ମୃତ ସ୍ତ୍ରୀ ସହ 3 ରାତି, ସ୍ତ୍ରୀ ଶବ ପାଖରେ ବ୍ରେଡ ଓ ପାଣି ରଖୁଥିଲେ ସ୍ୱାମୀ Vijay ଆଉ କହୁଥିଲେ ତୋ ପାଇଁ ଆଣିଛି ଖାଇଦେ, ନହେଲେ…

ନମସ୍କାର ବନ୍ଧୁଗଣ ତେବେ ଅସୁରକ୍ଷିତ ହୋଇ ପଡ଼ିଛି ରାଜଧାନୀ ଭୁବନେଶ୍ୱର । ଦିନକୁ ଦିନ ହତୟଆ, ଲୁଟ ପରି ଅପରାଧିକ ମାମଲା ବଢ଼ିବାରେ ଲାଗିଛି । ଏହି କ୍ରମରେ ଆଜି ରାଜଧାନୀ ରେ ଏକ ଡବଲ ମଅର୍ଡଅର ଦେଖିବାକୁ ମିଳିଛି । ରାଜଧାନୀର ଚନ୍ଦ୍ରଶେଖର ପୁର ହାଉସିଂବୋର୍ଡ କଲୋନୀରେ ଏହି ଅଘଟଣ ଘଟିଛି । ଏକ ସରକାରୀ ମେଡିକାଲ କଲେଜ ନିକଟସ୍ଥ ଏକ ଘର ଭିତରୁ ଦୁଇ ଜଣଙ୍କ ମୃତଦେହ ଉଦ୍ଧାର କରା ଯାଇଛି ।

ତେବେ ଜଣାପଡ଼ିଛି ଯେ, ଚନ୍ଦ୍ରଶେଖର ପୁରର ପ୍ଲଟ ନମ୍ବର ଇଡବ୍ଲ୍ୟୁଏସ-୨୩/୨ରୁ ଦୁଇ ଭଉଣୀଙ୍କ ମୃତଦେହ ଉଦ୍ଧାର କରା ଯାଇଛି । ହତୟଆ ସନ୍ଦେହରେ ମୃତ ମହିଳାଙ୍କ ସ୍ୱାମୀ ବିଜୟ ସେଠୀଙ୍କୁ ଥାନାରେ ଅଟକ ରଖା ଯାଇଛି । ତେବେ ପାରିବାରିକ ହିଂସା କାରଣରୁ ଏହି ହତୟଆକାଣ୍ଡ ଘଟାଇ ଥିବା କହିଛନ୍ତି ଅଭିଯୁକ୍ତ ବିଜୟ । ତେବେ କେଉଁ କାରଣ ପାଇଁ ବିଜୟ ନିଜର ସ୍ତ୍ରୀ ଓ ଶାଳୀଙ୍କୁ ହତୟଆ କଲେ ସେନେଇ ସବିଶେଷ ସୂଚନା ମିଳିପାରି ନାହିଁ ।

ତେବେ ମୃତକ ଦ୍ୱୟଙ୍କ ବାପା ସୁଦାମ ସେଠୀଙ୍କ କହିବା ଅନୁଯାୟୀ, ବିଜୟ ଦୁଇ ଦିନ ତଳୁ ସେମାନଙ୍କୁ ହତୟଆ କରି ସାରିଛି । ନିଜେ ବିଜୟ ତାଙ୍କୁ ଏହି କଥା କହିଥିବା ସେ କହିଛନ୍ତି । ତେବେ ପୁଲିସ୍ ପକ୍ଷରୁ ଏନେଇ କୌଣସି ସୂଚନା ଦିଆଯାଇନାହିଁ । ପୁଲିସ୍ ଉକ୍ତ ଘରକୁ ସିଲ୍ କରିଛି । ପୁଲିସ୍ ଓ ସାଣ୍ଟିଫିକ୍ ଟିମ୍ ପହଞ୍ଚି ଯାଞ୍ଚ କରିବା ପରେ ଅଧିକ ସୂଚନା ମିଳିପାରିବ ।

ସୁଦାମ ସେଠୀଙ୍କ କହିବା ଅନୁଯାୟୀ, ଦୁଇ ଦିନ ହେଲା ଦୁଇ ଝିଅଙ୍କ ମୋବାଇଲ୍‌ ଫୋନ୍ ସୁଇଚ୍‌ ଅଫ୍ ଦେଖାଉଥିଲା । ବିଜୟଙ୍କ ଫୋନ୍ ଲାଗୁଥିଲା । କିନ୍ତୁ ସେ ଫୋନ୍ ଉଠାଉ ନଥିଲା । ସେଥିପାଇଁ ସେମାନଙ୍କର ସନ୍ଦେହ ହୋଇଥିଲା । କାରଣ ବିଜୟ କଳହ ପ୍ରକୃତିର ଲୋକ । ପୁଣି ସେ ଅନେକ ସମୟରେ ତାଙ୍କ ପତ୍ନୀଙ୍କୁ ମାରି ଦେବେ ବୋଲି ଧମକ ଦେଇଥିଲେ । ତେବେ ସ୍ତ୍ରୀ କୁ ସକାଳ ଖାଇବାରେ ବ୍ରେଡ଼ ପସନ୍ଦ ଥାଏ ତେଣୁ ସେ ସକାଳୁ ସକାଳୁ ଜଳଖିଆ ରେ ନିଜ ସ୍ତ୍ରୀ ର ଶବ ପାଖରେ ବ୍ରେଡ଼ ରଖି ଦେଇ ଯାଆନ୍ତି ।


ତେବେ ପୁଣି ସଞ୍ଜରେ ମଧ୍ୟ ଖାଦ୍ୟ ରଖି ଦିଅନ୍ତି । ତେବେ ସେଦିନ ବି ସେ ବ୍ରେଡ଼ ରଖିବାକୁ ଆସିବା ସମୟରେ ତାଙ୍କ ଶ୍ବଶୁର ତାଙ୍କୁ ଧରି ଦେଇଥିଲେ ଏବଂ ସ୍ଥାନୀୟ ଲୋକ ମଧ୍ୟ ତାକୁ କାବୁ କରି ନେଇଥିଲେ ପରେ ସେ ନିଜ ସ୍ତ୍ରୀ ଓ ଶାଳୀ କୁ ମାରିଛନ୍ତି ବୋଲି ମାନି ଯାଇଥିଲେ । ତେବେ ସ୍ତ୍ରୀ ଆଉ ଶାଳୀ ମୋତେ ନିର୍ଯାତନା ଦେଉଥିଲେ । ସେଥିପାଇଁ ଦୁଇଜଣଙ୍କୁ ମାରିଦେଲି ବୋଲି ପୁଲିସ ଆଗରେ କହିଛି ଅଭିଯୁକ୍ତ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *