Anubhav ଙ୍କ ଖୁସି କହିଲେ ନ ସରେ…ଦେଖନ୍ତୁ Video

ବନ୍ଧୁଗଣ ଗତ କିଛି ଦିନ ହେବ ଓଡିଆ ଅଭିନେତା ତଥା କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି ସାରା ଓଡିଶାରେ ଚର୍ଚ୍ଚାରେ ରହିଛନ୍ତି । ଅନୁଭବ ଓ ବର୍ଷାଙ୍କର ପାରିବାରିକ ମାମଲା ଦୀର୍ଘ ଦିନ ଧରି ଚାଲି ଆସୁଛି । ତେବେ ଗତ କିଛି ଦିନ ତଳେ ଅନୁଭବ ନିଜର ଏକ ଭିଡିଓ ସେୟାର କରି ନିଜ ଦୁଃଖ ପ୍ରକାଶ କରିଥିଲେ । ସେହି ଭିଡିଓରେ ଅନୁଭବ ବର୍ଷାଙ୍କୁ ଭଲ ପାଇବା ତାଙ୍କର ସବୁଠାରୁ ବଡ ଭୁଲ ବୋଲି କହିଥିଲେ ।

ସେହି ଭିଡିଓଟି ଭାଇରାଲ ହେବା ପରେ ଅନେକ ବିବାଦ ସୃଷ୍ଟି ହୋଇଥିଲା । ଏମିତି କି ବର୍ଷା ଅନୁଭବଙ୍କ ବିରୋଧରେ କୋର୍ଟରେ ପିଟିସନ ଦାଖଲ କରିଥିଲେ । ଏହା ପରେ କୋର୍ଟ ରାୟ ଶୁଣାଇ କହିଥିଲା ଯେ, ଉଭୟ ବର୍ଷା-ଅନୁଭବ କେହି କାହା ବିରୋଧରେ ସୋସିଆଲ ମିଡିଆରେ କିଛି କହିପାରିବେ ନାହିଁ । ବନ୍ଧୁଗଣ ଗତ କିଛି ସମୟ ହେବ ଅନୁଭବଙ୍କର ଆଉ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଏହି ଭିଡିଓ ବିଷୟରେ ଜାଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହେବେ ଓ ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭାଇରାଲ ଭିଡିଓ ବିଷୟରେ । ବନ୍ଧୁଗଣ ଭାଇରାଲ ହେଉଥିବା ଭିଡିଓରେ ଅନୁଭବ ଖୁସିରେ କାନ୍ଦୁ ଥିବାର ନଜର ଆସୁଛନ୍ତି । ଅନୁଭବଙ୍କ ଖୁସି ଆପଣ ମାନେ ଏହି ଭିଡିଓରେ ଦେଖି ପାରୁଥିବେ ଆଉ ଏହି ଖୁସିର କାରଣ ବିଷୟରେ ଜାଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହେବେ ।

ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶନୀଙ୍କ ପାରିବାରିକ ବିବାଦ ମାମଲାରେ ଅନୁଭବଙ୍କ ପିଟିସନକୁ ଗ୍ରହଣ କରିଛନ୍ତି ଏସଡିଜିଏମ କୋର୍ଟ । ପୈତୃକ ଘର ଛାଡିବା ପାଇଁ ଅନୁଭବ ମହାନ୍ତି ଆବେଦନ କରିଥିଲେ ତାକୁ କୋର୍ଟ ଗ୍ରହଣ କରିଛନ୍ତି । ଏବେ ନିଜ ଶଶୁର ଘର ଛାଡିବେ ବର୍ଷା ପ୍ରିୟଦର୍ଶନୀ ଅର୍ଥାତ ଏବେ ଅନୁଭବଙ୍କ ଘର ଛାଡିବାକୁ ବର୍ଷାଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ଅନୁଭବ ନିଜ ପୈତୃକ ଘରକୁ ଛାଡି ନିଜ ସଂପୂର୍ଣ୍ଣ ପରିବାର ସହ ଭଡା ଘରେ ରହୁଥିବା କଥା ଦୀର୍ଘ ଦିନ ଧରି କହି ଆସିଛନ୍ତି । ଅନୁଭବ ଅଭିଯୋଗ କରି କହିଥିଲେ, ନିଜ ବାପା ମାଙ୍କ ଦେହ ଅସୁସ୍ଥ ଅଛି ଆଉ ସେ ନିଜ ଘର ଯିବାକୁ ଚାହୁଁ ଛନ୍ତି । ଏପରେ ବର୍ଷା ଏ ପର୍ଯ୍ୟନ୍ତ ନିଜ ଶଶୁର ଘରେ ରହୁଥିଲେ । ହେଲେ ଏବେ କୋର୍ଟଙ୍କ ରାୟ ଶୁଣିବା ପରେ ଅନୁଭବଙ୍କ ଘର ଛାଡିବେ ବର୍ଷା । ସେଥିପାଇଁ ଅନୁଭବ ବହୁତ ଖୁସି ନଜର ଆସୁଛନ୍ତି । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *