ନିଆରା ଶିକ୍ଷକ ! ପରିସ୍ଥିତି ଆଗରେ ମାନି ନାହାଁନ୍ତି ହାର…. ଦେଖି ପାରନ୍ତି ନାହିଁ ବହି, ତଥାପି ପିଲାଙ୍କୁ ପଢାଉଛନ୍ତି ପାଠ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ବହି ନଦେଖି ମଧ୍ୟ ପାଠ ପଢାଇ ପାରନ୍ତି ଶିକ୍ଷକ ! ତେବେ ଶିକ୍ଷକ ହେଉଛନ୍ତି ପ୍ରତ୍ଯେକ ଛାତ୍ର ଓ ଛାତ୍ରୀଙ୍କର ଏକ ଆଦର୍ଶ ! ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନେ ବିଦ୍ୟାଳୟରେ ପିଲା ମାନଙ୍କ ଭବିଷ୍ୟତ ଗଢିବାରେ ପ୍ରଧାନ ଭୂମିକା ଗ୍ରହଣ କରିଥାନ୍ତି । ତେବେ ଆମେ କହୁଥିବା ଏଠାରେ ଶିକ୍ଷକ ଅନ୍ୟ ଶିକ୍ଷକଙ୍କ ଠାରୁ ସାମାନ୍ଯ ଭିନ୍ନ ତଥା ଜଣେ ଚକ୍ଷୁହୀନ ଶିକ୍ଷକ ହୋଇପାରନ୍ତି ।

ସତ କିନ୍ତୁ ଶିକ୍ଷକ ଜୀବନରେ ପିଲା ମାନଙ୍କୁ ଉତ୍ତମ ଶିକ୍ଷକତା ପ୍ରଦାନ କରିବାରେ ସେ କେବେ ମଧ୍ୟ ହେଳା କରି ନାହାନ୍ତି । କାରଣ ପୋଡାଡ଼ିହା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏପରି ଜଣେ ଶ୍ଯାମସୁନ୍ଦର ବିନ୍ଧାଣୀ ନାମକ ଶିକ୍ଷକ ଅଛନ୍ତି । ଯାହାଙ୍କର ଚକ୍ଷୁ ନାହିଁ ସତ କିନ୍ତୁ ସେ ପିଲା ମାନଙ୍କୁ ବହୁତ ହିଁ ଭଲ ଭାବରେ ସାହିତ୍ଯ, ଭୂଗୋଳ ଓ ଇତିହାସ ପଢାଇବାରେ ପାରଙ୍ଗମ ଅଟନ୍ତି । ଯେଉଁ ଶିକ୍ଷକଙ୍କର ଚର୍ଚା ଖାଲି ସେହି ସ୍କୁଲ କାହିଁକି ସାରା ଗ୍ରାମବ୍ୟାପୀ ଶ୍ଯାମ ସୁନ୍ଦର ସାରଙ୍କର ଶୁଣିବାକୁ ମିଳିଥାଏ ।

ଜଣେ ଭିନ୍ନକ୍ଷମ ହୋଇ ସୁଦ୍ଧା ପିଲାଙ୍କୁ ପାଠ ପଢାଇବାରେ ସାର ସଂପୂର୍ଣ୍ଣ ଭାବରେ ସକ୍ଷମ ଅଟନ୍ତି । ତେବେ ବିଦ୍ୟାଳୟଙ୍କୁ ଶ୍ଯାମସୁନ୍ଦର ସାର ଆସିଲେ । ପିଲା ମାନେ ମଧ୍ୟ ଆଗ୍ରହର ସହ ପାଠ ପଢିବା ପାଇଁ ଭଲ ପାଇଥାନ୍ତି । କାରଣ ଶ୍ଯାମସୁନ୍ଦର ସାର କେବଳ ଜଣେ ଭଲ ଶିକ୍ଷକ ତାହା ନୁହେଁ । ବଂର ସେ ଜଣେ ଉତ୍ତମମାନର ବ୍ୟକ୍ତିତ୍ବ ମଧ୍ୟ ଅଟନ୍ତି । ଶ୍ଯାମସୁନ୍ଦର ସାରଙ୍କୁ ନେଇ ବିଦ୍ୟାଳୟର ଅନ୍ୟ ଶିକ୍ଷକ ଓ ଶିକ୍ଷୟିତ୍ରୀ ଏପରି କିଛି ପ୍ରତିକ୍ରିୟା ଦେଇଛନ୍ତି ।

ଯେ ଶ୍ଯାମସୁନ୍ଦର ସାର ଖାତା ବହି ଦେଖି ପାରନ୍ତିନାହିଁ ସତ । କିନ୍ତୁ ସେ ବିଭିନ୍ନ ପ୍ରକାର କୌଶଳରେ ଷଷ୍ଠ, ସପ୍ତମ ଓ ଅଷ୍ଟମର ସାହିତ୍ୟ, ଭୂଗୋଳ, ଇତିହାସ ଭଳି ବିଷୟବସ୍ତୁକୁ ବହୁତ ହିଁ ଭଲ ଭାବରେ ପିଲାଙ୍କ ସାମ୍ନାରେ ବାକ୍ଷା କରି ତାଙ୍କୁ ପଢାଇଥାନ୍ତି ।

ତେବେ ଏପରି ଜଣେ ଉତ୍ତମ ମାନର ଶିକ୍ଷକଙ୍କୁ ପୋଡାଡ଼ିହା ବିଦ୍ୟାଳୟର ଜଣେ ଶିକ୍ଷକ ଭାବରେ ପାଇ ଅନ୍ୟ ଶିକ୍ଷକ ତଥା କାର୍ଯ୍ୟକର୍ତ୍ତା ବୃନ୍ଦ ଗର୍ବ ଓ ଗୌରବ ଅର୍ଜନ କରନ୍ତି ।ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ରହି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *