ସାବିତ୍ରୀ ପୂଜା ପାଇଁ ଘରକୁ ଆସିଥିଲେ , ଶିକାରୀ ଗୁଳିରେ ପ୍ରାଣ ହରାଇଲେ

ନମସ୍କାର ବନ୍ଧୁଗଣ । ସାବିତ୍ରୀ ପୂଜା ପାଇଁ ଘରକୁ ଆସିଥିବା ସ୍ଵାମୀ ଶିକାରୀଙ୍କ ଗୁଳିରେ ପ୍ରାଣ ହରାଇଲେ । ଏହି ଘଟଣା ଟିଏ ହେଉଛି  ଶିମିଳିପାଳ ନଉଣା ସାଉଥ ରେଞ୍ଜ କର୍ମଚାରୀ ବିମଳ କୁମାର ଜେନା ଗତ କାଲି ସାଥିଙ୍କ ସହ ବନର ସୁରକ୍ଷା କରୁଥିବା ସମୟ ଶିକାରୀଙ୍କ ସହ ସାମ୍ନା ହୋଇଥିଲା ଏବଂ ବିମଳ ତାଙ୍କ ଠାରୁ କଠୁରା , ବାରୁଦ ଓ ବଡ ଧରଣର ବନ୍ଧୁକ ଜାବତ କରିଥିଲେ । ଏହାକୁ ସହ ନ କରିଥିବା ଶିକାରୀ ପ୍ରତିଶୋଧ ନେବାକୁ ଯାଇ ତାଙ୍କୁ ଗୁ-ଳି ମାରିଥିଲେ ।

ତେବେ ବିମଳ ଖବର ସମ୍ପର୍କରେ ଉଚ୍ଚକତୃପକ୍ଷକୁ ଜଣାଇବା ପାଇଁ ମିଟ୍ ହାଉସ୍ ରୁ ମୋବାଇଲ ଫୋନ୍ ନେଇ network ଥିବା ସ୍ଥାନକୁ   ଯାଇ ଘଟଣା ବ୍ୟବଧ ରେ ସୂଚନା ଦେଇଥିଲେ ଓ ପରେ ତାଙ୍କ ସ୍ତ୍ରୀଙ୍କୁ ମଧ୍ୟ ସବୁ ବିଷୟ କହିଥିଲେ । ସ୍ତ୍ରୀଙ୍କ ସହ କଥା ହେଉଥିବା ସମୟରେ ଫୋନ ବନ୍ଦ ହେଇଗଲା ତା ପରେ ହେବାକୁ ଯାଉଥିବା ଅଘଟଣ  ସମ୍ବନ୍ଧରେ ବିମଳଙ୍କ ସ୍ତ୍ରୀ ଅଜଣା ଥିଲେ  ।

ସୂଚନା ଅନୁସାରେ ଶିକାରୀ ଟି ବିମଳକୁ ମାରିବା ପାଇଁ ସେହି ବନ ରେ ଲୁଚି ବସିଥିଲା ଏବଂ ଯେବେ ବିମଳକୁ ଦେଖିଲା ଦଶ ଟି ଗୁଳି ବିମଳଙ୍କ ଉପରୁ ମାରିବା କ୍ଷଣେ ବିମଳଙ୍କ ଶରୀର ଭିତରୁ ଗୁଳି ଚାଲିଯାଇଥିବା ଯୋଗୁଁ ଘଟଣା ସ୍ଥଳରେ ବିମଳ ମୃ -ତ୍ୟୁ ହୋଇଥିଲା । ସାବିତ୍ରୀ ବ୍ରତ ଦିନ ସ୍ଵାମୀଙ୍କ ଉଦେଶ୍ୟରେ ତାଙ୍କ ସ୍ତ୍ରୀ କରିଥିବା ପୂଜା ବ୍ରତ ସତ୍ତ୍ୱେ ମୃତ୍ୟୁ ଖବରକୁ ସହ କରିପାରିଲେ ନାହିଁ ବିମଳଙ୍କ ସ୍ତ୍ରୀ ଘର ଦୁଃଖର ସମୁଦ୍ରରେ ଭାସିଯାଇଥିଲା ।

ବିମଳ ଆଉ କେବେ ଆସିବେନି କଥା କୁ ଗ୍ରହଣ କରିପାରିନଥିଲେ ଘରର ସଦସ୍ୟ । ଏହି ଘଟଣା କୁ ନେଇ ସ୍ଥାନୀୟ ବାସିନ୍ଦା କହୁଛନ୍ତି ଯେ ସାମାନ୍ୟ ଲାଠି ଦେଇ ବଡ ଅସ୍ତ୍ରର ମୁକାବିଲା କିପରି କରିବେ ଶିମିଳିପାଳ ସୁରକ୍ଷା କର୍ମଚାରୀ ନିଜ ଜୀବନକୁ ସୁରକ୍ଷା କରିପାରୁନି ଶିମିଳିପାଳ କୁ କିପରି ସୁରୋକ୍ଷିତ ରଖିବା ଭଳି ପ୍ରଶ୍ନ ଉଠୁଛି ।

ତେବେ ସରକାର ଦୁଇ ମାସ ମଧ୍ୟରେ ବନ କର୍ମଚାରୀମାନଙ୍କୁ ବନ୍ଧୁକ ପ୍ରଦାନ କରିବେ ବୋଲି ଘୋଷଣା କରିଛନ୍ତି । ତେବେ ଏହି ଖବରକୁ ନେଇ ଆପଣଙ୍କ ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ଆଗକୁ ଆମ ସହ ରହିବାକୁ ଆମ ପେଜ୍ କୁ ଲାଇକ, ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *