ଲକଡାଉନ କାରଣରୁ ସ୍ତ୍ରୀ ବାପଘରୁ ଆସି ପାରିଲାନାହିଁ ଘରକୁ ତ ସ୍ଵାମୀ କରିନେଲା ଦ୍ଵିତୀୟ ବିବାହ, ଆଉ ତା ପରେ…

ଦେଶରେ କରୋନା ଭାଇରସର ଆତଙ୍କକୁ ଅଟକାଇବା ପାଇଁ ସରକାରଙ୍କ ପକ୍ଷରୁ ଲଗାତାର ଚେଷ୍ଟା ଜାରି ଅଛି । ପୁରା ଦେଶରେ ଲକଡାଉନ ଲାଗୁ ଅଛି । ଲୋକଙ୍କୁ ଘରେ ରହିବା ପାଇଁ ଅପିଲ କରା ଯାଉଛି । କିନ୍ତୁ ଏମିତି କିଛି ଲୋକ ଅଛନ୍ତି ଯିଏ ଏହି ଲକ ଡାଉନରେ ନିଜର ମାନମାନି କରି ସମ୍ପର୍କ ସହିତ ଖେଳୁଛନ୍ତି । ଏମିତି ହିଁ ଏକ ମାମଲା ବିହାରରୁ ଆସୁଛି । ଯେଉଁଠି ଝିଅ ନିଜ ବାପାଙ୍କ ଘରକୁ ଯାଇଥିଲା, ଏହି ସମୟରେ ଲକ ଡାଉନ ଘୋଷଣା ହେବା କାରଣରୁ ସେ ନିଜ ସ୍ଵାମୀ ଘରକୁ ଆସି ପାରିଲା ନାହିଁ । ସ୍ଵାମୀ ଡାକିବା ପରେ ବି ଯେତେବେଳେ ସେହି ମହିଳା ଆସିଲା ନାହିଁ ତେବେ ସ୍ଵାମୀ ଦ୍ଵିତୀୟ ବିବାହ କରିନେଲା ।

Google

ପୁରା ମାମଲା ପଟନା ଜିଲ୍ଲାର ଦୁଲ୍ହିନ ବଜାର ଥାନା ଅଞ୍ଚଳର ଅଟେ । ଭରତପୁରା ନିବାସୀ ଧିରଜ କୁମାରର ବିବାହ କିଛି ବର୍ଷ ପୂର୍ବେ କରପୀ ଥାନା କ୍ଷେତ୍ରର ପୁରାଣରେ ହୋଇଥିଲା । ଧିରଜ ର ସ୍ତ୍ରୀ କିଛି କାମ କାରଣରୁ କିଛି ଦିନ ପୂର୍ବେ ନିଜ ବାପାଙ୍କ ଘରକୁ ଯାଇଥିଲା । ଏହି ସମୟରେ ଲକଡାଉନ ଘୋଷଣା କରାଗଲା, ଯାହା କାରଣରୁ ସେ ଭରତପୁରା ଆସି ପାରିଲା ନାହିଁ । ଏହା ମଧ୍ୟରେ ଧିରଜ ନିଜ ପତ୍ନୀକୁ ଫେରି ଆସିବାକୁ କହିଲା ।

Google

ଲକଡାଉନ କାରଣରୁ ସ୍ଵାମୀ ଡାକିବା ପରେ ବି ଧିରଜ ର ପତ୍ନୀ ଆସି ପାରିଲା ନାହିଁ । ଏହି କଥାରେ ରାଗି ଯାଇ ଧିରଜ କୁମାର ଦ୍ଵିତୀୟ ବିବାହ କରିବାର ନିଷ୍ପତ୍ତି ନେଲା । ସେ ଖିରିମୋର ଥାନା କ୍ଷେତ୍ରର ରଘୁନାଥପୁରରେ ନିଜ ପ୍ରେମିକା ସହିତ ଦ୍ଵିତୀୟ ବିବାହ କରିନେଲା । ଏହି କଥା ଯେତେବେଳେ ଧିରଜ ର ପ୍ରଥମ ପତ୍ନୀ ଜାଣିଲା ତ ସେ ଦୁଲ୍ହୀନ ବଜାର ଥାନାରେ ଅଭିଯୋଗ ଦେଲା ।

Google

ନିଜ ସ୍ବାମୀର ଦ୍ଵିତୀୟ ବିବାହର କଥା ଜାଣି ପତ୍ନୀ ନିଜ ପତି ଓ ଶଶୁରଙ୍କ ଉପରେ ଯୌତୁକ ପ୍ରତାଡନା ଓ ଦ୍ଵିତୀୟ ବିବାହର ଆରୋପ ଲଗାଇ ଦୁଲ୍ହୀନ ବଜାର ଥାନାରେ ଏଫଆଇଆର ଦେଇଛି । ମହିଳାଙ୍କ ଅଭିଯୋଗ ପରେ ଦୁଲ୍ହୀନ ବଜାର ପୋଲିସ ପତି ଧିରଜ କୁମାରଙ୍କୁ ପଚରା ଉଚରା ପାଇଁ ଡାକିଲେ ଓ ଏହା ପରେ ତାକୁ ଜେଲ ପଠାଇ ଦିଆଗଲା । ଦେଶ ଦୁନିଆରା ସବୁ ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।

Leave a Reply

Your email address will not be published. Required fields are marked *