‘2 ବର୍ଷ ଧରି ମଜା ନେଲା, ଟଙ୍କା ଲୁଟିଲା ବୁଲେଇ ବୁଲେଇ ଛାଡିଦେଲା, ଆଉ ଏବେ ସେ…’ ଦେଖନ୍ତୁ ଅଭିନେତା Suman ଙ୍କ ବିଷୟରେ କଣ କହୁଛନ୍ତି ଏହି ଅଭିନେତ୍ରୀ, ଦେଖନ୍ତୁ Video

ହ୍ୟାଣ୍ଡସମ ଷ୍ଟାଇଲିସ ଲୁକ୍ ତାହା ସହିତ ଚିକ୍କଣ କଥା ମନ ମୋହୀ ନେଇଥିଲା ଅଭିନେତ୍ରୀଙ୍କର ଏହି ଟୋକା । ଆପଣ ବି ଭାବି ପାରନ୍ତି ମୋର ଏମିତି ଗୋଟେ ବୟଫ୍ରେଣ୍ଡ ଥାନ୍ତା କି । ହେଲେ ବନ୍ଧୁଗଣ ଏହି ଯୁବକଙ୍କ ବିଷୟରେ ଜାଣିଲେ ଆପଣ ପ୍ରେମକୁ ଦୂରରୁ ଜୁହାର କରିବେ । ଅଭିନୟ କରୁ କରୁ ବାସ୍ତବ ଜୀବନରେ ମଧ୍ୟ ପ୍ରେମର ଅଭିନୟ କରିଦେଲେ । ଲିଭ-ଇନ ରିଲେସନରେ ରହିଲେ ପ୍ରତାରଣା କରିଲେ ଟଙ୍କା ବି ନେଲେ ଆଉ ଦୁଇ ବର୍ଷ ପରେ ଯେତେବେଳେ ମନ ଛାଡିଗଲା ସେତେବେଳେ ଛାଡି ଦେଲେ ରାସ୍ତାକୁ ।

ଏହା ପରେ ଅଭିନେତ୍ରୀ ପ୍ରତିଶୋଧ ନେବା ପାଇଁ ଆଉ ନ୍ୟାୟ ମାଗିବା ପାଇଁ ଏବେ ପୋଲିସ ଥାନାର ଦ୍ଵାରସ୍ଥ ହୋଇଛନ୍ତି । ସେ ଅଭିଯୋଗ ଆଣିଛନ୍ତି ଏହି ଓଡିଆ ଧାରାବାହିକ ଅଭିନେତା ଏମ, ସୁମନ କୁମାରଙ୍କ ନାଁରେ । ସୁମନଙ୍କୁ ପୋଲିସ ଗିରଫ କରିଛି ତେବେ ଜଣେ ଅଭିନେତ୍ରୀଙ୍କ ଅଭିଯୋଗ ଆଧାରରେ ପୋଲିସ ସୁମନଙ୍କୁ ଗିରଫ କରିଛି । ଅଭିନେତ୍ରୀ ଜଣକ କହିଛନ୍ତି-‘ସୁମନଙ୍କ ଆଉ ମୋର ସମ୍ପର୍କକୁ ଦୁଇ ବର୍ଷ ହୋଇଯିବ ସେ ମୋ ସହ ପ୍ରେମ ସମ୍ପର୍କ ରଖିଥିଲେ ।

ଆମେ ଦୁଇ ଜଣ ଭଲ ପାଇବା ପରେ ଲିଭ-ଇନ ରିଲେସନରେ ରହୁଥିଲୁ । ଆମେ ଦୁଇଜଣ ଏକାଠି ମଧ୍ୟ ଥିଲୁ । କିନ୍ତୁ ଏହି କିଛି ଦିନ ହେବ ସୁମନ ଅଲଗା ଝିଅଙ୍କ ସହ ଅଫେୟାର ରଖିଛନ୍ତି ଆଉ ମୋତେ ଇଗନୋର କରିଛନ୍ତି । ସେ ସବୁବେଳେ ମୋତେ ବିବାହ କରିବେ ବୋଲି ପ୍ରତିଶ୍ରୁତି ଦେଇ ମୋ ସହ ସମ୍ପର୍କ ରଖିଥିଲେ କିନ୍ତୁ ଏବେ ସେ କହୁଛନ୍ତି ମୋର ତୋ ସହ ବିବାହ କରିବାର ନାହିଁ ।

ଏବେ ସେ ମୋ ସହ ମିଛ ପ୍ରତାରଣାର ଖେଳ ଖେଳୁଛନ୍ତି । ସେ ଗତ 23 ତାରିଖରୁ ମୋତେ ଇଗନୋର କରି ଆମେ ଯେଉଁଠି ରହୁଥିଲି ସେ ଘରକୁ ଆସୁ ନାହାନ୍ତି । ତାଙ୍କୁ ଭିତିରିଆ ବି କିଛି ଲୋକ ସପୋର୍ଟ କରୁଛନ୍ତି ହେଲେ ଯାହା ବି ହେଉ ମୁଁ ଜାଣିଛି ମୁଁ ଠିକ ରାସ୍ତାରେ ଅଛି । ମୁଁ ତାଙ୍କ ଲାଇଫକୁ ଆସିଲି ଯେତେବେଳେ ତାଙ୍କ ଲାଇଫରେ ବହୁତ ଅସୁବିଧା ଥିଲା ଆଉ ମୁଁ ତାଙ୍କୁ ବହୁତ ସହଯୋଗ କରିଛି । ସେ ଗାଡି ପାଇଁ ମୋ ଠାରୁ 2 ଲକ୍ଷ ଟଙ୍କା ନେଇଥିଲେ । ତାହା ପୂର୍ବରୁ ବି ସେ ଗୋଟେ ବୁଲେଟ କିଣି ଥିଲେ ତା ପାଇଁ ବି ମୋ ଠାରୁ ଲକ୍ଷ ଦୁଇ ଲକ୍ଷ ନେଇଛନ୍ତି ।

ତା ପରେ ସେ ମୋ ଠାରୁ ଫୋନ ପେ ଓ କ୍ୟାସ ମାଧ୍ୟମରେ ଦୁଇ ଲକ୍ଷ ଟଙ୍କା ନେଇଛନ୍ତି । ଆଉ ମୋ ପାଖରେ ସବୁ ପ୍ରମାଣ ଅଛି’ । ଦୁଇ ବର୍ଷ ହେବ ଭୁବନେଶ୍ବର ହଂସପାଳରେ ଉଭୟ ଲିଭ-ଇନ ରିଲେସନରେ ରହିଥିଲେ । ସୁମନ ମଜା ଆଉ ଟଙ୍କା ଲୁଟିବା ପରେ ଅଭିନେତ୍ରୀଙ୍କୁ ଛାଡି ଦେଇଛନ୍ତି । ତେବେ ପୋଲିସ ସୁମନଙ୍କୁ ଗିରଫ କରି ଏବେ କୋର୍ଟ ଚାଲାଣ କରିଛି । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *