‘ମୋ ସ୍ତ୍ରୀ ଟୋକାଙ୍କ ସହ ହୋଟେଲ ଯାଇ ଟଙ୍କା ଆଣୁଥିଲା, ଏବେ କାହା ସହ ପଳେଇଛି ..’ ସ୍ତ୍ରୀ ନାଁରେ ସ୍ଵାମୀ ଯାହା କହିଲେ ଶୁଣିଲେ ଆପଣଙ୍କ ହୋସ ଉଡିଯିବ, ଦେଖନ୍ତୁ Video

ବନ୍ଧୁଗଣ ପ୍ରେମ କରି ଜଣେ ବ୍ୟକ୍ତି ଓ ମହିଳା ପରସ୍ପର ସହ ବିବାହ କରିଥିଲେ ଘରେ ୭ ବର୍ଷର ପୁଅ ଅଛି । ଘରେ ସ୍ଵାମୀ ଅଛନ୍ତି ଆଉ ଶାଶୁ ବି ଅଛନ୍ତି ହେଲେ ସ୍ତ୍ରୀ ଅନ୍ୟ ପୁରୁଷ ସହ ଫେରାର ହୋଇଯାଇଛନ୍ତି । ଏପରି କିଛି ଅଭିଯୋଗ କରି ସାମନାକୁ ଆସିଛନ୍ତି ସ୍ଵାମୀ ଏବଂ ଶାଶୁ । ସ୍ଵାମୀ ଅଭିଯୋଗ କରି ସିଧା ସଳଖ କହୁଛନ୍ତି ସ୍ତ୍ରୀ ଯେଉଁଠି ଅଛି ଫେରି ଆସୁ । ସ୍ଵାମୀ ଗଣମାଧ୍ୟମ ସାମ୍ନାକୁ ଆସି ନିଜ ଦୁଃଖ ପ୍ରକାଶ କରିଛନ୍ତି ।

ସ୍ଵାମୀଙ୍କ କହିବା ମୁତାବକ-‘ଆଜ୍ଞା ମୋ ସ୍ତ୍ରୀର କାହା ସହ କଣ ସମ୍ପର୍କ ଥିଲା ସେ ବିଷୟରେ ତ ମୁଁ କିଛି ଜାଣି ନାହିଁ । ହେଲେ ସ୍ତ୍ରୀ ଫେରାର ହେବା ପରେ ମୁଁ ଯାହା ଖବର ପାଇଲି ମୋ ସ୍ତ୍ରୀର ନେଚର ଖରାପ ଥିଲା ବହୁତ ଟୋକାଙ୍କ ସହ ସେ ପାର୍କରେ ବୁଲୁ ଥିଲା ଆଉ ଅଲଗା କୁଆଡେ କଣ କରୁଥିଲା ସେ ସବୁ ମୋତେ ଖବର ଆସିଲା । ତ ସେ ଯାହା ବି ହେଇ ଥାଉ ମୋ ସ୍ତ୍ରୀ ମୋ ପୁଅ ପାଇଁ ଫେରୁ ।

ମୋ ସ୍ତ୍ରୀର ଫୋନରେ ଥିବା ଚାଟିଙ୍ଗ ଦେଖିବା ପରେ ଆମର ପାଟିତୁଣ୍ଡ ହୋଇଥିଲା । ସେହି ପାଟିତୁଣ୍ଡରେ ମୁଁ ତାର ମୋବାଇଲ ବାଡେଇ ଭାଙ୍ଗି ଦେଲି । ମୁଁ ତାକୁ କହିଲି ଚୁପ ଚାପ ରହ ତୋତେ ମୁଁ କ୍ଷମା କରିଲି ଏହା ପରେ ଆମେ ଆରମରେ ରହୁଥିଲୁ । ହେଲେ ଯେଉଁ ଦିନ ଆମେ ଯିବାର ଥିଲା ସେଦିନ ମୋର ଦେହ ଖରାପ ଥିଲା । ମୋତେ ମେଡ଼ିସିନ ଆଣି ଦେଇଛି ମୋତେ ଖାଇବାକୁ ଦେଇଛି ।

ସନ୍ଧ୍ୟା ବେଳେ ମୋତେ ଟିକେ ଭଲ ଲାଗିବା ପରେ ସେ ନିଜେ କହିଲା ଆସ ଟିକେ ବୁଲିବାକୁ ଯିବା । ମୁଁ କହିଲି ମୋତେ ଭଲ ଲାଗୁନି ତମେ, ମୋ ଭାଣିଜୀ ଆଉ ମୋ ପୁଅ ବୁଲିକି ଆସ । ହେଲେ ସେମାନେ ଗଲେ ନାହିଁ । ସନ୍ଧ୍ୟା ସମୟରେ ସେ ଘରୁ ଚାଲିଗଲା ପୁଅକୁ କହିଲା କାନ୍ଦିବୁନି ମୁଁ ତୋତେ ଦେଖା କରିବାକୁ ଆସିବି । ପଡିସା ଲୋକ ବି ତାକୁ ଦେଖିଥିଲେ ।

ସେ ଇଭେଣ୍ଟ କାମ କହି ସବୁବେଳେ ଯାଏ ହେଲେ ସେ ଟୋକାଙ୍କ ସହ ହୋଟେଲରେ ରାତି କଟେଇକି ଆସେ । ସେଇଠୁ ସେ ପଇସା ଆଣି ମୋ ଘରେ ପଇସା ଦିଏ ତେଣୁ ମୋ ଘର ଲୋକ ଜାଣନ୍ତି ଯେ, ସେ ଇଭେଣ୍ଟରୁ ଟଙ୍କା ନେଇ ଆସିଛି’ । ତା ହେଲେ ବନ୍ଧୁଗଣ ଏଭଳି ଭାବରେ ବ୍ୟକ୍ତି ଜଣକ ନିଜ ଦୁଃଖ ପ୍ରକାଶ କରିଛନ୍ତି । ତା ହେଲେ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published.