାନ ରେକର୍ଡ କରାଯାଇଛି । ଏହା ସହ ତାଙ୍କ ମାଉସୀ ସଙ୍ଗୀତ ପ୍ରହରାଜ ଓ ମଉସା ଅଶୋକ ପ୍ରହରାଜଙ୍କ ବୟାନ ମଧ୍ୟ ରେକର୍ଡ କରାଯାଉଛି । ସେହିପରି ପ୍ରକୃତି ମିା୍ୟଙ୍କ ବାପା ମନ୍ମଥ ମିଶ୍ର ଓ ମାଆ କୃଷ୍ଣାପ୍ରିୟା ମିଶ୍ରଙ୍କ ବୟାନ ରେକର୍ଡ କରାଯାଉଛି । ତୃପ୍ତିଙ୍କ ଏତଲା ଆଧାରରେ ବାବୁସାନ ଓ ପ୍ରକୃତିଙ୍କୁ ପକ୍ଷ ରଖିବାକୁ କୁହାଯାଇଛି । ଓଡ଼ିଶା ଫେରିଲେ ତୁରନ୍ତ ନିଜ ପକ୍ଷ ରଖିବାକୁ ଉଭୟଙ୍କୁ କୁହାଯାଇଛି ।

ତେବେ ଏହା ସହ ସତ୍ୟନଗର ଗେଷ୍ଟହାଉସ ଯାଇ ଘଟଣାର ତଦନ୍ତ ଆରମ୍ଭ କରିଛି ଖାରବେଳନଗର ଥାନା ପୋଲିସ । ଘଟଣାସ୍ଥଳରେ ପ୍ରତ୍ୟକ୍ଷଦର୍ଶୀଙ୍କୁ ପୋଲିସ ପଚରାଉଚରା କରୁଛି । ଗତକାଲି ଏହି ସତ୍ୟନଗର ଗେଷ୍ଟହାଉସ ଆଗରେ ମାରପିଟ୍ ଲାଗିଲେ ଷ୍ଟାର ଦମ୍ପତ୍ତି । ଆଜି ତୃପ୍ତିଙ୍କ ଘରକୁ ଯିବେ ତଦନ୍ତକାରୀ ଟିମ୍ । ତେବେ ବର୍ତ୍ତମାନ ତୃପ୍ତି ନିଜ ଇନ୍ଟର୍ଭିୟୁ ରେ କହିଲେ କି ପ୍ରକୃତି ଙ୍କୁ ସେ ନିଜ ରୁମ ରେ ରେଡ଼ ହ୍ୟାଣ୍ଡ ଧରିଥିଲେ । ତେବେ ତିନି ମାସ ହେବ ସେ ନିଜ ଶାଶୂ ଶଶୁରଙ୍କ ପାଖରେ ବରମୁଣ୍ଡା ରେ ରହୁଥିଲି ।

ତେବେ ପରେ ଯେତେବେଳେ ଭୁବନେଶ୍ୱର ଘରକୁ ମୁଁ ରିଟର୍ଣ୍ଣ କରିଲି ସେତେବେଳେ ମୋ ପାଖରେ ଆଉ ଏକ ଚାବି ଥିଲା ତେବେ ସେହି ଚାବି ଖୋଲିକି ମୁଁ ଘର ଭିତରକୁ ଗଲି ସେତେବେଳେ ଦେଖିଲି ପ୍ରକୃତି ମୋ ଘରେ ବସିଛି । ତେବେ ବାବୁ ମଧ୍ୟ ଥିଲା ତେବେ ତାହା ଦେଖି ମୁଁ ବହୁତ ରାଗି ଯାଇଥିଲି ।

ତେବେ ମୁଁ ରାଗରେ ତା ଉପରକୁ ହାତ ମଧ୍ୟ ଉଠେଇ ଦେଇଥିଲି କିନ୍ତୁ ମୋତେ ବାବୁ ଅଟକେଇ ଦେଲା ତେବେ ପରେ ମୁଁ ଅନେକ ଥର ଅନେକ ସ୍ଥାନରେ ଧରିଛି । ତେବେ ସେମାନେ କେବଳ ଭଲ ସାଙ୍ଗ ନୁହେଁ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *