‘ଯାତ୍ରୀଗଣ କୃପୟା ଧ୍ୟାନ ଦେ…’ ଆପଣ ରେଲୱେ ସ୍ଟେଶନରେ ଏ ଘୋଷଣା ତ ନିଶ୍ଚୟ ଶୁଣିଥିବେ କିନ୍ତୁ କଣ ଆପଣ ଜାଣନ୍ତି କାହାର ଏହି ସ୍ଵର ?

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଯାତ୍ରୀଗଣ କୃପୟା ଧ୍ୟାନ ଦେ ! ଏପରି ଘୋଷଣା ଆମ ମାନଙ୍କୁ ରେଳ ଷ୍ଟେସନରେ ହିଁ ଶୁଣିବାକୁ ମିଳିଥାଏ । ତେବେ ଏହି ସ୍ଵର କାହାର ? ଏହି ସ୍ଵର ପଛରେ କେଉଁ ମହିଳା ରହିଛନ୍ତି ? ତାହାଙ୍କୁ ଜାଣିବାକୁ ତଥା ଦେଖିବାକୁ ଅନେକଙ୍କ ମନରେ କେଉଁଠି ନା କେଉଁଠି ଏକ ଆଗ୍ରହ ନିହାତି ଭାବରେ ଥିବ । ତେବେ ସେ ହେଉଛନ୍ତି ସରଳା ଚୌଧୁରୀ । ଜିଏକି ନିଜ ସ୍ଵର ପାଇଁ ସମସ୍ତଙ୍କ ହୃଦୟରେ ଆଦୃତି ଲାଭ କରିଛନ୍ତି ।

ତାଙ୍କ ଘର ହେଉଛି ମୁମ୍ବାଇରେ । ତେବେ ପ୍ରଥମେ ପ୍ରଥମେ ରେଳଵାଇରେ କାମ କରିବା ସରଳାଙ୍କ ଇଛା ନଥିଲା । ହେଲେ ଅନାଉନ୍ସର ପାଇଁ ଥରେ କିଛି ପିଲା ମାନଙ୍କ ଖୋଜା ଚାଲିଥିଲା । ତେବେ ୧୯୮୨ ମସିହାରେ ସରଳା ଚୌଧୁରୀ ରେଳଵାଇ ସହ ଯୋଡି ହୋଇଥିଲେ । ସେଠାକୁ ସ୍ଵର ଦେବା ପାଇଁ ଆସିଥିବା ଅନେକ ପିଲାଙ୍କ ମଧ୍ୟରେ ସରଳା ଚୌଧୁରୀ ମଧ୍ୟ ଥିଲେ । ତେବେ ଏତେ ପିଲାଙ୍କ ମଧ୍ୟରୁ ସରଳାଙ୍କ ସ୍ଵର କିନ୍ତୁ ରେଳ ଷ୍ଟେସନରେ ଆନାଉନ୍ସର ପାଇଁ ପୁରା ଫିଟ୍ ହୋଇଯାଇଥିଲା ।

ତାପରେ ଏହି ଭଏସ ଦେବା ପାଇଁ ଚାକିରି କିନ୍ତୁ ଅସ୍ଥାୟୀ ଥିଲା । ଯାହାକି ମାତ୍ର ୩ ମାସ ପାଇଁ ରହିଥିଲା । ହେଲେ ଧୀରେ ଧୀରେ ଏହି ଯାତ୍ରୀଗଣ କୃପୟା ଧାନ ଦେ କଣ୍ଠସ୍ଵରଟି ଏତେ ମାତ୍ରାରେ ଲୋକପ୍ରିୟତା ହାସଲ କରିଥିଲା । କି ଯେ ଏହି ଚାକିରିକୁ ୧୯୮୬ ମସିହାରେ ସରଳାଙ୍କ ସ୍ଥାୟୀ କରିଦିଆଯାଇଥିଲା । ତାପରେ ସରଳା ଚୌଧୁରୀଙ୍କ ସ୍ଵରକୁ କମ୍ପୁଟରରେ ରେକର୍ଡିଙ୍ଗ କରି ରଖା ଯାଇଥିଲା ।

ତେବେ ଆଜି ପର୍ଯ୍ୟନ୍ତ ମଧ୍ୟ ରେଳ ଷ୍ଟେସନ ଗଲେ । ସରଳା ଚୌଧୁରୀଙ୍କ କଣ୍ଠସ୍ଵର ଯାତ୍ରୀ କୃପୟା ଧ୍ୟାନ ଦେ ଶୁଣିବାକୁ ମିଳିଥାଏ । ହେଲେ ସରଳାଙ୍କ ଆଉ ଏହି ଡିପାର୍ଟମେଣ୍ଟରେ କାମ ବର୍ତ୍ତମାନ ସମୟରେ କରୁ ନାହାନ୍ତି । ସେ ବର୍ତ୍ତମାନ ଷ୍ଟେସନରେ ଇଲେକ୍ଟ୍ରିକ ଡିପାର୍ଟମେଣ୍ଟରେ କାର୍ଯ୍ୟରତ ଅଛନ୍ତି । ହେଲେ ଆଜି ପର୍ଯ୍ୟନ୍ତ ମଧ୍ୟ ରେଳ ଷ୍ଟେସନ ମାନଙ୍କରେ ଏହି ସ୍ଵର ଶୁଣିଲେ ମନରେ ଏକ ଆନନ୍ଦ ପଳାଇ ଆସିଥାଏ ।

କାରଣ ସରଳାଙ୍କ ଏହି ସ୍ଵରକୁ ସମସ୍ତେ ହିଁ ବହୁ ମାତ୍ରାରେ ଲୋକପ୍ରିୟତା ଦେଇଛନ୍ତି । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ରହିବା ସହିତ ଅଧିକ ସୂଚନା ନିମନ୍ତେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *