‘ଯେଉଁ ଦିନ ତୁମର ଡିଭୋର୍ସ ହେବ, ଅନୁଭବ ତୁମେ ମତେ ବାହା ହେଇଯିବ, ତୁମ ଜନ୍ମ ଦିନ ପୁରା ସ୍ପେଶାଲ କରିଦେବି…’: ଅଭିନେତ୍ରୀ Rani Panda

ବର୍ଷା ଙ୍କ ସହ ଅନୁଭବଙ୍କର ଡିଭୋର୍ସ ହେବା ପରେ ଅନୁଭବଙ୍କୁ ବାହା ହେବେ ଅଭିନେତ୍ରୀ ରାଣୀ ପଣ୍ଡା ! କଥାଟା ଟିକେ ଟିକେ ଆପଣଙ୍କୁ ଅଡୁଆ ଲାଗୁଥିବ , କିନ୍ତୁ ଆପଣ ମାନେ ଠିକ ଶୁଣିଛନ୍ତି । ଅନୁଭବଙ୍କୁ ବିବାହ କରିବାକୁ ଯାଉଛନ୍ତି ରାଣୀ ପଣ୍ଡା । ଏ କଥା ଆମେ କହୁନୁ ନିଜେ ରାଣୀ ପଣ୍ଡା କହିଛନ୍ତି ଶୁଣି ନିଅନ୍ତୁ । ଆପଣ ମାନେ ତ ପ୍ରତିଦିନ କିଛି ନା କିଛି କାରଣରୁ ଅଭିନେତ୍ରୀ ରାନୀ ପଣ୍ଡା ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ବିବାଦୀୟ ଅଭିନେତ୍ରୀ ବୋଲି ଓଡିଶାରେ ସେ ଖୁବ ପରିଚିତ ।

ତେବେ ବର୍ତ୍ତମାନ ସମୟରେ ସେହିପରି ରାଣୀଙ୍କର ଏକ ଭିଡିଓ ଖୁବ ଭାଇରାଲ ହେଉଛି ଯାହାକୁ ନେଇ ଏବେ ରାଣୀଙ୍କର ଖୁବ ଚର୍ଚ୍ଚା ଚାଲିଛି । କଥାଟା ହେଉଛି କାଲୀ ଅନୁଭବ ଙ୍କ ଜନ୍ମଦିନ ଥିବାରୁ ମଜାଳିଆ ଢଙ୍ଗରେ ଅନୁଭବ ଙ୍କୁ ଜନ୍ମଦିନ ୱିସ କରି ରାନୀ ପାଣ୍ଡା ଏବେ ଚର୍ଚାରେ । ଅନୁଭବଙ୍କୁ ବାହା ହେବାକୁ ଚାହୁଞ୍ଚନ୍ତି ରାଣୀ ପଣ୍ଡା । ଅନୁଭବ ଙ୍କୁ ଯେଉଁ ଦିନ ରାଣୀ ବାହା ହେବେ ତାଙ୍କ ବାର୍ଥଡେ ଏମିତି ସେଲିବ୍ରେଟ କରିବେ ସାରା ଓଡିଶା ଦେଖିବ ।

ଆଉ ତା’ ସହିତ ଅନୁଭବ ଙ୍କୁ କୌଣସି ବି ଅଭିଯୋଗ ହେବାକୁ ଦେବେ ନାହିଁ ବିବାଦୀୟ ଅଭିନେତ୍ରୀ ରାଣୀ ପଣ୍ଡା । ଆଉ ରାଣୀଙ୍କ ଠାରୁ ଭଲ ସ୍ତ୍ରୀ ବୋଧେ ଅନୁଭବ ଙ୍କୁ କେବେ ମିଳିବେନି ।ବୋଧ ହୁଏ ଏଥିରେ ଅନେକ ଏକମତ ହେବେ । ତେବେ ଗତକାଲି ଥିଲା ଅନୁଭବ ଙ୍କ ଜନ୍ମଦିନ, ଯାହା ପାଇଁ ୱିଶ କରିବା ପାଇଁ ଟିକେ ଲେଟ କରି ଦେଇଛନ୍ତି ଓ ସୋସିଆଲ ମିଡିଆରେ ଅନୁଭବ ଙ୍କୁ ୱିସ କରି ମଜାଳିଆ ଢଙ୍ଗରେ ନିଜ ମନର କଥା କହିଛନ୍ତି ।

ସେ ଅନୁଭବ ଙ୍କ ପାଇଁ ଗୋଟିଏ ଭିଡିଓ ମେସେଜ କରିଛନ୍ତି ଓ ମଜାଳିଆ ଢଙ୍ଗରେ ଅନୁଭବ ଙ୍କୁ ୱିସ କରିଛନ୍ତି । ସେ କହିଛନ୍ତି କି ଯଦି ଅନୁଭବ ତୁମର ଡିଭୋର୍ସ ହେଇଯାଏ ତ ମୁଁ ତୁମକୁ ବାହା ହେବି । ମୁଁ ତୁମକୁ ବହୁତ ଖୁସିରେ ରଖିବି ଓ ତୁମ ଜନ୍ମଦିନ ବହୁତ ଭଲ ଭାବେ ପାଳନ କରିବି । ଓଡିଶା ବାସୀ ଏ କଥା ଦେହକୁ ନିଅନ୍ତୁ ନାହିଁ ।

ଏହା ସହିତ ସେ ଅନୁଭବ ଙ୍କୁ ଜନ୍ମଦିନର ଶୁଭ କାମନା ଜଣେଇ କହିଛନ୍ତି ଭଗବାନ ଙ୍କୁ ଡାକିବି ସବୁବେଳେ ସେ ଖୁସିରେ ରୁହନ୍ତୁ ତାଙ୍କ ଭବିଷ୍ୟତ ଉଜ୍ବଳ ହେଉ । ରାଣୀ ପଣ୍ଡା ଜଣେ ବହୁତ ଭଲ ହୃଦୟର ଲୋକ । ଯଦିଓ ବେଳେ ବେଳେ ସୋସିଆଲ ମିଡିଆରେ କେବେ କେବେ ଗାଳି ଗୁଲଜ କରି ଦିଅନ୍ତି ହେଲେ ମନରୁ ସେ ସଫା ହୃଦୟର ବୋଲି ସମସ୍ତେ ଜାଣନ୍ତି । ତାଙ୍କୁ ନେଇ ସବୁବେଳେ ସୋସିଆଲ ମିଡିଆରେ ଚର୍ଚା ହୋଇଥାଏ ? ତେବେ ଆପଣ ମାନେ ଏଥିରେ କଣ କହିବାକୁ ଚାହିଁବେ ନିଶ୍ଚୟ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *