ବହୁତ ସୁନ୍ଦର ଅଟନ୍ତି ସିନ୍ଧିୟାଙ୍କ ପତ୍ନୀ, ପ୍ରଥମ ଥର ଦେଖିଲା ପରେ ହିଁ ନେଇଥିଲେ ବିବାହର ନିଷ୍ପତ୍ତି

ମଧ୍ୟପ୍ରଦେଶ ର ନେତା ଜ୍ୟୋତିରାଦିତ୍ୟ ସିନ୍ଧିୟା ହୋଲି ଦିନ କଂଗ୍ରେସରୁ ଇସ୍ଥପା ଦେଇ ଲୋକଙ୍କୁ ଏକ ବଡ ଝଟକା ଦେଇଛନ୍ତି । ସିୟାସୀ ଉଠାପଟକ ମଧ୍ୟରେ ଜ୍ୟୋତିରାଦିତ୍ୟ ସିନ୍ଧିୟା ବୁଧବାର ଦିନ ଭାଜପାରେ ସାମିଲ ହୋଇ ଯାଇଛନ୍ତି । ସଙ୍ଗେ ସଙ୍ଗେ ପାର୍ଟି ତାଙ୍କୁ ରାଜ୍ୟସଭା ଟିକେଟ ବି ଦେଇ ଦେଇଛନ୍ତି । ସେ ଆଜି ଭୋପାଳ ଯାଇଛନ୍ତି ,ଯେଉଁଠି ଆଜି ସେ ରାଜ୍ୟସଭା ପଦ ପାଇଁ ନାମାଙ୍କନ ଭରିବେ । ମୋଟ ଉପରେ କହିଲେ ଜ୍ୟୋତିରାଦିତ୍ୟ ସିନ୍ଧିୟାଙ୍କ କାରଣରୁ ଏମପି ରେ ଲଗାତାର ରାଜନୈତିକ ଯୁଦ୍ଧ ଜାରି ଅଛି କିନ୍ତୁ ଆଜି ଆମେ କଥା ହେବା ତାଙ୍କ ଜୀବନ ବିଷୟରେ ।

ସିନ୍ଧିୟା ବଂଶର ମହାରାଜ କୁହାଯାଉଥିବା ଜ୍ୟୋତିରାଦିତ୍ୟଙ୍କ ପ୍ରେମ କାହାଣୀ ବହୁତ ମାନଛୁଆଁ ଅଟେ । ମାତ୍ର ୧୯ ବର୍ଷ ବୟସରେ ଜ୍ୟୋତିରାଦିତ୍ୟ ପଢିବା ପାଇଁ ବିଦେଶକୁ ଚାଲିଗଲେ, ସେ ହାୱର୍ଡ ୟୁନିଭର୍ସିଟିରେ ଗ୍ରାଜୁଏସନ କରିଲେ । ଜ୍ୟୋତିରାଦିତ୍ୟ ସିଦ୍ଧିୟାଙ୍କୁ ବଡୋଦରା ର ଗାୟକବାଡ ରିୟାସତର ରାଜକୁମାରୀ ପ୍ରଥମ ଦେଖାରେ ହିଁ ପସନ୍ଦ ଆସିଥିଲେ । ଯେତବେଳେ ସିଦ୍ଧିୟା ୧୯୯୩ ରେ ଆମେରିକାର ହାୱର୍ଡ ୟୁନିଭର୍ସିଟିରେ ପାଠପଢି ଭାରତକୁ ଫେରିଲେ ସେତେବେଳେ ତାଙ୍କ ବିବାହର ଚର୍ଚା ହେବାକୁ ଲାଗିଲା ।

ସେହି ସମୟରେ ତାଙ୍କର ବିବାହ ବଡୋଦରା ର ଗାୟକବାଡ ବଂଶର ରାଜକୁମାରୀ ପ୍ରିୟଦର୍ଶନୀଙ୍କ ସହିତ ଠିକ ହେଲା । ଗୋଟିଏ ଝଲକରେ ୧୯୯୧ ରେ ପ୍ରଥମ ଥର ଜ୍ୟୋତିରାଦିତ୍ୟ ପ୍ରିୟଦର୍ଶନୀଙ୍କୁ ଦେଖିଥିଲେ । ସେହି ସମୟରେ ହିଁ ସେ ତାଙ୍କୁ ହୃଦୟ ଦେଇ ସାରିଥିଲେ । କିନ୍ତୁ ଏହା ପୂର୍ବରୁ ତାଙ୍କ ମାଆ ମାଧବୀରାଜେ ସିନ୍ଧିୟା ପ୍ରିୟଦର୍ଶନୀଙ୍କୁ ଗ୍ୱାଲିୟର ରିୟାସତର ବୋହୁ କରିବା ପାଇଁ ନିଷ୍ପତ୍ତି ନେଇ ସାରିଥିଲେ ।

ଏକ ଫ୍ୟାମିଲ ଫଙ୍କସନ ରେ ମାଧବୀରାଜେଙ୍କ ଦେଖା ବି ପ୍ରିୟଦର୍ଶନୀଙ୍କ ସହିତ ହୋଇଥିଲା । ସେହି ସମୟରେ ପ୍ରିୟଦର୍ଶନୀଙ୍କ ବୟସ ୧୩ ବର୍ଷ ଥିଲା । ସେତେବେଳେ ମାଧବୀରାଜେ କହିଥିଲେ କି ଏହି ଝିଅଟି ବହୁତ ସୁନ୍ଦର ଅଟେ । ପ୍ରିୟଦର୍ଶନୀ ଓ ଜୋତିରାଦିତ୍ୟଙ୍କ ବିବାହ ୧୯୯୪ ରେ ହୋଇଥିଲା । ଏବେ ତାଙ୍କର ମହାନଆର୍ଯ୍ୟମନ ସିନ୍ଧିୟା ଓ ଅନନ୍ୟା ସିଦ୍ଧିୟା ନାମକ ଦୁଇଟି ସନ୍ତାନ ଅଛନ୍ତି ।

ବଡୋଦରା ର ରାଜକୁମାରୀ ପ୍ରିୟଦର୍ଶନୀ ରାଜେ ଯିଏ କି ଏବେ ଗ୍ୱାଲିୟର ର ମହାରାଣୀ ଅଟନ୍ତି, ତାଙ୍କୁ ଇଂରାଜିର ଏକ ଅନ୍ତରାଷ୍ଟ୍ରୀୟ ମହିଳା ମାଗାଜିନ ଦେଶର ୫୦ ଜଣ ସୁନ୍ଦର ମହିଳାଙ୍କ ଭିତରେ ସାମିଲ କରିଥିଲା । ସୋଫିଆ କଲେଜର ଗ୍ରାଜୁଏଟ ପ୍ରିୟଦର୍ଶନୀ ରାଜେ ଯେତେବେଳେ ଦିଲ୍ଲୀରେ ଥାଆନ୍ତି ସେତେବେଳେ ସେ ଜଣେ ରାଜନେତା ଜ୍ୟୋତିରାଦିତ୍ୟ ସିନ୍ଧିୟାଙ୍କ ସ୍ତ୍ରୀ ହୋଇଥାନ୍ତି, ଯେତେବେଳେ ଗ୍ୱାର୍ଲିୟର ଆସିଥାନ୍ତି ସେ ରୟାଲ ପରିବାରର ମହାରାଣୀ ହୋଇ ଦାୟିତ୍ଵ ତୁଲାଇ ଥାଆନ୍ତି । ଯଦି ଆପଣଙ୍କୁ ଆମର ଏହି ଆର୍ଟିକିଲଟି ପସନ୍ଦ ଆସିଥାଏ ତେବେ ସେୟର କରନ୍ତୁ । ଆଗକୁ ଆମ ସହିତ ରହବା ପାଇଁ ପେଜକୁ ଲାଇକ ନିଶ୍ଚୟ କରିବେ ।

Leave a Reply

Your email address will not be published. Required fields are marked *