ସ୍ତ୍ରୀଙ୍କ ପାଇଁ ହେଇଛି IAS , 2022 ଓଡିଶା IAS Satya Prakash Mishra

2022  ମସିହାର IAS ପରୀକ୍ଷା ଫଳାଫଳ ପ୍ରକାଶ ପାଇଛି । 261 ରାଙ୍କ୍ ରଖି ଓଡିଶାର IAS  ଅଫିସର ଭାବରେ କୃତକାର୍ଯ୍ୟ ହୋଇଛନ୍ତି । ଭୁବନେଶ୍ବର  ରାଜଭବନ କଲୋନୀ  ବାସିନ୍ଦା ସତ୍ୟ ପ୍ରକାଶ ମିଶ୍ର । ପୁରୁଷର ସଫଳତା ପଛରେ ଯେପରି ସ୍ତ୍ରୀର ହାତ ରହେ ବୋଲି କୁହାଯାଏ । ଠିକ ସେହିଭଳି ଭାବରେ ସତ୍ୟଙ୍କ  IAS ହେବା ପଛରେ ତାଙ୍କ ସ୍ତ୍ରୀଙ୍କ ଅବଦାନ ରହିଥିବା କଥା ସେ ସୋସିଆଲ ମିଡିଆ ଆଗରେ କହିଛନ୍ତି ।

ତାଙ୍କ କହିବା ମୁତାବକ ମହାପ୍ରଭୁଙ୍କ ତାଙ୍କୁ ସୁନ୍ଦର ପରିବାର ଦେଇଛନ୍ତି ଏବଂ ତାଙ୍କ ପରିବାର ସର୍ବଦା ତାଙ୍କୁ ଆଗକୁ ବଢିବାରେ ସାହସ ଦେଇଛନ୍ତି । ସତ୍ୟ କମ୍ ବୟସରେ ବିବାହ କରିଥିଲେ ଯାହାକୁ ନେଇ ତାଙ୍କ ସାଙ୍ଗସାଥିମାନେ ଅଳ୍ପ ବୟସରେ ବିବାହ କରିବା ହେତୁ ଜୀବନରେ କିଛି କରିପାରିବୁ ନାହିଁ  କହିଛନ୍ତି । ମାତ୍ର ସେହି ଭଳି  କହିଥିବା ପ୍ରତ୍ୟେକ ଲୋକମାନଙ୍କ ଆଗରେ ଆଦର୍ଶ ହୋଇ ଛିଡା ହୋଇଛନ୍ତି ।

ସତ୍ୟଙ୍କ ସ୍ତ୍ରୀ ତାଙ୍କୁ ସଦାସର୍ବଦା   ଉତ୍ସାହ କରୁଥିଲେ ଏବଂ ଏଭଳି ସ୍ତ୍ରୀଙ୍କୁ ପାଇଥିବା ହେତୁ ସେ ଭାଗ୍ୟବାନ ବୋଲି କହିଛନ୍ତି ।  IAS ପଢିବା ପଛରେ ତାଙ୍କ ବାପା ମୂଳକାରଣ ଛୋଟ ବେଳୁ ତାଙ୍କୁ ପ୍ରଶାସନ ଓ ଗଭର୍ନର ଯୋଡିତ ଥିବା କାର୍ଯ୍ୟ ସମ୍ବନ୍ଧରେ କଥା କହୁଥିଲେ  ।  IAS ହେବା ପାଇଁ ସେ କୋଣସି ଶିକ୍ଷାଅନୁଷ୍ଟାନ ରେ ଟ୍ରେନିଂ ନେଇନଥିଲେ । ସତ୍ୟ ପ୍ରଶାସନ ରେ କର୍ମଚାରୀ ଭାବେ କାର୍ଯ୍ୟ କରିବା ସାଙ୍ଗେ  IAS ପରୀକ୍ଷା ପାଇଁ ପାଠ ପଢୁଥିଲେ ।

ସମୟକୁ ସର୍ବଦା ପାଠ ବ୍ୟବଧରେ କର୍ଚ୍ଚ କରିବାକୁ ଇଛା କରୁଥିଲେ । ପରୀକ୍ଷାରେ ଥରକ ରେ ସଫଳ ହୋଇନଥିଲେ କିନ୍ତୁ ସାହସ ନ ହାରି ଆଗକୁ ବଢିଥିଲେ । ଆଜି ତାଙ୍କ ଆଶା ପୂରଣ ହୋଇଛି ସେ ତାଙ୍କ ଲକ୍ଷ୍ୟ ସ୍ଥଳକୁ ପହଞ୍ଚିଛନ୍ତି । ପରିବାର , ସ୍ତ୍ରୀ ଓ ସାଙ୍ଗସାଥି ଓ ପୂର୍ବରୁ  IAS ହୋଇଥିବା ଉଚ୍ଚଅଧିକାରୀଙ୍କ ସହଯୋଗ ଦ୍ଵାରା ସେ ଆଜି  IAS ହୋଇଛନ୍ତି ବୋଲି କହିଛନ୍ତି । ସତ୍ୟ ସ୍ଵାମୀବିବେକନନ୍ଦ କୁ ନିଜର ଆଦର୍ଶ ମାନୁଥିଲେ ।

ସେ ଭବିଷ୍ୟତ ପିଢିକୁ ଯେଉଁମାନେ  IAS ପାଇଁ ପ୍ରସ୍ତୁତି କରୁଛନ୍ତି ତାଙ୍କୁ କହିବା ପାଇଁ ଚାହାନ୍ତି କି ନିଜ ଉପରେ ବିଶ୍ଵାସ ରଖି ଆଗକୁ ବଢିଲେ ନିଶ୍ଚୟ ସଫଳତା ପାଇବେ । ଏହି ଖବର କୁ ନେଇ ଆପଣଙ୍କ ମତକୁ କମେଣ୍ଟ କରିଜଣାନ୍ତୁ ଓ ଆଗକୁ ଆମ ସହ ରହିବାକୁ ଆମ ପେଜ୍କୁ ଲାଇକ, ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *