ଏମିତି ବି ଆସେ ମୃତ୍ଯୁ, ସାମାନ୍ୟ ଗୋଟିଏ ଭୁଲ ହେଇଗଲା କାଳ ! CCTV ରେ କଏଦ ହେଲା ବସ୍ ଓ ବାଇକ୍ ଦୁର୍ଘଟଣାର ଲାଇଭ୍ ଭିଜୁଆଲ୍ କଏଦ, ଦେଖନ୍ତୁ ଏହି ଛାତିଥରା Video

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ଜାଣିଥିବେ କି ବର୍ତ୍ତମାନ ସମୟରେ ସଡ଼କ ଦୁର୍ଘଟଣା ର କେଶ କେତେ ଅଧିକ ବଢି ଯାଇଛି । ଯେଉଁଠି ଦେଖିବେ ସେଠାରେ ଏହି ସଡ଼କ ଦୁର୍ଘଟଣା ର ଖବଫ ଶୁଣିବାକୁ ମିଳିବ । ତେବେ ଏହି ସଡ଼କ ଦୁର୍ଘଟଣା କୁ ରୋକିବା ପାଇଁ ଅନେକ ନିୟମ ଗୁଡିକ ମଧ୍ୟ ବନା ଯାଉଛି ହେଲମେଟ ପିନ୍ଧିବା, ଓଭର ଟେକ ନ କରିବା ଆଦି ବିଷୟରେ ସୂଚିତ କରିଲେ ମଧ୍ୟ ଏହି ଦୁର୍ଘଟଣା ଦିନକୁ ଦିନ ବଢ଼ିବାରେ ଲାଗିଛି ।

ତେବେ ବର୍ତ୍ତମାନ ମଧ୍ୟ ସେହିଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି । ତେବେ ବସ୍ ବାଇକ୍ ଦୁର୍ଘଟଣାର ଲାଇଭ ଫୁଟେଜକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ମୃତ୍ଯୁ କାହା ଭାଗ୍ୟରେ କେମିତି ଲେଖା ହୋଇଥାଏ ତାହା କହିବା ଅସମ୍ଭବ । ଅନ୍ୟପଟେ ନିର୍ଦୋଷ ବ୍ୟକ୍ତି ବି ବେଳେ ବେଳେ ଦୋଷୀ ହୋଇଥାଏ । କିନ୍ତୁ ପରେ ସତ୍ୟ ସାମ୍ନାକୁ ଆସିବା ପରେ ସବୁ ସରି ସାରିଥାଏ । ଏଭଳି ଏକ ଘଟଣା ଘଟିଛି ନୟାଗଡ଼ ସହରରେ ।

ତେବେ ଗତ ୧୨ ତାରିଖ ଦିନ ଜିଲ୍ଲାପାଳଙ୍କ ଅଫିସ ସାମ୍ନାରେ ଏକ ଦୁର୍ଘଟଣା ଘଟିଥିଲା । ପ୍ରଥମେ ଆଲୋଚନା ହେଲା, ବାଇକକୁ ପଛରୁ ଏକ ଘରୋଇ ବସ୍ ଧକ୍କା ଦେବାରୁ ୨ଜଣ ଗୁରୁତର ଆହତ ହୋଇଥିଲେ । ସେମାନଙ୍କୁ ନୟାଗଡ଼ ଜିଲ୍ଲା ହସ୍ପିଟାଲରେ ଭର୍ତି କରା ଯାଇଥିଲା । ଚିକିତ୍ସା ଚାଲୁଥିବା ସମୟରେ ଯୁବକଙ୍କର ମୃତ୍ଯୁ ହୋଇଥିଲା ।

ମୃତ ଯୁବକ ହେଉଛନ୍ତି ମାନସ ନାୟକ । ଘର ଓଡ଼ଗାଁ ଅଂଚଳରେ । ସେ ତାଙ୍କ ଶାଶୁଙ୍କୁ ବାଇକରେ ନୟାଗଡ଼ ଧରି ଆସୁଥିଲେ । ତାଙ୍କୁ ପଛ ପଟୁ ଏକ ଘରୋଇ ବସ୍ ଧକ୍କା ଦେଇ ଚଢି ଯାଇଥିଲା । ତେବେ ଏବେ ଏହି ଘଟଣାର ସିସିଟିଭି ଫୁଟେଜ ସାମ୍ନାକୁ ଆସିବା ପରେ ଦୁର୍ଘଟଣାର ଦିଗ ବଦଳି ଯାଇଛି । ଘରୋଇ ବସ୍ ଯାଉଥିବା ସମୟରେ ମାନସ ବସକୁ ଓଭରଟେକ୍ କରି ଆଗକୁ ଯାଉଥିଲେ ।

ସେହି ସମୟରେ ସାମ୍ନା ପଟୁ ଏକ ବାଇକ ସହ ମାନସଙ୍କ ବାଇକ ମୁହଁମୁହିଁ ଧକ୍କା ହୋଇଥିଲା । ଯାହାଦ୍ୱାରା ମାନସ ବାଇକରୁ ଛିଟିକି ଯାଇ ବସର ଆଗ ଚକ ତଳେ ପଡି ଯାଇଥିଲେ ଏବଂ ମାତ୍ର କେଇ ମୁହୂର୍ତ୍ତ ଭିତରେ ବସ୍ ସେମାନଙ୍କ ଉପରେ ଚଢି ଯାଇଥିଲା । ଏହି ଘଟଣା ପରେ ବସ୍ ଏବଂ ଡ୍ରାଇଭରକୁ ଅଟକ ରଖିଛି ନୟାଗଡ଼ ପୋଲିସ୍ । ଏହି ଘଟଣାର ସିସିଟିଭି ଫୁଟେଜ ଏବେ ନୟାଗଡ଼ରେ ଭାଇରାଲ ହେବାରେ ଲାଗିଛି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *