ସ୍ତ୍ରୀ ଦେହର ଚିହ୍ନ ଦେଖି ସ୍ଵାମୀ ଚିହିଁକି ଉଠିଲା, ଆଉ ସ୍ତ୍ରୀକୁ ଛାଡି ଦେଇ ପଳେଇଲା ବାଙ୍ଗାଲୋର, ଏବେ ସ୍ତ୍ରୀ ବୁଲି ବୁଲି…

ବନ୍ଧୁଗଣ, ସୂଚନା ଅନୁଯାୟୀ କେନ୍ଦ୍ରାପଡା ଜିଲ୍ଲା ଗରଦପୁର ବ୍ଲକ ଗରମଣ୍ଡଳ ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଦେହରେ ସାମାନ୍ୟ ଏକ ଚିହ୍ନ କୁ ନେଇ ନିର୍ଯାତନା ର ଶିକାର ହୋଇଛନ୍ତି ଜଣେ ନବବୋଧୂ । ଏହାକୁ ନେଇ ଅଭିଯୋଗ ହୋଇଛି । ଆଉ ଅଭିଯୋଗ ହେଉଛି ଯେ ଯେବେ ଏହି ମହିଳା ଙ୍କ ଦେହରୁ ଏହି ଧଳା ରଙ୍ଗର ଚିହ୍ନଟି ଲିଭିଯିବ ସେବେ ଯାଇ ତାଙ୍କ ସ୍ଵାମୀ ତାଙ୍କୁ ଆପଣାଇ ନେବେ ତଥା ଶାଶୁଘର ଲୋକେ ଆପଣାଇ ନେବେ ନଚେତ ଏକ ଘାରିକିଆ କରି ରଖିବେ ।

ଏହାକୁ ନେଇ ସ୍ତ୍ରୀ ଜଣକ କହିଛନ୍ତି ତାଙ୍କୁ ଶାଶୁଘର ଲୋକେ ବହୁତ ହଇରାଣ କରୁଛନ୍ତି । କାନ ପାଖରେ ତାଙ୍କର ଗୋଟିଏ ଧଳା ଦାଗ ରହିଛି ଏହି ଦାଗକୁ ନେଇ କଥୋପକଥନ କରୁଛନ୍ତି । ଏହା ସହିତ କହୁଛନ୍ତି ଯେ ଏହା ସଂପୂର୍ଣ୍ଣ ଭାବରେ ଭଲ ହେଲେ ତାଙ୍କ ଘରେ ରହିବେ ନଚେତ ନାହିଁ । ତାଙ୍କ ବଡ ଯା’ ଏବଂ ତାଙ୍କ ଦେଢସୁର କହୁଛନ୍ତି ଯେ ଭଲ ହେଲେ ଘରେ ପାଦ ରଖିବେ ନ ହେଲେ ନାହିଁ ।

ତେବେ ବିବାହ ପୂର୍ବରୁ କହୁଥିଲେ ଯେ ଏହିଭଳି ଚିହ୍ନ ରହିଥିଲେ ମଧ୍ୟ ବିବାହ କରାଇବା । ମହିଳା ଜଣଙ୍କ ସ୍ଵାମୀ ନିଜେ ଯାଇ ଦେଖିଥିଲେ । ପରିବାର ଲୋକଙ୍କ ସହମତି ରେ ନିର୍ବନ୍ଧ ମଧ୍ୟ ହୋଇଥିଲା । ନବବୋଧୂ ଜଣଙ୍କ ରୋଷେଇ କରୁଥିଲେ ଚୂଲିରେ ମାତ୍ର ତାଙ୍କୁ ଶାଶୁଘର ଲୋକ ମନାକରିଲେ ରୋଷେଇ କରିବା ନିମନ୍ତେ ।

ବର୍ତ୍ତମାନ ଉକ୍ତ ମହିଳା ଙ୍କ ସହିତ କେହି ମଧ୍ୟ ମିଳାମିଶା କରୁ ନାହାଁନ୍ତି କି ତାଙ୍କ ସହିତ କେହି କଥା ମଧ୍ୟ ହେଉ ନାହାଁନ୍ତି । ବିବାହ ପରେ ଗୋଟିଏ ଝିଅର ସ୍ଵପ୍ନ ଥାଏ ଯେ ସେ ଶାଶୁଘରେ ନିଜ ସ୍ଵାମୀ ଙ୍କ ସ୍ତ୍ରୀ ଭାବରେ ମର୍ଯ୍ୟଦା ପାଇ ସମସ୍ତଙ୍କ ସହିତ ମିଶି ଚଳୁ । କିନ୍ତୁ ଏହି ମହିଳା ଙ୍କ ସ୍ଵପ୍ନ ଅଧା ରହିଗଲା । ବିବାହ ହେଲା ସତ କିନ୍ତୁ ତାଙ୍କର ସ୍ଵପ୍ନ ସବୁ ଭାଙ୍ଗିଗଲା ।

ଯେଉଁ ସ୍ନେହମମତା ତଥା ସନମାନ ଆଶାରେ ସେ ଶାଶୁଘରେ ପାଦ ଦେଲେ ଆଜି ସେ ସବୁ ଉଭାନ ହୋଇଯାଇଛି । ବର୍ତ୍ତମାନ ଦେଖିବାକୁ ବାକି ରହିଲା ଯେ କେବେ ସ୍ତ୍ରୀ କାନ ପାଖରୁ ଧଳା ଦାଗ ଲିଭୁଛି ଏବଂ ଯେବେ ତାଙ୍କ ଶାଶୁଘର ଲୋକେ ତାଙ୍କୁ ଆପଣାଇ ନେଉଛନ୍ତି ? ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମେର ଜଣାନ୍ତୁ ।

Leave a Reply

Your email address will not be published. Required fields are marked *