ସ୍ତ୍ରୀ ଓ ପୁରୁଷ ମିଳନର ସୁଖ ଅଧିକ କାହାକୁ ମିଳିଥାଏ ! ସ୍ତ୍ରୀ ନା ପୁରୁଷକୁ…

ଆଜି ଆମେ ଆପଣଙ୍କ ପାଇଁ ଏମିତି ଏକ ପୌରାଣିକ ବିଷୟ ଆଣିଛୁ ଯାହାକୁ ଶୁଣି ଆପଣ ମାନଙ୍କୁ ଏମିତି ଏକ ପ୍ରଶ୍ନର ଉତ୍ତର ମିଳିଯିବ, ଯାହାକୁ ସମସ୍ତ ସ୍ତ୍ରୀ ଓ ପୁରୁଷ ଜାଣିବାକୁ ଚହାଁନ୍ତି । ତାହା ହେଉଛି ସ୍ତ୍ରୀ ଓ ପୁରୁଷ ମିଳିନ ସମୟରେ ମିଳନର ସୁଖ କାହାକୁ ଅଧିକ ମିଳିଥାଏ । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ପୌରାଣିକ କଥା ବିଷୟରେ । ଦିନେ ଯୁଧିଷ୍ଟିର ଭୀମଙ୍କୁ ପଚାରିଲେ ମୋ ମନରେ ବହୁତ ଦିନ ହେବ ଏହି ପ୍ରଶ୍ନ ଅଛି ଯାହାର ଉତ୍ତର ଆଜି ପର୍ଯ୍ୟନ୍ତ ମତେ ମିଳିଲା ନାହିଁ । ତାହା ହେଉଛି ସ୍ତ୍ରୀ ଓ ପୁରୁଷଙ୍କ ମିଳିନରେ କାହାକୁ ଅଧିକ ସୁଖ ମିଳିଥାଏ ।

ଭୀଷ୍ମ ଏହାର ଉତ୍ତର ଦେଇ ଏକ କାହାଣୀ ଶୁଣାଇ କହିଲେ, ବହୁତ ସମୟ ପୂର୍ବେ ଭଙ୍ଗସ୍ଵନା ନାମରେ ଜଣେ ବୀର ରାଜା ଥିଲେ । ଯାହାର କୌଣସି ସନ୍ତାନ ନଥିଲେ । ପୁତ୍ରପ୍ରାପ୍ତି ପାଇଁ ରାଜା ଅଗ୍ନି ଅଷ୍ଟମୀ ଯଜ୍ଞ କରାଇଲେ । ଯେଉଁଥିରେ କେବଳ ଅଗ୍ନି ଦେବତାଙ୍କ ଆରାଧନା କରାଯାଇଥାଏ । ଯାହାଦ୍ୱାରା ଇନ୍ଦ୍ରଙ୍କୁ ଅପମାନ ହେଲା । ଏହା ଫଳରେ ଇନ୍ଦ୍ର ଭଙ୍ଗସ୍ଵନା ରାଜାଙ୍କୁ ବୁଦ୍ଧି ଶିଖାଇବାର ମଉକା ଖୋଜିଲେ ।

ଦିନେ ଭଙ୍ଗସ୍ଵନା ରାଜା ଶିକାରରେ ଯାଉଥିଲେ । ଇନ୍ଦ୍ର ସେହି ସମୟରେ ରାଜାଙ୍କୁ ସମୋହିତ କରିଦେଲେ । ସମୋହିତ ହୋଇ ରାଜା ଜଙ୍ଗଲରେ ଘୁରି ବୁଲିଲେ । ଭୋକ ଶୋଷରେ ରାଜା ଏକ ନଦୀ କୂଳରେ ଯାଇ ବସିଲେ । ସେ ସେଠାରେ ହାତ ମୁହଁ ଧୋଇ ପାଣି ପିଇଲେ । ରାଜା ଗାଧୋଇବା ପାଇଁ ଯେତେବଳେ ନଦୀ ମଧ୍ୟରେ ପଶିଲେ ସେ ଦେଖିଲେ ତାଙ୍କ ଶରୀର ପରିବର୍ତ୍ତନ ହେବାକୁ ଲାଗୁଛି । ଧୀରେ ଧୀରେ ସେ ଏକ ସ୍ତ୍ରୀ ରୂପରେ ପରିବର୍ତ୍ତନ ହୋଇଗଲେ । ଏହା ଦେଖି ରାଜା ଜଙ୍ଗଲ ମଧ୍ୟରେ ବହୁତ ଜୋର ସେ କାନ୍ଦିବାକୁ ଲାଗିଲେ ।

ରାଜାଙ୍କ ମନରେ ଏହା ଥିଲା ଯେ, ସେ ଏହି ରୂପରେ ନିଜ ରାଜ୍ୟକୁ କେମିତି ରାଜୁତି କରିବେ । ଅଗ୍ନି ଅଷ୍ଟମୀ ଯଜ୍ଞ ଦ୍ଵାରା ତାଙ୍କର ୧୦୦ ପୁତ୍ର ଜନ୍ମ ହୋଇଥିଲେ । ସେ ତାଙ୍କ ପୁତ୍ର ଓ ସ୍ତ୍ରୀ ମାନଙ୍କୁ କେମିତି ମୁହଁ ଦେଖାଇବେ । ଏହା ଭାବି ସେ କାନ୍ଦିବାକୁ ଲାଗିଲେ । ସମୋହନ ହଟିଯିବା ପରେ ରାଜା ତାଙ୍କ ରାଜ୍ୟରେ ପହଞ୍ଚିଲେ । ଏହା ପରେ ତାଙ୍କୁ ସମସ୍ତେ ଦେଖି ଆଶ୍ଚର୍ଯ୍ୟ ହୋଇଥିଲେ ।

ରାଜା କହିଲେ ମୁ ରାଜ୍ୟକୁ ସମ୍ଭାଳିବାର ଯୋଗ୍ୟ ନୁହେଁ । ମୁ ଜଙ୍ଗଲକୁ ଯାଉଛି ବାକି ଜୀବନ ମୁଁ ସେଠାରେ ଅତିବାହିତ କରିବି । ସେ ଜଙ୍ଗଲକୁ ଯାଇ ଏକ ତପସ୍ଵୀଙ୍କ ପାଖରେ ରହିବାକୁ ଲାଗିଲେ । ସ୍ତ୍ରୀ ରୂପ ଦେଖି ତପସ୍ଵୀ ମୋହିତ ହେବାକୁ ଲାଗିଲେ । ଏହା ପରେ ରାଜା ସ୍ତ୍ରୀ ରୂପରେ ପୁତ୍ର ଜନ୍ମ କରିଲେ । ଏହି ପୁତ୍ର ମାନଙ୍କୁ ନେଇ ସେ ନିଜ ମହଲର ପୁତ୍ର ମାନଙ୍କ ସହ ମିଶାଇ କହିଲେ ତମେ ମାନେ ରାଜ୍ୟକୁ ସମ୍ଭାଳ ।

ହେଲେ ଏହା ମଧ୍ୟ ଇନ୍ଦ୍ର ସହି ପାରିଲେ ନାହିଁ । ଇନ୍ଦ୍ର ରାଜାଙ୍କ ପୁଅ ମାନଙ୍କ ମଧ୍ୟରେ କଳହ ଲଗାଇବାକୁ ଲାଗିଲେ । ରାଜାଙ୍କ ପୁଅ ମାନେ ପରସ୍ପରକୁ ମାରିଦେଲେ । ଏହା ଶୁଣି ରାଜା କାନ୍ଦିବାକୁ ଲାଗିଲେ, ସେହି ସମୟରେ ଇନ୍ଦ୍ର ପ୍ରକଟ ହୋଇ କହିଲେ । ଦେଖିଲ ରାଜା ତମେ ମୋତେ ଅପମାନ କରିଲ ଏହା ଥିଲା ତାର ପରିଣାମ । ଏହା ପରେ ରାଜା ଇନ୍ଦ୍ରଙ୍କୁ କ୍ଷମା ପାର୍ଥନା କରିଲେ ।

ଇନ୍ଦ୍ର ପ୍ରସନ୍ନ ହୋଇ ରାଜାଙ୍କୁ କହିଲେ ମୁ ତୁମର ଗୋଟିଏ ରୂପରେ ଜନ୍ମ ହୋଇଥିବା ପୁଅ ମାନଙ୍କୁ ଫେରାଇ ଆଣିବି ତମେ କୁହ ସ୍ତ୍ରୀ ରୂପର ପୁଅ ମାନଙ୍କୁ ନା ତମର ପୁରୁଷ ରୂପର ପୁଅ ମାନଙ୍କୁ । ରାଜା ଏହା ଶୁଣି ସ୍ତ୍ରୀ ରୂପର ପୁଅ ମାନଙ୍କୁ ଫେରାଇ ଆଣିବା ପାଇଁ କହିଥିଲେ । ଏହା ପରେ ଇନ୍ଦ୍ର ତାଙ୍କ ଉପରେ ଅଧିକ ପ୍ରସନ୍ନ ହୋଇ ରାଜାଙ୍କୁ ପୁଣି ପୁରୁଷ କରିବା ପାଇଁ ଚାହିଁଥିଲେ, ହେଲେ ରାଜା ମନା କରି ଦେଇଥିଲେ ଓ କହିଥିଲେ କି ମୁଁ ସ୍ତ୍ରୀ ରୂପରେ ବହୁତ ଖୁସିରେ ଅଛି ।

ଇନ୍ଦ୍ର କାରଣ ପଚାରିବାରୁ ସେ କହିଥିଲେ ସ୍ଵାମୀ ସ୍ତ୍ରୀ ମିଳନର ସବୁଠୁ ଅଧିକ ସୁଖ ଓ ଆନନ୍ଦ ସ୍ତ୍ରୀ କି ମିଳିଥାଏ । ମୁଁ ପୁରୁଷ ହୋଇ ଯେଉଁ ସୁଖ ପାଇଲିନି ତାହାକୁ ସ୍ତ୍ରୀ ହୋଇପାଇବାକୁ ଚାହୁଁଛି । ଏହାର ଅର୍ଥ ହେଉଛି ସ୍ତ୍ରୀ ଓ ପୁରୁଷ ମିଳନରେ ସବୁଠାରୁ ଅଧିକ ସୁଖ ଓ ଆନନ୍ଦ ସ୍ତ୍ରୀ ମାନଙ୍କୁ ହିଁ ମିଳିଥାଏ ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *