ସ୍ତ୍ରୀ ବାହାଘରରେ ସ୍ୱାମୀ ଭିଲେନ୍, ଦେଖନ୍ତୁ ପୁରା ମାମଲା…

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ୨୦୧୭ ମସିହାରେ ଜଣେ ସ୍ୱାମୀ ଏବଂ ୨୦୨୨ ରେ ଆଉ ଜଣେ ସ୍ୱାମୀ । ସ୍ୱାମୀ ଓ ପୁଅ କୁ ଛାଡ଼ି ପ୍ରେମ ବିବାହ କରୁଛି ସ୍ତ୍ରୀ । ଛୁଆ କୁ ଧରି ଥାନା ଆଗରେ ବସିଛି ସ୍ୱାମୀ । ଅଭିଯୋଗ ହେଉଛି ‘ମୋ ସ୍ତ୍ରୀ ଅନ୍ୟତ୍ର ବାହା ହେଉଛି । ସେ ବାହାଘର କୁ ରୋକ ଓ ମୋତେ ନ୍ୟାୟ ଦିଅ । ୨୦୧୭ ମସିହାରେ ମୋତେ ବାହା ହୋଇଥିଲା । ବର୍ତ୍ତମାନ ଆଉ ଜଣକୁ ବିବାହ କରୁଛି । ଆଜି ହେଉଛି ମୋ ସ୍ତ୍ରୀ ର ବାହାଘର ।

ମୋତେ ଓ ମୋ ପିଲା କୁ ଛାଡ଼ି ଅନ୍ୟ କାହାକୁ ବାହା ହେଉଛି ମୋ ସ୍ତ୍ରୀ । ମୋତେ ନ୍ୟାୟ ଦରକାର । ‘ କିଛି ଏଭଳି ଅଭିଯୋଗ କୁନି ପୁଅ କୁ ଧରି ପାଟଣାଗଡ଼ ଥାନା ର ଦ୍ୱାରସ୍ଥ ହୋଇଛନ୍ତି ଜଣେ ବ୍ୟକ୍ତି । ମିଳିଥିବା ଖବର ଅନୁଯାୟୀ ବଲାଙ୍ଗୀର ଜିଲ୍ଲା ଲାଠୋର ଥାନା ଅନ୍ତର୍ଗତ ବିନ୍ଦିର ଗ୍ରାମ ର ପିତବାସ ମାଝି ୨୦୧୭ ମସିହାରେ ଗୁଣବତୀ ମାଝୀ ଓରଫ ଗୁନ୍ଗୁନ୍ ଙ୍କୁ ସାମାଜିକ ରୀତିନୀତି ଅନୁଯାୟୀ ବିବାହ କରିଥିଲେ ।

ତାଙ୍କର ଏକ ପୁତ୍ର ସନ୍ତାନ ମଧ୍ୟ ରହିଛି । ତେବେ ଉଭୟ ସ୍ୱାମୀ ଓ ସ୍ତ୍ରୀ ଙ୍କ ମନ ମାଳିନ୍ୟ ଯୋଗୁଁ ଉଭୟ ୨୦୨୦ ମସିହା ରୁ ଅଲଗା ହୋଇ ରହୁଥିଲେ । ପୁଅ ଟି ବାପା ପାଖରେ ରହୁଥିବା ବେଳେ ସ୍ତ୍ରୀ ଗୁଣବତୀ ପାଟଣାଗଡ଼ ଅବକାରୀ ବିଭାଗ ର କନଷ୍ଟେବଳ ଭାବରେ ଚାକିରୀ କରୁଥିଲେ ।

ହଠାତ ତାଙ୍କ ସ୍ବାମୀ ଜାଣିବାକୁ ପାଇଲେ ଯେ, ତାଙ୍କ ସ୍ତ୍ରୀ ତାଙ୍କୁ ନ ଜଣାଇ ଅପୂର୍ବ ବିଶ୍ଵଦୀପ୍ତି ପରିଡ଼ା ନାମକ ଜଣେ ବ୍ୟକ୍ତି ଙ୍କୁ ମନ୍ଦିର ରେ ଦ୍ଵିତୀୟ ବିବାହ କରୁଛନ୍ତି । ଏହା ଜାଣିବା ପରେ ସ୍ତ୍ରୀ ର ବିବାହ ଅଟକାଇବା ପାଇଁ ପୁଅ କୁ ଧରି ପାଟଣାଗଡ଼ ଥାନା ରେ ପହଁଚି ଲିଖିତ ଅଭିଯୋଗ କରିଥିଲେ ପିତବାସ । ତାଙ୍କ ବିନା ଅନୁମତି ରେ ତାଙ୍କ ଧର୍ମପତ୍ନୀ ଗୁଣବତୀ ଅନ୍ୟତ୍ର ବିବାହ କରୁଥିବା ଯୋଗୁଁ ପୀତବାସ ତାଙ୍କ ଧର୍ମପତ୍ନୀ ପ୍ରତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ ବିବାହ କୁ ରୋକିବାକୁ ଲିଖିତ ଅଭିଯୋଗ କରିଛନ୍ତି ।

ଏ ନେଇ ପୋଲିସ କିଛି ମୁହଁ ଖୋଲୁ ନଥିବା ବେଳେ ସମାଜ ପାଇଁ ଏହା ଏକ ନିନ୍ଦନୀୟ ଘଟଣା ବୋଲି କହିଛନ୍ତି ଆଦିବାସୀ କଲ୍ୟାଣ ସଙ୍ଘ ର ସମ୍ପାଦକ ଗିରିରାଜ ଭୋଇ । ଅନ୍ୟ ପଟେ ଅଭିଯୋଗ ପରେ ପାଟଣାଗଡ଼ ପୋଲିସ ଗୁଣବତୀ ଓ ବାହା ହେଉଥିବା ପୁଅ ଅପୂର୍ବ ବିଶ୍ଵଦୀପ୍ତି ପରିଡ଼ା ଙ୍କୁ ପାଟଣାଗଡ଼ ପୋଲିସ ଷ୍ଟେସନ କୁ ଡକାଇ ତଦନ୍ତ କରୁଥିବାର ସୂଚନା ମିଳିଛି ।
ତେବେ ଏହି ଘଟଣା ସମ୍ବନ୍ଧରେ ଆପଣ ମାନେ ନିଜର କଣ ମତାମତ ରଖିବେ ତାହା ଆମକୁ ନିଶ୍ଚିତ ଭାବରେ ଜଣାଇବେ ।

Leave a Reply

Your email address will not be published. Required fields are marked *