ସ୍ତ୍ରୀ ଙ୍କ ପ୍ରେମରେ ଯାଜପୁରରେ ସ୍ଵାମୀ ଗଢିଦେଲେ ଆଉ ଏକ ତାଜମହଲ ! ତୋଳିଦେଲେ ପ୍ରେମର ପ୍ରତୀକ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ପୁଣି ଗଢା ହେଲା ନୂଆ ଏକ ତାଜମହଲ । ଯେଉଁଠାରେ ଜଣେ ସ୍ଵାମୀ ନିଜ ସ୍ତ୍ରୀଙ୍କ ପ୍ରତି ଥିବା ଅଗାଢ ଭଲ ପାଇବା ଓ ସ୍ନେହରେ ଗଢି ଦେଇଛନ୍ତି ପ୍ରେମର ପ୍ରତୀକ ରୂପେ ଏକ ବିଶାଳ ମନ୍ଦିର । ହଁ ବନ୍ଧୁଗଣ ସୂଚନା ଅନୁସାରେ ସ୍ତ୍ରୀଙ୍କ ପାଇଁ ଗଢାଇଦେଲେ ୭ କୋଟି ରୁ ଉର୍ଦ୍ଧ ଟଙ୍କାର ଏକ ମ’ ସନ୍ତୋଶୀ ମନ୍ଦିର । ତେବେ ଯାଜପୁର ବିଞ୍ଝାଣା ପୁର ବ୍ଲକ ଚିକନାଗ୍ରାମରେ ଏପରି କିଛି ଦୃଶ୍ୟ ଦେଖିବାକୁ ମିଳିଛି ।

ତେବେ କଥାରେ ସ୍ଵାମୀ ଓ ସ୍ତ୍ରୀ ମଧ୍ୟରେ ଥିବା ସମ୍ପର୍କ ହେଉଛି ସବୁଠାରୁ ନିବିଡ ସମ୍ପର୍କ । ଜଣେ ସ୍ଵାମୀ ତାଙ୍କ ସ୍ତ୍ରୀକୁ ଛୋଟ କିମ୍ବା ବଡ କିଛି ନା କିଛି ଉପହାର ନିଜର ବିବାହ ପରେ ନିହାତି ଭାବରେ ଦେଇଥାଏ । ତେବେ ସେହିପରି କ୍ଷେତ୍ରବାସୀ ଲେଙ୍କା ନାମକ ସ୍ଵାମୀ ତାଙ୍କ ସ୍ତ୍ରୀ ବୈଜନ୍ତି ଲେଙ୍କା ପାଇଁ ଏହିପରି କିଛି ଉପହାର ଗଢିଦେଇଛନ୍ତି । ତେବେ କ୍ଷେତ୍ରବାସୀଙ୍କ କହିବା ଆଧାରରେ ଯେତେବେଳେ ମୁଁ ତାଙ୍କୁ ବିବାହ କରିଥିଲି ।

ସେତେବେଳୁ ହିଁ ମୋର ଧର୍ମପତ୍ନୀ ମା’ ସନ୍ତୋଶୀଙ୍କର ବହୁତ ବଡ ଭକ୍ତ ଥିଲେ । ତେଣୁ ତାଙ୍କ ପାଇଁ ଉପହାର ସ୍ୱରୂପ ଗ୍ରାମରେ ଏକ ସନ୍ତୋଶୀ ମା’ ମନ୍ଦିର ଗଢାଇ ଦେବି ବୋଲି କହିଥିଲି । ହେଲେ ମୁଁ ହାଇଦ୍ରାବାଦରେ ରହି କାମ କରିଥାଏ । ତେବେ ସ୍ତ୍ରୀଙ୍କର ଇଛାକୁ ପୂରଣ କରିବାକୁ ଯାଇ ଗ୍ରାମରେ ୭ କୋଟିରୁ ଉର୍ଦ୍ଧ ଟଙ୍କା ଖରଚ କରି ଧୀରେ ଧୀରେ କରି ମନ୍ଦିରଟିର ଗଢି ତୋଳାଇଦେଲି ।

ଯେଉଁଠାରେ ମୁଖ୍ୟ ଦେବୀ ରୂପେ ମା’ ସନ୍ତୋଶୀଙ୍କର ପୂଜା କରିବା ସହ ପାର୍ଶ୍ଵଦେବାଦେବୀ ରୂପେ ଅନ୍ୟ ଦେବାଦେବୀଙ୍କୁ ମଧ୍ୟ ପୂଜା କରିବାର ବ୍ୟବସ୍ଥା ରଖାଯାଇଛି । ତେବେ ଏହି ମନ୍ଦିରଟି ଗଢିବା ପାଇଁ ପାଖାପାଖି ୧୫ ବର୍ଷ ସମୟ ଲାଗିଯାଇଛି । ତେବେ ନିଜ ସ୍ତ୍ରୀଙ୍କର ଇଛାକୁ ପୂରଣ କରିବାକୁ ଯାଇ ହାଇଦ୍ରାବାଦ ଠାରେ ରହୁଥିବା ଶିଳ୍ପପତି କ୍ଷେତ୍ରବାସୀ ନାମକ ସ୍ଵାମୀ ଏକ ମନ୍ଦିର ତୋଳି ନିଜ ସ୍ତ୍ରୀଙ୍କୁ ଉପହାର ଭେଟି ଦେଇଛନ୍ତି ।

ଯାହା ସ୍ଵାମୀ ଓ ସ୍ତ୍ରୀ ମଧ୍ୟରେ ରହିଥିବା ପ୍ରବିତ୍ର ପ୍ରେମର ପ୍ରତିକେ ରୂପେ ମଧ୍ୟ ବିବେଚନା କରାଯାଇପାରେ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ନୂଆ ପୋଷ୍ଟ ପଢିବାକୁ ଚାହୁଁଥିଲେ । ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *