କ୍ରିକେଟ ପ୍ରେମୀଙ୍କ ପାଇଁ ସବୁଠୁ ବଡ ଦୁଃଖ ଖବର ! ଆଉ ନାହାଁନ୍ତି ଅଷ୍ଟ୍ରେଲିଆର ଫେମସ କ୍ରିକେଟର Andrew Symonds, ଏହି କାରଣରୁ ଅଚାନକ ହେଇଗଲା ମୃତ୍ୟୁ

ନମସ୍କାର ବନ୍ଧୁଗଣ ତେବେ ଅଷ୍ଟ୍ରେଲିଆ କ୍ରିକେଟ ପାଇଁ ଗତ କିିଛି ମାସ ହେଲା ଦୁଃଖଦ ସ୍ଥିତି ଜାରି ରହିଛି । ଗତ ମାର୍ଚ୍ଚ ମାସଠାରୁ ବର୍ତ୍ତମାନ ଯାଏଁ ତିନି ତିନି ଜଣ କ୍ରିକେଟ୍‌ କିମ୍ବଦନ୍ତୀଙ୍କୁ ହରାଇ ସାରିଲାଣି ଦେଶ । ପ୍ରଥମେ ରୋଡ୍‌ ମାର୍ଶ ପରେ ସ୍ପିନ୍‌ କିମ୍ବଦନ୍ତୀ ସେନ ଓ୍ବର୍ଣ୍ଣ ଏବଂ ତା ପରେ ଶନିବାର ପୂର୍ବତନ ଅଲରାଉଣ୍ଟର ଆଣ୍ଡ୍ୟୁ ସାଇମଣ୍ଡସ୍‌ ଦୁଃଖଦ ନିଧନ ଘଟିଛି । ମାର୍ଚ୍ଚ ୪ ତାରିଖରେ ହୃଦଘାତ କାରଣରୁ ଆଡିଲେଡ୍ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ରୋଡ୍‌ ମାର୍ଶ ।

ପରେ ସେ କୋମାକୁ ଚାଲି ଯାଇଥିଲେ ଏବଂ କିଛିିଦିନର ଚିକିତ୍ସା ପରେ ୭୪ ବର୍ଷୀୟ ମାର୍ଶଙ୍କ ପରଲୋକ ଘଟିଥିଲା । ଏହାର ମାତ୍ର କିଛି ଘଣ୍ଟା ପରେ ସେନ୍‌ ଓ୍ବର୍ଣ୍ଣଙ୍କର ପରଲୋକ ଘଟିଥିଲା । ଥାଇଲାଣ୍ଡରେ ଏକ ହୋଟେଲରେ ଥିବା ବେଳେ ଓ୍ବର୍ଣ୍ଣଙ୍କ ହୃଦଘାତ ହୋଇଥିଲା । ଦୁଇ ମହାନ୍‌ ଖେଳାଳିଙ୍କୁ ହରାଇ ଦୁଃଖରେ ଡୁବି ରହିଥିଲା କ୍ରିକେଟ୍‌ ଅଷ୍ଟ୍ରେଲିଆ । ଦୁଇ କ୍ରିକେଟରଙ୍କୁ ହରାଇବାର ମାତ୍ର କିଛି ଦିନ ପରେ ପୁଣି ଥରେ ଦୁଃଖଦ ଖବର ପହଞ୍ଚିଛି ।

ସଡକ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ଆଣ୍ଡ୍ୟୁ ସାଇମଣ୍ଡସ୍‌ । ତେବେ ଶନିବାର ସନ୍ଧ୍ୟାରେ ଏକ ସଡକ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ଆଣ୍ଡ୍ୟୁ ସାଇମଣ୍ଡସ୍‌ । ଭାରସାମ୍ୟ ହରାଇ କାରଟି ରାସ୍ତା କଡକୁ ଓଲଟି ପଡିବାରୁ ତାଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା । ଅଷ୍ଟ୍ରେଲିଆ ପକ୍ଷରୁ ସେ ୨୬ଟି ଟେଷ୍ଟ ଖେଳି ୧୪୬୨ରନ କରିଥିବା ବେଳେ ୧୯୮ ଦିନିକିଆରୁ ୫୦୮୮ ରନ ଏବଂ ୧୪ଟି ଟ୍ବେଣ୍ଟି ଟ୍ବେଣ୍ଟିରୁ ୩୩୭ ରନ କରିଛନ୍ତି ।

ଅନ୍ତରାଷ୍ଟ୍ରୀୟ ସ୍ତରରେ ତିନୋଟି ଯାକ ଫର୍ମାଟରେ ସାଇମଣ୍ଡସ୍‌ ମୋଟ ୧୬୫ଟି ଓ୍ବିକେଟ ନେଇଛନ୍ତି । ପଡିଆର ନିଜର ଆକ୍ରମକ ଅନ୍ଦାଜ ଏବଂ ଜବରଦସ୍ତ ଫିଲଡିଂ ପାଇଁ ପରିଚିତ ଥିଲେ ଆଣ୍ଡ୍ୟୁ ସାଇମଣ୍ଡସ୍। ତେବେ ସାଇମଣ୍ଡସ ଆଇପିଏଲ୍ ମଧ୍ୟ ଖେଳିଥିଲେ। ଆଇପିଏଲ୍‌ରେ ସେ ୩୯ଟି ମ୍ୟାଚ୍ ଖେଳି ୯୭୪ ରନ୍ କରିଥିଲେ, ଯେଉଁଥିରେ ଗୋଟିଏ ଶତକ ଓ ୫ଟି ଅର୍ଦ୍ଧଶତକ ରହିଛି।

ତେବେ ୨୦୦୪ରେ ଶ୍ରୀଲଙ୍କା ବିରୋଧରେ ଟେଷ୍ଟ ଡେବ୍ୟୁ କରିଥିଲେ ସାଇମଣ୍ଡସ। ୨୦୦୮ରେ ଦକ୍ଷିଣ ଆଫ୍ରିକା ବିରୋଧରେ ସେ ଖେଳିଥିଲେ ତାଙ୍କ କ୍ୟାରିୟରର ଶେଷ ଟେଷ୍ଟ୍ ମ୍ୟାଚ୍‌। ସେହିପରି ୧୯୯୮ରେ ସେ ପାକିସ୍ତାନ ବିପକ୍ଷରେ ଦିନିକିଆରେ ଡେବ୍ୟୁ କରିଥିଲେ। ଆଉ ୨୦୦୯ରେ ପାକିସ୍ତାନ ବିପକ୍ଷରେ ତାଙ୍କ ଦିନିକିଆ କ୍ୟାରିୟରର ଶେଷ ମ୍ୟାଚ୍ ମଧ୍ୟ ଖେଳିଥିଲେ।
ତେବେ ଆମେ ତାଙ୍କ ଆତ୍ମା ର ଶାନ୍ତି ପାଇଁ ଭଗବାନ ଙ୍କ ନିକଟରେ ପାର୍ଥନା କରୁଛୁ।

Leave a Reply

Your email address will not be published.