ସ୍ତ୍ରୀ ସିନ୍ଥିରୁ ଲିଭିଗଲା ସିନ୍ଦୂର….ବାହୁନି କାନ୍ଦୁଛି ମା’, ରହସ୍ୟ ଘେରରେ ନବ ବିବାହିତ ଡାକ୍ତରଙ୍କ ଆତ୍ମହତ୍ୟା, ଦେଖନ୍ତୁ ତାଙ୍କ ବିବାହ Video

ନମସ୍କାର ବନ୍ଧୁଗଣ ତେବେ ରାଜ୍ୟ ରାଜଧାନୀରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ମେଡ଼ିକାଲ ଚାମ୍ବର ଭିତରେ ଜଣେ ଯୁବ ଡାକ୍ତରଙ୍କ ଆତ୍ମହତୟଆ ନେଇ ସମସ୍ତେ ଆଶ୍ଚର୍ଯ୍ୟ । ବିବାହର ୨୨ଦିନ ପରେ କାହିଁକି ଆତ୍ମହତୟଆ କଲେ ଯୁବ ଡାକ୍ତର ତାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ତେବେ ଆତ୍ମହତୟଆ କରିଥିବା ଡାକ୍ତର ହେଉଛନ୍ତି ଅର୍ଥପେଡିକ ବିଭାଗର ଶିଶିର ସାହୁ । ଗୁରୁବାର ଡ୍ୟୁଟି କରୁଥିବା ସମୟରେ ଚାମ୍ବର ଭିତରେ ନିଜେ ନିଜକୁ ବିଷ ଇଞ୍ଜେକସନ ଦେଇ ଆତ୍ମହତୟଆ କରିଛନ୍ତି ସେ ।

ଖବର ପାଇ ଘଟଣା ସ୍ଥଳରେ ଭରତପୁର ଥାନା ପୋଲିସ ପହଞ୍ଚି ଆତ୍ମହତୟଆର ତଦନ୍ତ ଆରମ୍ଭ କରିଛି । ଆତ୍ମହତୟଆ କରିଥିବା ଡାକ୍ତର ହେଲେ ଶିଶିର ସାହୁ । ତାଙ୍କ ଘର ଖୋର୍ଦ୍ଧା ନିରାକାର ପୁର ଅଞ୍ଚଳରେ । ଶିଶିର ରାଜଧାନୀର ଭରତପୁର ଅଞ୍ଚଳରେ ଥିବା ଏକ ଘରୋଇ ହସ୍ପିଟାଲରେ ଅର୍ଥ ପେଡିକ ଵିଭାଗର ଆସୋସିଏଟ ଡାକ୍ତର ଥିଲେ । ଗୁରୁବାର ସନ୍ଧ୍ୟା ସମୟରେ ନିଜର ଚାମ୍ବର ଭିତରେ ନିଜ ଦେହରେ ନିଜେ ବିଷ ଇଞ୍ଜେକସନ ଦେଇ ଆତ୍ମହତୟଆ କରିଥିଲେ ।

ଖବର ପାଇ ଭରତପୁର ଥାନା ପୋଲିସ ପହଞ୍ଚି ମୃତଦେହକୁ ଜବତ କରିବା ସହ ତାଙ୍କ ପରିବାର ଲୋକଙ୍କୁ ଅବଗତ କରିଥିଲା । କାହିଁକି ବିବାହର ୨୦ଦିନରେ ଶିଶିର ଆତ୍ମହତୟଆ କଲେ ତାହାର କାରଣ ଖୋଜୁଛନ୍ତି ପରିବାର ଲୋକେ । ସେପଟେ ଶବ ବ୍ୟବଚ୍ଛେଦ ପରେ ମୃତଦେହକୁ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି ପୋଲିସ ।

ତେବେ ଡାକ୍ତରଙ୍କ ହତୟଆକାଣ୍ଡର କାରଣ ଖୋଜୁଛି ପୋଲିସ । ଯେଉଁଠି ଡାକ୍ତର ଶିଶିର ଆତ୍ମହତୟଆ କରିଥିଲେ ସେ ସ୍ଥାନକୁ ଯାଇ ତଦନ୍ତ କରିଛି ଭରତପୁର ଥାନା ପୋଲିସ । ଘଟଣା ଦିନ ତାଙ୍କ ସହ କାମ କରୁଥିବା ସହଯୋଗୀ ଓ ଷ୍ଟାଫମାନଙ୍କର ବୟାନ ରେକର୍ଡ କରାଯାଇଛି । ଏବେ ଆତ୍ମହତୟଆର କାରଣ ଜଣା ପଡ଼ିନି । ତାଙ୍କ ପରିବାର କୋକଙ୍କ ବାୟନ ରେକର୍ଡ କରିବା ପରେ ଆତ୍ମହତୟଆର ପ୍ରକୃତ କାରଣ ଜଣା ପଡ଼ିବ.’’ କହିଛନ୍ତି ଭୁବନେଶ୍ୱର ଡିସିପି ପ୍ରତୀକ ସିଂ ।

ତେବେ ମୃତ ଡାକ୍ତର ଶିଶିର ଗତ ଏପ୍ରିଲ ମାସ ୨୦ ତାରିଖରେ ସେ ବିବାହ କରିଥିଲେ । ବିବାହ ପରେ ଘାଟିକିଆ ଅଞ୍ଚଳରେ ଏକ ଅପାର୍ଟମେଣ୍ଟରେ ପତ୍ନୀଙ୍କ ସହ ରହୁଥିଲେ । ତାଙ୍କ ବାପା ମଧ୍ୟ ଜଣେ ଡାକ୍ତର । ସେ ଝାରସୁଗୁଡାରେ ରୁହନ୍ତି । ପ୍ରଶ୍ନ ଉଠୁଛି କାହିଁକି ଆତ୍ମହତୟଆ କଲେ ଯୁବ ଡାକ୍ତର? ଏମିତି କଣ ହେଲା ଯେ ବିବାହର ୧୫/୨୦ ଦିନ ପରେ ଆତ୍ମହତୟଆ ପରି ଚରମ ନିଷ୍ପତ୍ତି ନେଲେ ?

ଆତ୍ମହତୟଆ ପଛରେ ପାରିବାରିକ କଳହ ନା ଆଉ କିଛି? ଯଦି ପାରିବାରିକ କଳହ, ତେବେ କଣ ସେହି କାରଣ । ଏ ସବୁ ପ୍ରଶ୍ନର ଉତ୍ତର ଖୋଜୁଛି ଭରତପୁର ଥାନା ପୋଲିସ । ତେବେ ତାଙ୍କ ପରିବାର ଲୋକ କାନ୍ଦି କାନ୍ଦି ବେହାଲ ହୋଇ ପଡିଲେଣି । ପୁଅ ଏଭଳି ଅଧା ରାସ୍ତାରେ ହାତ ଛାଡି ଦେବ ବୋଲି ସେମାନେ କେବେ ଭାବି ମଧ୍ୟ ନଥିଲେ । ଆଉ ସ୍ତ୍ରୀ ନିଜ ବିବାହର ୧୫/୨୦ ଦିନରେ ମୁଣ୍ଡ ରୁ ସିନ୍ଦୁର ପୋଛିଦେବ ବୋଲି ମଧ୍ୟ ଆଶା କରି ନଥିଲେ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *