ପ୍ରେମିକାକୁ ଦେଖା କରିବାର ବ୍ୟାକୁଳତା ପାଇଁ ପ୍ରେମିକ ଭାଙ୍ଗିଲା ଲକଡାଉନ, ଧରା ପଡିଲାତ କହିଲା- ତାର…

ଅଷ୍ଟ୍ରେଲିଆରେ କିଛି ଏମିତି ହେଇଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି । ୩୫ ବର୍ଷୀୟ ଯୁବକ ନିଜର ଗର୍ଲଫ୍ରେଣ୍ଡକୁ ଦେଖା କରିବା ପାଇଁ ଲକ ଡାଉନର ନିୟମ ଉଲ୍ଲଂଘନ କରିଛି, ଯାହା ପରେ ଜୋନାଥନ ଡ଼େଭିଡ କୁ ଏକ ମାସର ଜେଲ ଦଣ୍ଡ ଶୁଣାଇ ଦିଆ ଯାଇଛି । ପଶ୍ଚିମ ଅଷ୍ଟ୍ରେଲିଆ ପୋଲିସ ଏକ ବୟାନ ରେ କହିଛି କି ୩୫ ବର୍ଷୀୟ ଜୋନାଥନକୁ ଲକ ଡାଉନର ଉଲ୍ଲଂଘନ କରିବା ଓ ପଳାୟନ କରିବାରୁ ଗିରଫ କରା ଯାଇଛି । ତା’କୁ ପର୍ଥ ହୋଟେଲରେ କ୍ଵାରେଣ୍ଟାଇନ କରା ଯାଇଥିଲା ।

ପର୍ଥର ମାଜିଷ୍ଟ୍ରେଟ କୋର୍ଟରେ କୁହାଯାଇଥିଲା କି ସେ ପ୍ରଥମେ ଖାଇବା ପାଇଁ ଲକଡାଉନ ନିୟମ ଉଲ୍ଲଂଘନ କରିଥିଲା ଓ କିଛି ଘଣ୍ଟା ପରେ ସେ ସେଠାରୁ ପଳାୟନ କରିଥିଲା । ତା’କୁ କାରଣ ପଚରାଗଲା ତ ସେ କହିଲା କି – “ମୁଁ ନିଜ ଗର୍ଲଫ୍ରେଣ୍ଡକୁ ବହୁତ ମିସ କରୁଥିଲି।”

ପୋଲିସର କହିବାର ଥିଲା କି ସେ ଫାୟର ଏଗଜିଟ ଦେଇ ପଳାୟନ କରିଥିଲା । ସେ ହୋଟେଲର ଦୁଇଟି କର୍ମଚାରୀଙ୍କୁ ବି ଧୋକା ଦେବାରେ ସଫଳ ହୋଇଥିଲା କିନ୍ତୁ ସିସିଟିଭି ଫୁଟେଜରୁ ବଞ୍ଚି ପାରି ନଥିଲା । ଭାଇରସର ପ୍ରସାରକୁ ଅଟକାଇବା ପାଇଁ ଆଇନ ଅନୁସାରେ ଡେଭିଡକୁ 28 ମାର୍ଚ୍ଚରେ ଭିକ୍ଟୋରିଆର ଦକ୍ଷିଣ ରାଜ୍ୟ ପର୍ଥରେ ପହଞ୍ଚିବା ପରେ ୧୪ ଦିନ ପାଇଁ ଅଲଗା କରିବା ଆବଶ୍ୟକ ଥିଲା ।

ଯଦି ସେ ହୋଟେଲ ରୁମରେ ରହିଥାନ୍ତା ତ ତାକୁ ସୋମବାର ଦିନ ଛାଡି ଦିଆ ଯାଇଥାନ୍ତା । କିନ୍ତୁ ଏବେ ସେ ଗୋଟିଏ ମାସ ପର୍ଯ୍ୟନ୍ତ ଜେଲ ର ଦଣ୍ଡ ଭୋଗିବ । ଏହା ସହିତ ତାକୁ ଦୁଇ ହଜାର ଅଷ୍ଟ୍ରେଲିଆନ ଡଲାର ଜୋରିମାନା ଦେବାକୁ ହେବ । ଅଷ୍ଟ୍ରେଲିଆ ପୋଲିସ ହଜାର ରୁ ଅଧିକ ଲୋକଙ୍କ ଉପରେ ଲକଡାଉନ ଉଲ୍ଲଂଘନ କରିବାର ଜୋରିମାନା ଲଗାଇଛି । ପୋଲିସ ଏମିତି ଲୋକଙ୍କ ଉପରେ ବି ଜୋରିମାନା ଲଗାଇଛି ଯିଏ କାର ରେ ବସି ପିଜା ଖାଉଥିଲା । ଦେଶ ଦୁନିଆର ସବୁ ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।

Leave a Reply

Your email address will not be published. Required fields are marked *