ପ୍ରେଗନେଣ୍ଟ ଅଛି ଜାଣିବା ପରେ ମୋ ଆଖିରୁ ଗୋଟେ ମିନିଟ୍ ବି ଲୁହ ଶୁଖିନି, କାହିଁକି ଏମିତି କହିଲେ Pramodini, ଦେଖନ୍ତୁ video

” ତିନିମାସଧରି ସବୁଦିନ ମୁଁ କାନ୍ଦିଛି , ଗୋଟେ ମିନିଟ୍ ଭି ଆଖିରୁ ଲୁହ ଶୁଖିନି କାଳେ ମୋ ପିଲାର କିଛି ହୋଇଯିବ ” । ସତରେ ମା ‘ ର ପ୍ରେମ କେତେ ମହତ ପିଲା ଆସିବା ଖବର ଶୁଣି ହିଁ ତା ‘ ପାଇଁ ବିକଳ ହୋଇଯାଏ ମା ଏବଂ ସୁନ୍ଦର ଠାରୁ ଗୁଣ ଓ ହୃଦୟ ଉତ୍ତମ ପୁଣି ଥରେ ସମାଜକୁ ଭଲ ସମ୍ବାଦ ଦେଇଛନ୍ତି ପ୍ରମୋଦିନୀ ଏବଂ ସରୋଜଙ୍କ ଯୋଡି ।

ଆପଣମାନେ ପୂର୍ବରୁ ଜାଣିଛନ୍ତି ପ୍ରମୋଦିନୀଙ୍କ ଏସିଡ ଆଟାକ୍ ଯୋଗୁ ସମ୍ପୁର୍ଣ୍ଣ ଦେହ ଜଳିଯାଇଥିଲା । ଝିଅ ପାଇଁ ଯୌବନ ଅବସ୍ଥା ବହୁତ ଗୁରୁତ୍ଵପୂର୍ଣ୍ଣ ହୋଇଥାଏ କିନ୍ତୁ ସେହି ସମୟରେ ଏସିଡ ର ଶିକାର ହୋଇଥିଲେ ପ୍ରମୋଦିନୀ । ସେହି ଅନ୍ଧକାର ସମୟ ତାଙ୍କ ଜୀବନର ଆଶା କୁ ସମ୍ପୁର୍ଣ୍ଣ ରୂପରେ ଭାଙ୍ଗି ପକେଇଥିଲା । ଦୀର୍ଘ ପାଞ୍ଚ ବର୍ଷ ଘରୁ ପଦାକୁ ନ ବାହାରି ଘର ଭିତରେ ନର୍କ ଯନ୍ତ୍ରଣା ଅନୁଭବ କରୁଥିଲେ ।

ଏହି କଠିନ ପରିସ୍ଥିତି ରେ ପ୍ରୋମଦିନୀଙ୍କ ମା ‘ ତାଙ୍କୁ ସାହସ ଦେଇ ଜୀବନ ବଞ୍ଚିବାର ନୂତନ ଆଲୋକମାର୍ଗ ଦେଖାଇ ତାଙ୍କୁ ବଞ୍ଚିବା ଶିଖାଇଥିଲେ । ଜୀବନର ଖେଳ କିଏ ବୁଝିପାରେ ଏସିଡ ରେ ଆକ୍ରାନ୍ତ ହୋଇ ଅସୁନ୍ଦରତା ହୋଇଯାଇଥିବା ପ୍ରମୋଦିନୀକୁ ଭଲ ପାଇଥିଲେ ତାଙ୍କ ସାଙ୍ଗ ସରୋଜ । ସରୋଜ ରୂପକୁ ନୁହେଁ ତାଙ୍କ ମନକୁ ପସନ୍ଦ କରି ବିବାହ ପାଇଁ ହାତ ବଢେଇ ଥିଲେ ଏବଂ ବିବାହ ମଧ୍ୟ କରିଥିଲେ ।

ପ୍ରମୋଦିନୀଙ୍କ କହିବା ଅନୁସାରେ ତାଙ୍କ ସଫଳତାର ପଛରେ ସରୋଜଙ୍କ ହାତ ରହିଛି । ସେ ତାଙ୍କୁ ସବୁ ପରିସ୍ଥିତି ରେ ସହଯୋଗ କରି ଆଗକୁ ଯିବାର ସାହସ ଦିଅନ୍ତି । ଆଜି ଯଦି ପ୍ରମୋଦିନୀ ଦୀର୍ଘ 14 ବର୍ଷ ପରେ ବିଜୟ ଲାଭ କରିଛନ୍ତି ତେବେ ତାଙ୍କ ସ୍ଵାମୀଙ୍କ ସହଯୋଗ ରହିଛି । ପ୍ରମୋଦିନୀ ଯେବେ ପ୍ରେଗନେଣ୍ଟ ହେବା ଖବର ଶୁଣିଥିଲେ ତେବେ ଶିଶୁଙ୍କୁ ଜନ୍ମ କରିବା ତାଙ୍କ ପକ୍ଷେ ଏତେ ସହଜ ହୋଇନଥିଲା ।

ତିନିମାସ ପିଲା କେମିତି ଜନ୍ମ ହେବ ମୋ ପାଇଁ ମୋ ପିଲାର କିଛି ହେବନି ଏପରି ଭାବି ଆଖି ଲୁହ ରହୁନଥିଲା । ମାତ୍ର ଇଶ୍ଵରଙ୍କ ଦୟାରୁ ସୁନ୍ଦର ଓ ସ୍ଵାସ୍ଥବାନ ଶିଶୁଟିଏ ଜନ୍ମ ହୋଇଛି । ତେବେ ଆପଣମାନଙ୍କୁ କେମିତି ଲାଗିଛି ପ୍ରମୋଦିନୀଙ୍କ ସଫଳତା କାହାଣୀ ନିଶ୍ଚୟ ଆମକୁ କମେଣ୍ଟ କରି ଜଣାନ୍ତୁ । ଆଗକୁ ଆମ ସହ ରହିବାକୁ ଆମ ପେଜ୍ କୁ ଲାଇକ, ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *