‘ଦୁଃଖରେ ଆମେ ଛାତିକୁ ମାରି, ହାଏ ହାଏ କହୁ, ପୁଅ ହେଉ କି ଝିଅ…’ କିନ୍ନରଙ୍କ ଅନ୍ତିମ ସଂସ୍କାରର ରହସ୍ୟ ଖୋଲି କହିଲେ ଏହି କିନ୍ନର, ସେ କଣ କହିଲେ ଦେଖନ୍ତୁ ଏହି Video

ନମସ୍କାର ବନ୍ଧୁଗଣ ତେବେ ଦୁନିଆରେ କେତେ ଧର୍ମ ଓ ଜାତିର ଲୋକମାନେ ରହିଥାନ୍ତି । ଏମାନଙ୍କ ମଧ୍ୟରୁ ମାତ୍ର ୩ଟି ଲିଙ୍ଗ ହେଉଛି ପୁରୁଷ, ମହିଳା ଓ କିନ୍ନର । ସମସ୍ତେ ନିଜ ସଂସ୍କାରକୁ ପାଳନ କରିବା ସହିତ ନିଜ ଜୀବନକୁ ନିଜ ଇଚ୍ଛାରେ ବଂଚିବାକୁ ଚାହିଁଥାନ୍ତି । ସମସ୍ତଙ୍କର କାମ କରିବାର ଢ଼ଙ୍ଗ ଏବଂ ଜୀବନ ଶୈଳୀ ଭିନ୍ନ ଭିନ୍ନ ହୋଇଥାଏ । କିନ୍ନରମାନଙ୍କ ଜୀବନ ଶୈଳୀର ଏକ ସତ ଘଟଣା ବିଷୟରେ କହିବାକୁ ଚାହୁଁଛୁ ।


ଯେଉଁ କଥାକୁ ଅଧିକାଂଶ ଲୋକ ଜାଣିନଥିବେ । ଏହି କିନ୍ନରମାନଙ୍କ ଚାଲିଚଳଣ ସମ୍ପୂର୍ଣ୍ଣ ଭିନ୍ନ ହୋଇଥାଏ । ସବୁଠାରୁ ବଡ କଥା ହେଲା କିନ୍ନରଙ୍କ ଅନ୍ତିମ ସଂସ୍କାର ଅନ୍ୟମାନଙ୍କ ଠାରୁ ଭିନ୍ନ ରହିଥାଏ । ତେବେ କିନ୍ନରମାନେ ନିଜେ ତାଙ୍କର ଜୀବନକୁ ଏତେ ଅଭିଶପ୍ତ ମାନିଥାନ୍ତି ଯେ, ଶବଯାତ୍ରା ପୂର୍ବରୁ ମୃତକଙ୍କୁ ଯୋତା-ଚପଲରେ ପିଇଟିଥାନ୍ତି ଓ ଗାଳି ମଧ୍ୟ ଦେଇଥାନ୍ତି ।

ଯାହା ଫଳରେ ମୃତ କିନ୍ନର ଯଦି ଜୀବିତ ଅବସ୍ଥାରେ କିଛି ଅପରାଧ କରିଥାଏ ତା’ର ପ୍ରାୟଶ୍ଚିତ ହୋଇଯିବ ଓ ଆର ଜନ୍ମରେ ସାଧାରଣ ମଣିଷର ଜନ୍ମ ମିଳିପାରିବ । ନିଜ ସମୁଦାୟର ଗୋଟିଏ ବି କିନ୍ନର ମୃତ୍ୟୁ ପରେ ବୟସ୍କ କିନ୍ନରଙ୍କ ସମୁଦାୟ ୧ ସପ୍ତାହ ପର୍ଯ୍ୟନ୍ତ ବ୍ରତ କରିଥାନ୍ତି ଓ ମୃତକଙ୍କ ପାଇଁ ପ୍ରାର୍ଥନା କରିଥାନ୍ତି । ତେବେ କିନ୍ନରଙ୍କ ଶବକୁ ପୋଡିବା ବଦଳରେ ପୋତା ଯାଇଥାଏ । ଅନ୍ତିମ ସଂସ୍କାର ଗୁପ୍ତ ଏବଂ ସାଧାସିଧା ଭାବରେ କରାଯାଇଥାଏ । ଶବକୁ ଧଳା କପଡାରେ ଗୁଡାଇ ନେଇଥାଏ ।

ଏହାର ପ୍ରତୀକ ହେଉଛି ମୃତକର ଏହି ଶରୀର ଓ ଏହି ଦୁନିଆଠାରୁ ସବୁ ସମ୍ପର୍କ ତୁଟି ସାରିଛି । ପାଟିରେ ପବିତ୍ର ଗଙ୍ଗାଜଳ ଦେବାର ମଧ୍ୟ ପରମ୍ପରା ରହିଛି । ତେବେ ଆପଣ ମାନେ ଜାଣିଥିବେ କି ପୁରୀ ଶ୍ରୀମନ୍ଦିର ସିଂହଦ୍ୱାର ଗୁମୁଟ ଉପରେ ଜଣେ କିନ୍ନର ଡେଇଁ ତାଙ୍କର ମୃତ୍ୟୁ ହୋଇଛିା କିନ୍ନରଙ୍କୁ ତୁରନ୍ତ ପୁରୀ ମୁଖ୍ୟ ଚିକିତ୍ସାଳୟ ନିଆଯାଇଥିଲା । ଯେଉଁଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।

ମୃତ କିନ୍ନର ଜଣକ ନିମାପଡ଼ାର ବଳରାମ ରାଉତ ବୋଲି ଜଣାପଡ଼ିଛି । ତେବେ ସେ କେଉଁ କାରଣରୁ ଗୁମୁଟ ଉପରୁ ଡେଇଁଲେ, ତାହାର କାରଣ ଜଣା ପଡ଼ିନାହିଁ । ତେବେ ତାଙ୍କର ଅନ୍ତିମ ସଂସ୍କାର ଶେଷ ହୋଇ ସାରିଛି ତେବେ ଜଣେ କିନ୍ନର ଏକ ଇନ୍ଟର୍ଭିୟୁ ରେ କହିଥିଲେ କି ଆମର ଯେଉଁ ଯେଉଁ ସବୁ ନିୟମ ଗୁଡିକ ରହିଥାଏ ଯେଉଁ କେଉଁ ନୀତି ଧର୍ମ ରହିଥାଏ ଯେପରି ୧୦୮ ଦୀପ ଜାଳି ପାର୍ଥନା କରିବା ସମୁଦ୍ର ରେ ବୁଡ଼ ପକାଇ ନିର୍ମାଲ୍ୟ ପାଇବା ଏବଂ ଭଗବାନ ଙ୍କ ନିକଟରେ ନିବେଦନ କରିବା କି ଆର ଜନ୍ମରେ ତାକୁ ପୁଅ ଜନ୍ମ ଦିଅ କିମ୍ବା ଝିଅ ଜନ୍ମ ଦିଅ ।

ତେବେ ତାହା ସବୁ ସମ୍ପୂର୍ଣ୍ଣ କରି ତାଙ୍କ ଘର ଲୋକଙ୍କୁ ଶବ ପ୍ରଦାନ କରି ଦେଇଥିଲୁ । ତେବେ ସେ କଣ ପାଇଁ ଏଭଳି କାମ କଲା ତାହାର କାରଣ ଏପର୍ଯ୍ୟନ୍ତ ଜଣା ପଡି ନାହିଁ । ତେବେ ଭଗବାନ ତାଙ୍କ ଆତ୍ମା ଙ୍କୁ ଶାନ୍ତି ଦିଅନ୍ତୁ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *